ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର୍‌ର ନୂଆ ଅଲ୍‌-ଇନ୍‌-ୱାନ୍ ପ୍ଲାନ୍‌ର ଶୁୂଭାରମ୍ଭ

ଭୁବନେଶ୍ୱର,30th May,(Bnews): ଭାରତର ପ୍ରିମିୟର କମ୍ୟୁନିକେଶନ୍ସ ସଲ୍ୟୁଶନ ପ୍ରଦାତା, ଏୟାରଟେଲ ପକ୍ଷରୁ କନେକ୍ଟେଡ୍ ହୋମ୍‌ଗୁଡିକର ବିକଶିତ ମନୋରଞ୍ଜନ ଆବଶ୍ୟକତା ପାଇଁ ନିର୍ମିତ ୩ଟି ନୂଆ ଅଲ୍ ଇନ୍ ୱାନ୍ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ଏୟାରଟେଲ୍‌ର ପ୍ଲାନ୍‌ଗୁଡିକ ସମଗ୍ର ପରିବାରର ବିକଶିତ ମନୋରଞ୍ଜନ ଆବଶ୍ୟକତାକୁ ପୂରଣ କରିବା ଦୃଷ୍ଟିରୁ ପ୍ରଥମ ଧରଣର ଯୋଜନା ଅଟେ ଏବଂ ଏହା ଅନେକ ସୁବିଧାଗୁଡିକ ସହ ଆସୁଛି । ୧୭ଟି ପ୍ରିମିୟମ ଓଟିଟି ପାଇଁ ସବ୍‌ସ୍କ୍ରିପ୍‌ଶନ ଅନ୍‌ଲିମିଟେଡ୍ ଡାଟା ସହ ଆସୁଛି । ଏଥିରେ ନେଟ୍‌ଫ୍ଲିକ୍ସ, ଆମାଜନ ପ୍ରାଇମ, ଡିଜ୍‌ନି+ହଟ୍‌ଷ୍ଟାର ଓ ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟମ (ସୋନିଲାଇଭ୍‌, ଲାୟନ୍‌ସଗେଟ୍‌, ହୋଇଚୋଇ ଓ ଅନ୍ୟ ୧୧ଟି ଓଟିଟି) ଆଦି ସାମିଲ ରହିଛି । ୩୫୦+ ଟିଭି ଚ୍ୟାନେଲଗୁଡିକୁ ଲିନିୟର ଟିଭିର ସର୍ବୋତମତାକୁ କଭର କରୁଛନ୍ତି । ଏୟାରଟେଲ୍ ୪କେ ଏକ୍ସଟ୍ରିମ୍ ଟିଭି ବକ୍ସ ଆପଣଙ୍କୁ ଏକ ସିଙ୍ଗଲ ଡିଭାଇସ୍ ଓ ସିଙ୍ଗଲ୍ ରିମୋଟ୍‌ରେ ଓଟିଟି ଓ ଲିନିୟର ଟିଭି କଂଟେଂଟ୍ ଉପଭୋଗ କରିବାକୁ ଅନୁମତି ଦେଉଛି । ଏହାର ପ୍ରଥମ ମାସ ଦେୟମୁକ୍ତ ହୋଇଥିବାବେଳେ ଏଥିପାଇଁ କୌଣସି ଇନଷ୍ଟଲେସନ ମୂଲ୍ୟ ଦେବାକୁ ପଡ଼ିନଥାଏ ।
ଏହା ସମ୍ପର୍କରେ ଭାରତୀ ଏୟାରଟେଲ୍‌ର ହୋମ୍‌ସ ବିଭାଗର ସିଇଓ ବୀର ଇନ୍ଦର ନାଥ କହିଛନ୍ତି, ଆମର ନୂଆ ପ୍ଲାନ୍‌ଗୁଡିକୁ ଭାରତର ବିକଶିତ ମନୋରଞ୍ଜନ ଆବଶ୍ୟକତା ପାଇଁ ନିର୍ମାଣ କରାଯାଇଛି । ଏହି ବଣ୍ଡଲ ଅଫର୍‌ଗୁଡିକ ମାଧ୍ୟମରେ ଆମେ ଆମର ବୁଦ୍ଧିମାନ ଗ୍ରାହକଙ୍କୁ ଉନ୍ନତ ମୂଲ୍ୟ, ସୁବିଧା ପ୍ରଦାନ କରିବାକୁ ଏବଂ ଏକ ବହୁମୂଖୀ ଡିଜିଟାଲ ଅଭିଜ୍ଞତାକୁ ଅନ୍‌ଲକ୍ କରିବାକୁ ଯୋଜନା ରଖିଛୁ ।’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *