ଆର୍‌ଚିନ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର

ଆର୍‌ଚିନ୍ କେମିକାଲ୍ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଇନିସିଆଲ୍ ପବ୍ଲିକ୍ ଅଫର

୨୦୨୨ ନଭେମ୍ବର ୯ରେ ଖୋଲିବ

ଭୁବନେଶ୍ୱର: ଆର୍‌ଚିନ୍ କେମିକାଲ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ୨୦୨୨ ନଭେମ୍ବର ୯ ତାରିଖ ବୁଧବାର ଖୋଲିବ । ଏହି ଅଫରରେ ୮୦୫ କୋଟି ଟଙ୍କା ମୂଲ୍ୟର ନୂଆ ଇକ୍ୱିଟି ସେୟାର ଏବଂ ଅଫର ଫର ସେଲ୍‌ରେ ୧୬,୧୫୦,୦୦୦ ଇକ୍ୱିଟି ସେୟାର ଜାରି କରାଯିବ । ଆଙ୍କର ନିବେଶକମାନଙ୍କ ଲାଗି ବିଡ୍ ଦାଖଲର ତାରିଖ ହେଉଛି ୨୦୨୨ ନଭେମ୍ବର ୭ । ଏହି ଅଫର ୨୦୨୨ ନଭେମ୍ବର ୧୧ରେ ବନ୍ଦ ହେବ । ଏହି ଅଫରରେ ଇକ୍ୱିଟି ସେୟାର ପିଛା ମୂଲ୍ୟ ୩୮୬ରୁ ୪୦୭ ଟଙ୍କା ମଧ୍ୟରେ ରହିଛି । ବିଡ୍ ପାଇଁ ସର୍ବନିମ୍ନ ୩୬ ଇକ୍ୱିଟି ସେୟାର ଓ ତା’ ପରେ ୩୬ଟି ଲେଖାଏଁ ଗୁଣିତକ ହିସାବରେ ବଢ଼ାଇବାକୁ ପଡ଼ିବ । ଏହି ଅଫରରୁ ଯେଉଁ ପାଣ୍ଠି ସଂଗ୍ରହ ହେବ ତାହାକୁ କଂପାନି ପକ୍ଷରୁ ଜାରି କରାଯାଇଥିବା ୬୪୪ କୋଟି ଟଙ୍କା ମୂଲ୍ୟର ନନ କନଭର୍ଟିବଲ୍ ଡିବେଂଚରକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ରିଡିମ୍ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ
କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରିବ । ଅଫର ଫର୍ ସେଲ୍‌ରେ କେମିକାସ୍ ସ୍ପେସିଆଲିଟି ଏଲ୍‌ଏଲ୍‌ପି (ପ୍ରମୋଟର
ନିବେଶକ) ୨,୦୦୦,୦୦୦ ଇକ୍ୱିଟି ସେୟାର, ଇଣ୍ଡିଆ ରିସର୍ଜେନ୍ସ ଫଣ୍ଡ ସ୍କିମ୍ ୧ର ୩,୮୩୫,୫୬୨ ଇକ୍ୱିଟି ସେୟାର, ଇଣ୍ଡିଆ ରିସର୍ଜେନ୍ସ ଫଣ୍ଡ୍ ସ୍କିମ୍ ୨ର ୬,୪୭୮,୮୭୬ ଇକ୍ୱିଟି ସେୟାର, ପିରାମଳ ନାରୁଚରାଲ ରିସୋର୍ସେସ ପ୍ରାଇଭେଟ
ଲିମିଟେଡ୍‌ର ୩,୮୩୫,୫୬୨ ଇକ୍ୱିଟି ସେୟାର ରହିଛି । ରେଜିଷ୍ଟ୍ରାର ଅଫ୍ କଂପାନିଜ୍‌, ତାମିଲନାଡ଼ୁରେ ୨୦୨୨ ଅକ୍ଟୋବର ୨୧ରେ ଦାଖଲ କରାଯାଇଥିବା ରେଡ୍ ହେରିଂ ପ୍ରୋସପେକ୍ଟସ ଜରିଆରେ ଉପଲବ୍ଧ କରାଯାଇଥିବା କଂପାନିର ସେୟାରକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ୍ (ଏନଏସଇ)ରେ ତାଲିକାଭୁକ୍ତ କରାଯିବ । ଯୋଗ୍ୟ ସଂସ୍ଥାଗତ ନିବେଶଙ୍କୁ ୭୫%ରୁ କମ୍ ଇକ୍ୱିଟି ସେୟାର ମାନୁପାତିକ ଭିତିରେ ଅବଂଟନ କରାଯିବ ।ଏହାର ୬୦ ପ୍ରତିଶତ ଆଙ୍କର ନିବେଶକଙ୍କୁ ଆବଂଟନ କରାଯିବ । ସେଥିରୁ ଏକ ତୃତୀୟାଂଶ ଦେଶ ଭିତରର ମ୍ୟୁଚୁଆଲ ଫଣ୍ଡ୍ ସଂସ୍ଥାଙ୍କୁ ଦିଆଯିବ । ଯଦି ଆଙ୍କର ନିବେଶକଙ୍କ ପାଇଁ ଥିବା
ସବୁ ଇକ୍ୱିଟି ସେୟାର ପାଇଁ ଆବଶ୍ୟକ ବିଡ୍ ନଆସିବ ତେବେ ବଳକା ସେୟାରକୁ ଯୋଗ୍ୟ ସଂସ୍ଥାଗତ ନିଶେକଙ୍କୁ ପ୍ରଦାନ କରାଯିବ । ୧୫%ରୁ କମ୍‌ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ବିଡରଙ୍କ ପାଇ ରଖାଯିବ । ୧୦%ରୁ ଅଧିକ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକଙ୍କ ପାଇଁ ରଖାଯାଇପାରିବ ନାହିଁ । ଯଦି ଅତିକମ୍‌ରେ ୭୫% ଇକ୍ୱିଟି ସେୟାରକୁ ସଂସ୍ଥାଗତ ନିବେଶକମାନଙ୍କୁ ଆବଂଟନ କରାଯାଇପାରିବ ନାହିଁ ତେବେ ସମସ୍ତ ଆବେଦନ ରାଶିକୁ ଫେରସ୍ତ କରାଯିବ । ଏହି ଅଫରର ବୁକ ରନିଂ ଲିଡ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଜେଏମ୍ ଫାଇନାନ୍ସିଆଲ ଲିମିଟେଡ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *