ଇନରହ୍ବିଲ୍ ତୋଷାଳୀର ସ୍ଥାପନା ଦିବସ ପାଳିତ ।

ଇନରହ୍ବିଲ୍ ତୋଷାଳୀର ସ୍ଥାପନା ଦିବସ ପାଳିତ
ଭୁବନେଶ୍ୱର,୩୦/୭(BREAKING NEWS ODIA):report by bijay kumar panda  ସହିଦନଗର ସ୍ଥିତ ରାଇସ୍ ବାୱଲ୍ ଠାରେ ଇନରହ୍ବିଲ୍ ତୋଷାଳୀର ସ୍ଥାପନା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ୩୨୬ର ଉପ-ସଭାପତି ସଂଦ୍ଧାରାଣୀ ମିଶ୍ର ଓ ଜିଲ୍ଲା ସମ୍ବାଦିକା ପୁଷ୍ପା ହରିଚନ୍ଦନ ଯୋଗଦାନ କରିଥିଲେ। ପୂର୍ବତନ ସଭାପତି ଚନ୍ଦ୍ରଲେଖା ପଣ୍ଡା ଚଳିତ ବର୍ଷର ସଭାପତି ଅଞ୍ଜଳି କୁନୁ ସିଂହଙ୍କୁ କାର୍ଯ୍ୟଭାର ଦାୟିତ୍ଵ ଅର୍ପଣ କରିଥିଲେ। ପୂର୍ବତନ ସମ୍ପାଦିକା ଅଞ୍ଜଳି କୁନୁ ସିଂହ ଚଳିତ ବର୍ଷର ସମ୍ପାଦିକା ଜ୍ୟୋତିର୍ମୟୀ ଖଟୁଆଙ୍କୁ କାର୍ଯ୍ୟ ଭାର ଦାୟିତ୍ଵ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବହୁ ନୂତନ ସଦସ୍ୟାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅବସରରେ ମେଧାବୀ ଛାତ୍ରୀଙ୍କୁ ପାଠ୍ୟ ସାହାଯ୍ୟ ନିମନ୍ତେ ଅର୍ଥ ରାଶି ମୁକ୍ତ ହସ୍ତରେ ପ୍ରଦାନ କରାଯାଇଥିଲା। କ୍ଲବର ଉପଦେଷ୍ଟା ଲିଲି ସାଇମନ ତାଙ୍କର ବହୁ ମୂଲ୍ୟ ମତାମତ ଉପସ୍ଥାପନ କରିଥିବା ବେଳେ କ୍ଲବର ସମ୍ପାଦିକା ଚାରୁଲତା ପାଣିଗ୍ରାହୀ “ବୈଶାଳୀ” ନାମକ ବୁଲେଟିନ ପରିବେଷଣ କରିଥିଲେ। ରିତୁପର୍ଣ୍ଣା ମଞ୍ଚ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ପ୍ରୀତିନନ୍ଦା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *