ଇଣ୍ଡିଆଷ୍ଟାଟ (Indiastat), ‘ଇଲେକ୍ସନ ଆଟଲାସ୍  ଅଫ ଇଣ୍ଡିଆ’ ର ସଦ୍ୟତମ ସଂସ୍କରଣ ଜାରୀ କରିଛି – ଯାହା ନିର୍ବାଚନ ବିଶେଷଜ୍ଞ, ଶିକ୍ଷାବିତ, ଗବେଷଣାବିତ, ବିଦ୍ୟାର୍ଥୀ ଆଦି ମାନଙ୍କ ପାଇଁ ଏକ ସଂଗୃହୀତ ଦସ୍ତାବେଜ I

 

  • ଏହି ଆଟଲାସ୍ସ୍ୱାଧୀନତା ପରଠାରୁ, 1952 ମସିହାର ପ୍ରଥମ ଲୋକସଭାରୁ 2019 ମସିହାର ସପ୍ତଦଶ ଲୋକସଭା ଏବଂ 2022 ବର୍ଷ ଜାନୁଆରୀ ମାସ ପର୍ଯ୍ୟନ୍ତ ଅପଡେଟ ସଂସଦୀୟ ନିର୍ବାଚନର ବିକାଶକୁ ଦର୍ଶାଇଛି I
  • ଏହି ଇଲେକ୍ସନ ଆଟଲାସ୍ରେ ବିଷୟଗତ ମାନଚିତ୍ର, ଗ୍ରାଫ୍, ଚାର୍ଟ, ସଂକ୍ଷିପ୍ତ ବିବରଣୀ, କୋଲାଜ ଏବଂ ସଂଖ୍ୟା ଗୁଡିକର ସହାୟତାରେ ସଂସଦୀୟ ନିର୍ବାଚନର ସଂଖ୍ୟା ତଥ୍ୟ ଗୁଡିକୁ ଦର୍ଶାଇବାର ଉଦ୍ୟମ କରାଯାଇଛି I

 

ନୂଆଦିଲ୍ଲୀ, 27th April,(Bnews): ଇଣ୍ଡିଆଷ୍ଟାଟ ଆଜି ଇଲେକ୍ସନ ଆଟଲାସ୍  ଅଫ ଇଣ୍ଡିଆ ନାମକ ପୁସ୍ତକର ପ୍ରକାଶନ କରିଛିI ଏହି ପୁସ୍ତକର ସମ୍ପାଦନ ଏବଂ ପ୍ରକାଶନ, ଇଣ୍ଡିଆଷ୍ଟାଟ (Indiastat.com) ର ସହ-ସଂସ୍ଥାପକ ଓ ନିର୍ଦ୍ଦେଶକ ଡ଼ାଃ ଆର.କେ. ଠୁକ୍ରାଲ୍ ଙ୍କ ଦ୍ୱାରା
କରାଯାଇଛି I ଡ଼ାଃ ଠୁକ୍ରାଲ୍ ଆଜି ଏହି ପୁସ୍ତକର ଏକ ପ୍ରତିଲିପି ଭାରତର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିଛନ୍ତି I 1952 ମସିହାରୁ 2019 ମସିହା ପର୍ଯ୍ୟନ୍ତ ସମସ୍ତ ଲୋକସଭା ନିର୍ବାଚନ ଉପରେ ସମସ୍ତ ବିସ୍ତୃତ ବିବରଣୀ ପ୍ରସ୍ତୁତ କରିଥିବା ସ୍ୱତଃପ୍ରବୃତ ଏହା ଏକ ସ୍ୱତନ୍ତ୍ର ପୁସ୍ତକ I ଏଥିରେ 2022 ବର୍ଷ ଜାନୁଆରୀ ମାସ ପର୍ଯ୍ୟନ୍ତ ସମସ୍ତ ଅପଡେଟକୁ ସାମିଲ କରାଯାଇଛି I

 

ଏହି ଅବସରରେ ଉଦବୋଧନ ଦେଇ ପୁସ୍ତକର ସମ୍ପାଦକ ଡ଼ାଃ ଠୁକ୍ରାଲ୍ କହିଛନ୍ତି ଯେ ଇଲେକ୍ସନ ଆଟଲାସ୍  ଅଫ ଇଣ୍ଡିଆ ର ପ୍ରଥମ ସଂସ୍କରଣ ଅତ୍ୟନ୍ତ ସଫଳ ହୋଇଛି, ଆମକୁ ଆମର ପାଠକ ମାନଙ୍କ ଠାରୁ ଉତ୍ସାହଜନକ ପ୍ରତିକ୍ରିକ୍ରିୟା ମଧ୍ୟ ମିଳିଥିଲା, ଯେଉଁ କାରଣରୁ ସାଧାରଣ ନିର୍ବାଚନ ହୋଇଥିବା ବର୍ଷ 2019 ପରେ ଏହାର ସଦ୍ୟତମ ସଂସ୍କରଣ ଆଣିବାର ନିଷ୍ପତି ନିଆଯାଇଥିଲା I ସେ ପୁଣି କହିଛନ୍ତି ଯେ 2019 ବର୍ଷର ସାଧାରଣ ନିର୍ବାଚନରେ ଭାରତର 912 କୋଟିରୁ ଅଧିକ ମତଦାତା ଥିଲେ ଯାହାକି ଆମେରିକା ଓ ପଶ୍ଚିମ ୟୁରୋପର ମିଳିତ ଜନସଂଖ୍ୟା ଠାରୁ ମଧ୍ୟ ଅଧିକ I ପୂର୍ବ ଦଶନ୍ଧି ସମୟରେ ସାଧାରଣ ନିର୍ବାଚନର ଦ୍ରୁତତମ ବିକାଶ ହେଉଥିବା ଗତିଶୀଳତାକୁ ଦୃଷ୍ଟିରେ ରଖି, ଇଲେକ୍ସନ ଆଟଲାସ୍  ଅଫ ଇଣ୍ଡିଆ ର ସଦ୍ୟତମ ସଂସ୍କରଣ, ଭରତୀୟ ସଂସଦୀୟ ନିର୍ବାଚନ ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ସୂଚନାପ୍ରଦ ସଂଗ୍ରହ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି I

 

ୟୁନାଇଟେଡ ନେସନ ଡେମୋକ୍ରାଟିକ ଫଣ୍ଡ (UNDEF), ଆସୋସିଏସନ ଅଫ ୱାର୍ଲଡ ଇଲେକ୍ସନ ବଡିଜ (A-WEB), କମନୱେଲଥ ପାର୍ଲିଆମେଣ୍ଟାରୀ ଆସୋସିଏସନ (CPA), ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ (IDEA), ୟୁରୋପିଆନ ଆସୋସିଏସନ ଅଫ ପଲିଟିକାଲ କନ୍ସଲଟେଣ୍ଟସ (EAPC) ଭଳି ବିଶ୍ୱସ୍ତରୀୟ ପ୍ରତିଷ୍ଠିତ ଅନୁଷ୍ଠାନ ଏବଂ ହାବାର୍ଡର ରାଜନୀତିକ ବୈଜ୍ଞାନିକ ପ୍ରଫେସର ପିପ୍ପା ନରୀଶ ଆଦି ସମସ୍ତେ ଇଣ୍ଡିଆଷ୍ଟାଟ (Indiastat.com) ଦ୍ୱାରା ପ୍ରକାଶିତ ଇଲେକ୍ସନ ଆଟଲାସ୍ ଅଫ ଇଣ୍ଡିଆ କୁ ବିଦ୍ୱାନ
ଏବଂ ଗବେଷକ ସମୂହଙ୍କ ପାଇଁ କରାଯାଇଥିବା ବହୁମୂଲ୍ୟ ଅବଦାନ ସକାଶେ ପ୍ରଶଂସା ପତ୍ର ପଠାଇଛନ୍ତି I

 

ଇଲେକ୍ସନ ଆଟଲାସ୍  ଅଫ ଇଣ୍ଡିଆ ହେଉଛି ଭାରତୀୟ ସଂସଦୀୟ ନିର୍ବାଚନ ବିଷୟରେ ସୂଚନା ପ୍ରଦାନ କରିବାରେ ଏକ ଅତ୍ୟୁତ୍ତମ ବ୍ୟବସ୍ଥିତ ପ୍ରକାଶନ I ଏଥି ସମେତ ଏହି ଆଟଲାସ୍ ରେ ଭଲ ଓ ସହଜ ଭାବେ ବୁଝିବାକୁ ଐତିହାସିକ ଫୋଟୋ କୋଲାଜ୍, ସଂକ୍ଷିପ୍ତ ବିବରଣୀ, ବିଷୟଗତ ମାନଚିତ୍ର, ଗ୍ରାଫ୍, ଚାର୍ଟ୍ ଇତ୍ୟାଦିର ଉପଯୋଗ କରାଯାଇଛି I ଏହି ପୁସ୍ତକରେ ସୀମା ନିରୂପଣ (Delimitation) ପରେ ଓ ରାଜ୍ୟ ଗୁଡିକର ପୁନଃର୍ଗଠନ ସମୟରେ ଉପ-ନିର୍ବାଚନ ଏବଂ ନିର୍ବାଚନ କ୍ଷେତ୍ରରେ ପରିବର୍ତ୍ତନ ବିଷୟରେ ଐତିହାସିକ ସଂଖ୍ୟାଗୁଡିକ ଉପରେ ମଧ୍ୟ ଆଲୋକପାତ କରାଯାଇଛି I ଏହି ପୁସ୍ତକଟି ସୂଚନା ଓ ତଥ୍ୟର ଏକ ସମୃଦ୍ଧ ସାଧନ ତଥା ଶିକ୍ଷାବିତ୍ ମାନଙ୍କ ପାଇଁ, ଗଣତନ୍ତ୍ରର ଅଧିବକ୍ତା ମାନଙ୍କ ପାଇଁ ଓ ନିର୍ବାଚନର କାର୍ଯ୍ୟକର୍ତ୍ତା ମାନଙ୍କ ପାଇଁ ନିର୍ବାଚନ ସମ୍ବନ୍ଧୀୟ ସଂଖ୍ୟାଗୁଡ଼ିକୁ ସରଳ ଭାବେ ବୁଝାଇବା ସକାଶେ ଏକ ମହତ୍ତ୍ୱପୂର୍ଣ୍ଣ ଉତ୍ସ ହେବ I

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *