ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ; ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦେଶ

ନୂଆଦିଲ୍ଲୀ,18th April: ଲଖିମପୁର ଖେରୀ ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଝଟ୍‌କା ଲାଗିଛି। ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ଆଶିଷଙ୍କୁ ନିର୍ଦେଶ ଦେଇଛନ୍ତି ସୁପ୍ରିକୋର୍ଟ।ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି। ରାୟ ଶୁଣାଇବା ବେଳେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଆହ୍ଲାବାଦ ହାଇକୋର୍ଟ ପୀଡ଼ିତ ପକ୍ଷକୁ ଶୁଣିନଥିଲେ ଏବଂ ତରବରିଆ ଭାବେ କୋର୍ଟ ଜାମିନ ପ୍ରଦାନ କରିଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ, ଆଶିଷ ମିଶ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ। ଲଖିମପୁରରେ କୃଷକଙ୍କ ଉପରେ ଗାଡ଼ି ଚଢାଇଦେବା ମାମଲାରେ ଆଶିଷଙ୍କ ନାଁ ଆସିଥିଲା। ଏହି ମାମଲାରେ ସୁପ୍ରିମକୋର୍ଟ ଏପ୍ରିଲ ୪ ତାରିଖରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଅକ୍ଟୋବର ୩ ତାରିଖରେ ଲଖିମପୁର ଖେରୀ ଜିଲ୍ଲାରେ ଏକ ବଡ଼ ହିଂସା ଘଟିଥିଲା, ଯେଉଁଥିରେ କୃଷି ଆଇନକୁ ବିରୋଧ କରୁଥିବା ଚାଷୀଙ୍କ ଉପରେ କାର ଚଢାଇ ହତ୍ୟା କରାଯାଇଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଫେବୃଆରୀ ୧୦ରେ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *