ଇତିହାସ ପୃଷ୍ଠାରେ ଆଉଏକ ଫର୍ଦ୍ଧ ଯୋଡ଼ିଲା ଇସ୍ରୋ; ଗଗନଯାନ ପରୀକ୍ଷଣ ସଫଳ

BREAKING NEWS ODIA

ନୂଆଦିଲ୍ଲୀ(ଏଜେନ୍ସି):21.10.23  ଚଳିତ ବର୍ଷ ଇସ୍ରୋ ଗୋଟିଏ ପଟେ ଗୋଟିଏ ଫଳତାର ପାହାଚ ଚଢ଼ିବା ସହ ଇତିହାସ ସୃଷ୍ଟି କରିବାରେ ଲାଗିଛି । ବିଭିନ୍ନ ବାଧା, ବିଘ୍ନକୁ ଅତିକ୍ରମ କରି ଇସ୍ରୋ ଆଜି ପୁଣି ଥରେ ଇତିହାସ ସୃଷ୍ଟି କରିଛି । ପ୍ରତିକୂଳ ପାଗ ସହ ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଥିବା ଗଗନଯାନକୁ ଆଜି ସଫଳତା ପୂର୍ବକ ପରୀକ୍ଷଣ କରାଯାଇଛି । ଆଜି ପୂର୍ବାହ୍ନ ୧୦ଟାରେ ଗଗନଯାନ ମିଶନର ଉତ୍‌କ୍ଷେପଣ ସଫଳ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେଶ୍ ସେଣ୍ଟରରୁ ସଫଳ ପରୀକ୍ଷଣ ହୋଇଥିବା ଇସ୍ରୋ ମୁଖ୍ୟ ସୂଚନା ଦେଇଛି । ଇସ୍ରୋ ପକ୍ଷରୁ ଟିଭି-ଡି୧ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ସେ କହିଛନ୍ତି । ଫଳରେ ଇସ୍ରୋର ଚନ୍ଦ୍ରଯାନ-୩ ମିଶନ ଓ ସୂର୍ଯ୍ୟ ମିଶନ ପରେ ଗଗନଯାନ ମିଶନ ବି ସଫଳ ହୋଇଛି । ଏଥିଯୋଗୁ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ଖେଳି ଯାଇଛି । ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ଖସିଲା କ୍ୟୁ ମଡେଲ । ସମୁଦ୍ର ମଝିରେ ଖସିଲା ମାନବବିହୀନ କ୍ୟୁ ମଡେଲ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା କରାଯାଇଛି । ଏଥିନିମନ୍ତେ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଇସ୍ରୋ ଅଧ୍ୟକ୍ଷ । ଆଜି ସକାଳ ୮ଟା ୩୦ରେ ଗଗନଯାନ ମିଶନର ଉତ୍‌କ୍ଷେପଣ ନିମନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । କାଉଣ୍ଟଡାଉନ୍ ଆରମ୍ଭ ହୋଇ ସାରିଥିବା ବେଳେ ମାତ୍ର ୫ ସେକେଣ୍ଡ ପୂର୍ବରୁ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଥିଲା । ବୈଷୟିକ ତ୍ରୁଟି କାରଣରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଏସ୍‌. ସୋମନାଥ କହିଥିବା ବେଳେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଗଗନଯାନ ମିଶନକ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ କରାଯାଇଛି । ଗଗନଯାନରେ ମହାକାଶଚାରୀଙ୍କୁ ମହାକାଶ ଅଭିମୁଖେ ଉତକ୍ଷେପଣ ପରେ, ଅଧାବାଟରେ କୌଣସି ସମସ୍ୟା ଦେଖାଦେଲେ ସେମାନେ ଯେପରି ସୁରକ୍ଷିତ ଭାବେ ପୁଣିଥରେ ପୃଥିବୀପୃଷ୍ଠରେ ଅବତରଣ କରିପାରିବେ, ଆଜି ସେହି ପ୍ରକ୍ରିୟାକୁ ପରୀକ୍ଷା କରାଯାଇଛି । ଏହା ସଫଳ ହୋଇଥିବା ବେଳେ ଆଗକୁ ଆହୁରି ୩ଟି ଟେଷ୍ଟ ଫ୍ଲାଇଟ୍ ପଠାଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *