ଇଣ୍ଡିଆ ପୋଷ୍ଟ ନାମରେ ପୁରସ୍କାର ଜିତିବା ନେଇ ନକଲି ୱେବସାଇଟ୍

ଭୁବନେଶ୍ୱର,୨୩/୪/( Knews): ଗତ କିଛିଦିନ ହେଲା ଦେଖାଯାଉଛି ଯେ ଇଣ୍ଡିଆ ପୋଷ୍ଟ ନାମରେ ବିଭିନ୍ନ ପ୍ରକାର ୟୁଆରଏଲ ଏବଂ ୱେବସାଇଟରେ ସର୍ଭେ, କୁଇଜ୍ ଆଦି ମାଧ୍ୟମରେ ପୁରସ୍କାର ଜିତିଥିବା ମିଥ୍ୟା ଧୋକାବାଜୀପୂର୍ଣ୍ଣ ମେସେଜ ସବୁ ଘୂରିବୁଲୁଛି। ଏଗୁଡ଼ିକ ମୁଖ୍ୟତଃ ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ଇମେଲ, ଏସ.ଏମ.ଏସ ଆଦି ମାଧ୍ୟମରେ ଲୋକଙ୍କ ନିକଟକୁ ଆସୁଛି।

ଇଣ୍ଡିଆ ପୋଷ୍ଟ ପକ୍ଷରୁ ଏଭଳି କୌଣସି ସର୍ଭେ ପୁରସ୍କାର ଘୋଷଣା, ରିହାତି, ବୋନସ ଆଦିର ଘୋଷଣା କରାଯାଇ ନାହିଁ କିମ୍ବା ସେଭଳି ୱେବସାଇଟ ନାହିଁ । ଲୋକମାନେ ଏଭଳି ବିଭ୍ରାନ୍ତିକର ସୂଚନା ଠାରୁ ସତର୍କ ହୋଇ ରହିବା ପାଇଁ ଇଣ୍ଡିଆ ପୋଷ୍ଟ ବିଜ୍ଞପ୍ତି ଜାରି କରିଛି । ଏଭଳି ତଥ୍ୟକୁ ବିଶ୍ୱାସ ନ କରିବା, ଏଥିରେ ଉତ୍ତର ନ ଦେବା କିମ୍ବା ଏହାକୁ ଅନ୍ୟମାନଙ୍କ ନିକଟକୁ ନ ପଠାଇବା ପାଇଁ ମଧ୍ୟ ସତର୍କ କରାଇ ଦିଆଯାଇଛି । ଜନ୍ମ ତାରିଖ, ମୋବାଇଲ ନମ୍ବର, ଓଟିପି, ବ୍ୟାଙ୍କ ଏକାଉଣ୍ଟ ନମ୍ବର ଆଦି ନିଜର ବ୍ୟକ୍ତିଗତ ତଥ୍ୟ କାହାରିକୁ ନ ଦେବା ପାଇଁ କୁହାଯାଇଛି। ଏହି ନକଲି ୱେବସାଇଟ, ୟୁଆରଏଲ ଲିଙ୍କ୍ ଆଦି ବିରୁଦ୍ଧରେ ଇଣ୍ଡିଆ ପୋଷ୍ଟ ଉପଯୁକ୍ତ ପଦକ୍ଷେପ ନେଉଛି । ଏସବୁକୁ ବିଶ୍ୱାସ ନ କରିବା ପାଇଁ ଲୋକଙ୍କୁ ସତର୍କ କରାଇ ଦିଆଯାଉଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଇଣ୍ଡିଆ ପୋଷ୍ଟ ଏବଂ ପତ୍ର ସୂଚନା କାର୍ଯ୍ୟାଳୟ ନକଲି ୱେବସାଇଟ ଏବଂ ପୁରସ୍କାର ଘୋଷଣା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *