ଉତ୍କଳ ଗୌରବଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର – 28/04 (Bnews) ଓଡ଼ିଶାର ନିର୍ମାତା ଉତ୍କଳ ଗୌରବ ମଧୂସୁଧନ ଦାସଙ୍କ ( ମଧୁବାବୁ) ୧୭୪ ପୁଣ୍ୟ ଜୟନ୍ତୀ ଅବସରରେ ମଧୁବାବୁଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ପୂର୍ବକ ଓଡିଶା ବାସୀଙ୍କ ତରଫରୁ କୋଟି କୋଟି ପ୍ରଣାମ ଜଣେଇ ଛାଡ଼ି ଯାଇଥିବା ଅଧୁରା କାର୍ଯ୍ୟକୁ ପୁରଣ କରିବା ପାଇଁ ଭାଷା ଆନ୍ଦୋଳନ , ଓଡ଼ିଶାର ଭାଷା ଯୋଦ୍ଧା ମାନେ ରାଜ୍ୟପାଳ ଭବନ ନିକଟ ମଧୁବାବୁଙ୍କ ପ୍ରତିମୁର୍ତିସ୍ଥଳ “ଭାଷା ତୀର୍ଥ”ରେ ପଣ କଲେ | ଓଡ଼ିଆରେ ଓଡ଼ିଶାର ଶାସନ ତଥା ଆଇନ ଖିଲାପ କାରୀ ବିରୋଧରେ ଦଣ୍ଡବିଧାନ ର ବିଧିବ୍ୟସ୍ଥା ସହ ପୁରସ୍କୃତ କରାଯିବ ବୋଲି ବିଧିବଦ୍ଧ ଘୋଷଣା କରାଯାଇଛି | ଓଡ଼ିଆ ଭାଷା ଭାଷୀ ଅଂଚଳକୁ ଏକାଠିକରି ଗୋଟିଏ ମାଆ ର ସନ୍ତାନ ବୋଲି ପରିଚୟ ଦେବା ସହିତ ଦେଶ ବିଦେଶରେ ଟେକ ରଖିବା ସହିତ ନିଜର ସୁରକ୍ଷା ପାଇଁ ଯେଉଁ ବ୍ରତ ଗ୍ରହଣ କରିଥିଲେ ତାହା ହିଁ “ଓଡ଼ିଶା” | ତାର ସୁରକ୍ଷା ପାଇଁ ଭାଷା ଆନ୍ଦୋଳନ , ଓଡିଶା ସଦା ତତ୍ପର ରହିବ “ବନ୍ଦେ ଉତ୍କଳ ଜନନୀ”କୁ ରାଜ୍ୟ ସଙ୍ଗୀତର ମାନ୍ୟତା ହେଉ ବା ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟମାନ୍ୟତା ହେଉ ଭାଷା ଆନ୍ଦୋଳନ , ଓଡ଼ିଶା ତାର ଉଦ୍ୟମ ବିଷୟରେ ଆବାହକ ପବିତ୍ର ମହାରଥା ଅବଗତ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଅଧକ୍ଷ ଚକ୍ରଧର ମହନ୍ତ ,କମାଣ୍ଡର ନନ୍ଦ କିଶୋର ସାମଲ , ସାରଦା ପ୍ରସାଦ ମହାପାତ୍ର , ନବ କିଶୋର ପ୍ରଧାନ , ନାରାୟଣ ଖୁଣ୍ଟିଆ , କାଁହୁ ବେହୁରା , ସମରେନ୍ଦ୍ର ମିଶ୍ର , ସୂର୍ଯ୍ୟକାନ୍ତ ସ୍ୱାଇଁ ଙ୍କ ସମେତ ବହୁ ମାନ୍ୟଗଣ୍ୟ ଉପସ୍ଥିତ ଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *