ଇସିଏଲ୍ଜିଏସ୍ରେ ଋଣ ନେଇଥିବା ୮୩% ସଂସ୍ଥା ହେଉଛନ୍ତି ଅଣୁ ଉଦ୍ୟୋଗ: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ
ଇସିଏଲ୍ଜିଏସ୍ରେ ଋଣ ନେଇଥିବା ୮୩% ସଂସ୍ଥା ହେଉଛନ୍ତି ଅଣୁ ଉଦ୍ୟୋଗ: ଟ୍ରାନ୍ସୟୁନିୟନ୍ ସିବିଲ୍ ରିପୋର୍ଟ
ସରକାରୀ ବ୍ୟାଙ୍କ ପକ୍ଷରୁ ୪୨.୮% ଓ ଘରୋଇ ବ୍ୟାଙ୍କ ୪୩.୧% ଋଣ
ପ୍ରଦାନ
ମହାରାଷ୍ଟ୍ରରେ ସର୍ବାଧିକ ଋଣ ଆବଂଟନ
ଏନ୍ପିଏ ହାର ସାଧାରଣ ଏମ୍ଏସ୍ଏମ୍ଇ ଋଣ ତୁଳନାରେ କମ୍
ଭୁୁବନେଶ୍ୱର: ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଂଟି ସ୍କିମ୍ (ଇସିଏଲ୍ଜିଏସ୍)ର ଦ୍ୱିତୀୟ
ସଂସ୍କରଣ ରିପୋର୍ଟକୁ ଉନ୍ମୋଚନ କରାଯାଇଛି । ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ)ର ପୁନରୁଦ୍ଧାରରେ ଏହି ସ୍କିମ୍ ପରିବର୍ତନର ବାର୍ତାବହ ହୋଇ ରହିଥିବା ରିପୋର୍ଟ କୁହାଯାଇଛି । ଦେଶରେ କୋଭିଡ୍-୧୯ ମହାମାରୀ ବ୍ୟାପିବା ପରେ ସୃଷ୍ଟି ହୋଇଥିବା ସଙ୍କଟରୁ ଏମ୍ଏସ୍ଏମ୍ଇମାନଙ୍କୁ ଉଦ୍ଧାର କରିବା ଲାଗି ଏହି ସ୍କିମ୍ର ଘୋଷଣା କରାଯାଇଥିଲା ଯେଉଁଥିରେ ସେମାନଙ୍କୁ ଜରୁରୀକାଳୀନ ଋଣ ପ୍ରଦାନ କରାଯାଉଛି । ନ୍ୟାସନାଲ୍ କ୍ରେଡିଟ୍ ଗ୍ୟାରେଂଟି ଟ୍ରଷ୍ଟି କଂପାନିର ତଥ୍ୟ ଆଧାରରେ ଟ୍ରାନ୍ସୟୁନିୟନ୍ ସିବିଲ୍ ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଏହି ସ୍କିମ୍ରେ ଋଣ ନେଇଥିବା ସଂସ୍ଥାଗୁଡ଼ିକ ମଧ୍ୟରୁ ୮୩% ହେଉଛନ୍ତି ଅଣୁ ଉଦ୍ୟୋଗ । ଏହି ସ୍କିମ୍ରେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ୫ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ନିକଟରେ ସେଥିରେ କେବଳ ଆତିଥେୟତା ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର ଲାଗି ୫୦ ହଜାର କୋଟି ଟଙ୍କା ଯୋଡ଼ାଯାଇଛି । ଏହି ସର୍ବେକ୍ଷଣ ରିପୋର୍ଟର ନିର୍ଯ୍ୟାସ ସମ୍ପର୍କରେ ଟ୍ରାନ୍ସୟୁନିୟନ୍ ସିବିଲ୍ର ଏମ୍ଡି ଓ ସିଇଓ ଶ୍ରୀଯୁକ୍ତ ରାଜେଶ କୁମାର କହିଛନ୍ତି ଯେ, “ମହାମାରୀ ଯୋଗୁଁ ଆୟ ପ୍ରବାହ ସଙ୍କୁଚିତ ହେବା ସହ ନଗଦ ରାଶିର ଅଭାବ ଦେଖାଦେବା ଏବଂ ସେହି ସମୟରେ ନିୟାମକ କାର୍ଯ୍ୟ ଲାଗି ପାଣ୍ଠି ପ୍ରବାହ ଜାରି ରହିବା ଯୋଗୁଁ ବ୍ୟବସାୟଗୁୂଡିକ ଦେବାଳିଆ ହୋଇଯିବା ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଇସିିଏଲ୍ଜିଏସ୍ ଜରିଆରେ ସମୟୋପଯୋଗୀ ପାଣ୍ଠି ପ୍ରଦାନ କରାଯିବାରୁ ସବୁ ଭୌଗୋଳିକ ଘରଙ୍ଗଗ୍ଦ ଜରକ୍ଷରବଗ୍ଦର ଅଂଚଳରେ ବ୍ୟବସାୟଗୁଡ଼ିକର ପୁନରୁଥାନ ହୋଇଥିଲା ଏବଂ ତାହା ଏମ୍ଏସ୍ଏମ୍ଇ ଋଣରେ ଏନ୍ପିଏକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସହାୟକ ହୋଇଥିଲା । ଇସିଏଲ୍ଜିଏସ୍ରେ ଋଣ ହାସଲ କରିଥିବା ଗ୍ରାହକଙ୍କ କ୍ଷେତ୍ରରେ ଏନ୍ପିଏ ପରିମାଣ ୪.୮% ରହିଛି ଯାହା ଯୋଗ୍ୟ ଥିବା ସତ୍ୱେ ଋଣ ନେଇନଥିବା ଗ୍ରାହକଙ୍କ ୬.୧% ହାରର ଏନ୍ପିଏ ତୁଳନାରେ କମ ।’’ ଯେଉଁମାନେ ଇସିଏଲ୍ଜିଏସ୍ରେ ଋଣ ହାସଲ କରିଛନ୍ତି ସେମାନେ ଭଲ ପରିଶୋଧ ବ୍ୟବହାର ମଧ୍ୟ ପ୍ରଦର୍ଶନ କରିଛନ୍ତି । ଋଣ ନେବାର ତିନି ମାସରେ ୩୮% ଖାତାରେ ପରିଶୋଧ ଆରମ୍ଭ ହୋଇଥିଲା ଏବଂ ବର୍ଷକ ଭିତରେ ସେହି ହାର
୮୨%କୁ ବୃଦ୍ଧି ପାଇଥିଲା । ଏମ୍ଏସ୍ଏମ୍ଇ ବଜାର ତୁଳନାରେଇସିଏଲ୍ଜିଏସ୍ ସ୍କିମ୍ରେ ଋଣ ନେଇଥିବା ଗ୍ରାହକଙ୍କ ଋଣ ପରିଶୋଧ ହାରରେ ଉନ୍ନତି ପରିଲକ୍ଷିତ ହୋଇଥିଲା । ଇସିଏଲ୍ଜିଏସ୍ରେ ଅଣୁରେ ୮୩%, କ୍ଷୁଦ୍ରରେ ୧୫% ଓ ମଧ୍ୟମରେ ୨% ଗ୍ରାହକ
ଋଣ ହାସଲ କରିଛନ୍ତି । ସରକାରୀ ବ୍ୟାଙ୍କଗୁଡ଼ିକ ୪୨.୮%, ଘରୋଇ ବ୍ୟାଙ୍କ ୪୩.୧%, ଏନ୍ବିଏଫ୍ସି ୯.୪% ଓ ସ୍ମଲ ଫାଇନାନ୍ସ ବ୍ୟାଙ୍କ, ଆଂଚଳିକଗ୍ରାମ୍ୟ ବ୍ୟାଙ୍କ ଆଦି ୪.୭% ଋଣ ଏହି ସ୍କିମ୍ ଜରିଆରେ ଆବଂଟନ କରିଛନ୍ତି । ସର୍ବାଧିକ ୧୩.୬% ଋଣ ମହାରାଷ୍ଟ୍ରରେ ଆବଂଟନ କରାଯାଇଥିବା ବେଳେ ରାଜ୍ୟଗୁଡ଼ିକ ମଧ୍ୟରେ ଏହା ପଛକୁ ରହିଛନ୍ତି ତାମିଲନାଡୁ (୧୧.୩%), ଗୁଜରାଟ (୧୦.୧%), ଉତରପ୍ରଦେଶ (୬.୮%), କର୍ଣ୍ଣାଟକ (୬.୨%), ରାଜସ୍ଥାନ (୫.୭%), ଦିଲ୍ଲୀ (୫.୨%), ପଶ୍ଚିମବଙ୍ଗ (୫.୧%), ହରିୟାଣା (୪.୮%) ଓ ଆନ୍ଧ୍ରପ୍ରଦେଶ (୪.୨%) ।