ଏକ ଭାରତ-ଆତ୍ମନିର୍ଭର ଭାରତ’ ଗଠନ ଉଦ୍ଦେଶ୍ୟରେ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଏକ ଭାରତ-ଆତ୍ମନିର୍ଭର ଭାରତ’ ଗଠନ ଉଦ୍ଦେଶ୍ୟରେ ଏକତା ପଦଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କଟକ ୩୦-୧୦-୨୦୨୫(ବି.ଏନ .ଓ ) :(ବିଜୟ କୁମାର ପଣ୍ଡା )   ଳିତ ବର୍ଷ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମଶତବାର୍ଷିକୀ ପାଳନ ଅବସରରେ ରାଜ୍ୟବ୍ୟାପୀ ସର୍ଦ୍ଦାର ୧୫୦ ସମାରୋହର ଅଂଶଭାବରେ କଟକ ଜିଲ୍ଲାରେ ଏକତା ପଦଯାତ୍ରା ଆସନ୍ତା ୧୮ ନଭେମ୍ବରରେ ଆୟୋଜନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ତଥା ଜିଲ୍ଲା ସଂସ୍କୃତି ପରିଷଦ ଏବଂ ମୋ ଭାରତ ଅନୁଷ୍ଠାନ ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ପଦଯାତ୍ରା ନେତାଜୀ ସ୍ମାରକୀରୁ ଆରମ୍ଭ ହୋଇ ବକ୍ସିବଜାର, ଚଣ୍ଡୀ ଛକ, ଆନନ୍ଦ ଭବନ ଛକ ଦେଇ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଶେଷ ହେବ । ଯାତ୍ରା ଆରମ୍ଭ ଏବଂ ଶେଷ ସ୍ଥାନ ତଥା ପଦଯାତ୍ରା ବାଟରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ହେବ । ବିିଭନ୍ନ ବର୍ଗରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ବ୍ୟକ୍ତିବିଶେଷ ଏହି ପଦଯାତ୍ରାରେ ସାମିଲ ହେବେ । ଯାତ୍ରାର ଏକ ସ୍ୱଚ୍ଛତା ଟୋଲି ମଧ୍ୟ ଅଂଶଗ୍ରହଣ କରିବ । ପଦଯାତ୍ରା ଶେଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ଏବଂ ନିଶାମୁକ୍ତି ଉପରେ ଅଂଶଗ୍ରହଣକାରୀମାନେ ଶପଥପାଠ କରିବେ । ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ । ଏହି କାର୍ଯ୍ୟକ୍ରମର ବରିଷ୍ଠ ଲୋକ ପ୍ରତିନିଧି ତଥା ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶଥାଉକି, ଭାରତବର୍ଷର ଜନସାଧାରଣଙ୍କ ମଧ୍ୟରେ ରାଷ୍ଟ୍ରଗଠନ, ଏକତା ଓ ଆତ୍ମନିର୍ଭରଶୀଳତାର ଜାଗରଣ ଏହି ପଦଯାତ୍ରାର ଉଦ୍ଦେଶ୍ୟ । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅଜୟ ବେହରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ, ମୋ ଭାରତ ଅନୁଷ୍ଠାନ କଟକ ପ୍ରତିନିଧି ଶ୍ରୀ ଅଶୋକ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ଅଭିଜିତା ଭାସ୍କର, ଶାରିରୀକ ଶିକ୍ଷା ପ୍ରଶିକ୍ଷକ ସୁଶ୍ରୀ ସୌଦାମିନୀ ଦାସ ଏବଂ ମୋ ଭାରତ ଜାତୀୟ ପୁରସ୍କାରପ୍ରାପ୍ତ ଶ୍ରୀ ଗଙ୍ଗାଧର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *