ଏଏସ୍‌ଓ ମେଧା ତାଲିକା ବିରୋଧରେ ମାମଲା: ହାଇକୋର୍ଟଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଏଏସ୍‌ଓ ମେଧା ତାଲିକା ବିରୋଧରେ ମାମଲା: ହାଇକୋର୍ଟଙ୍କ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ13.07.23(BREAKING NEWS ODIA ): ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ସମ୍ପର୍କରେ ପ୍ରକାଶିତ ମେଧା ତାଲିକା ବିରୋଧରେ ଆଗତ ଆବେଦନର ଶୁଣାଣି ଶେଷ କରି ହାଇକୋର୍ଟ ମାମଲାର ରାୟକୁ ସଂରକ୍ଷିତ ରଖିଛନ୍ତି । ମେଧା ତାଲିକାରେ ପ୍ରକାଶ ପାଇଥିବା ଆବେଦନକାରୀମାନଙ୍କ ପକ୍ଷରୁ ହାଇକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ଏହି ପ୍ରସଙ୍ଗରେ ହାଇକୋର୍ଟରେ ଏକ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିବାବେଳେ ଅନ୍ୟଟି ଏକ ରିଟ୍ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ ଉକ୍ତ ମାମଲାରେ ଆମେ ପ୍ରଭାବିତ ହୋଇଛି । ହାଇକୋର୍ଟ ଏହି ମାମଲାରେ ଆମ୍ଭମାନଙ୍କର ଆବେଦନର ଶୁଣାଣି ନକରି ରାୟ ପ୍ରକାଶ କରିଥିବାରୁ ଆମକୁ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଅନୁମତି ଦିଆଯାଉ । ହାଇକୋର୍ଟର ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଇଜିଲାସ ଏହାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।ସୂଚନାଥାଉକି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ସମ୍ପର୍କିତ ଅଭିଯୋଗ ମାମଲାରେ ଗତ ମଇ ୧୯ ତାରିଖରେ ହାଇକୋର୍ଟ ମେଧା ତାଲିକା ପ୍ରକାଶନ ଉପରେ ଅଙ୍କୁଶ ଲଗାଇଥିଲେ । ଦୁଇ ମାସ ମଧ୍ୟରେ ପୁଣି ଥରେ ପ୍ରାର୍ଥୀମାନଙ୍କ ସର୍ବମୋଟ ନମ୍ବର ଆଧାରରେ ମେଧା ତାଲିକା ପ୍ରକାଶ କରିବାକୁ ଆଦେଶ ଦେଇଥିଲେ । ହାଇକୋର୍ଟଙ୍କ ବିନା ଅନୁମତିରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶ ପାଇ ପାରିବ ନାହିଁ ବୋଲି ଅଦାଲତ ତାଙ୍କ ଆଦେଶରେ ସ୍ପଷ୍ଟ କରିଥିଲେ । ତେବେ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଜାରି ରହିବ ବୋଲି ହାଇକୋର୍ଟ କହିଥିଲେ । ସେହିପରି ୧୦୪୫ ପ୍ରାର୍ଥୀଙ୍କର କମ୍ପୁଟର ସ୍କିଲ ଟେଷ୍ଟ ଭୁବନେଶ୍ୱରର ୭ ଟି ଟେକନିକାଲ ଇନଷ୍ଟିଚ୍ୟୁଟରେ ହେବାର ଥିବା ବେଳେ ତାହା ଜାରି ରହିବ । ସେହିପରି ଏହି ମାମଲାରେ ଓଡିଶା ଲୋକସେବା ଆୟୋଗ (ଓପିଏସସି) ଜବାବ ରଖିବା ପରେ ୩ ଦିନ ମଧ୍ୟରେ ଆବେଦନକାରୀ ରିଜେଣ୍ଡର ଦାଖଲ କରିବାକୁ ହାଇକୋର୍ଟ ଆଦେଶ ଦେଥିଲେ । ମାମଲାର ଶୁଣାଣିବେଳେ ହାଇକୋର୍ଟ ଦର୍ଶାଇଥିଲେ ଯେ ରୁଲ୍ ୫ ଓ ୬ ଅନୁସାରେ ମେଧା ତାଲିକା ତିଆରି କରାଯାଇନାହିଁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ହାଇକୋର୍ଟରେ ପୃଥକ ପୃଥକ ଆବେଦନ ହୋଇଥିଲା । ଏହି ମାମଲାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଦର୍ଶାଯାଇଥିଲା । ବିଶେଷ କରି ୧ ଲକ୍ଷ ୪୮ହଜାର ଆବେଦନକାରୀଙ୍କ ମଧ୍ୟରୁ ୧୧୦୪ ଜଣ ପରୀକ୍ଷାର୍ଥୀ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ ନଭେମ୍ବର ୧୪ ତାରିଖ ଠାରୁ ୧୮ପର୍ଯ୍ୟନ୍ତ ନଥିପତ୍ର ଯାଞ୍ଚ କରାଯାଇଥିବାବେଳେ ୧୧୦୪ ଜଣଙ୍କ ମଧ୍ୟରୁ ୫୯ ଜଣ ଅନୁପସ୍ଥିତ ଥିଲେ । ହାଇକୋର୍ଟ ଏହି ମାମଲାରେ ରାଜ୍ୟ ସରକାର ଓ ଓପିଏସସିକୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଏଏସଓ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିବ, କିନ୍ତୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚୂଡାନ୍ତ ମେଧା ତାଲିକା ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । ତେବେ ମେଧାତାଲିକାରେସ୍ଥାନିତଆବେଦନକାରୀମାନେ ହାଇକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶ ଫଳରେ ସେମାନେ ପ୍ରଭାବିତ ହୋଇଥିବା ଦର୍ଶାଇ ପକ୍ଷଭୁକ୍ତ ହେବାକୁ ଆବେଦନ କରିଥିଲେ । ଅଦାଲତ ଏହାର ଶୁଣାଣି ଶେଷକରିରାୟସଂରକ୍ଷିତ ରଖିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *