ଆନ୍ଦୋଳନ ନେଇ ପରିବହନ କମିଶନରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ବିଫଳ

ଆନ୍ଦୋଳନ ନେଇ ପରିବହନ କମିଶନରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ବିଫଳ

NEWS BY SASHIBHUSAN CHAINI

: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ରାଜ୍ୟରେ ବସ ମାଲିକ ସଂଘର ଅସନ୍ତୋଷ ବଢ଼ିବାରେ ଲାଗିଛି । ଲକ୍ଷାଧିକ ଟଙ୍କା ଋଣ କରି ବସ ବ୍ୟବସାୟରେ ପାଦ ଥାପି ଆତ୍ମ ନିର୍ଭରଶୀଳ ହେବାକୁ ଚାହିଁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟସରକାର ପୂର୍ଣ୍ଣଛେଦ ପକାଇବାକୁ ବସିଥିବା ଅଭିଯୋଗ କରିଛି ବସ ମାଲିକ ସଂଘ । ପ୍ରଥମେ ମୋ ବସ ଏବଂ ପରେ ଲକ୍ଷ୍ମୀଯୋଜନାରେ ବସ ଚଳାଚଳ ଯୋଗୁଁ ଘରୋଇ ବସ ସମ୍ପୂର୍ଣ୍ଣ ଅଚଳ ହୋଇଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ବସ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚରମ ନିଷ୍ପତ୍ତି ନେଇଛି । ତେବେ ଅଲ୍ ଓଡ଼ିଶା ବସ ମାଲିକ ସଂଘ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପରିବହନ କମିଶନରଙ୍କ ସହ ଘରୋଇ ବସ ସଂଘର ଆଲୋଚନା ହୋଇଛି । ହେଲେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ୨ ତାରିଖରେ ମାଲକାନଗିରି ଓ ୧୦ ତାରିଖରେ ବସ୍ ଚଳାଚଳ ବନ୍ଦ ଏବେ ବି ବଳବତ୍ତର ରହିଛି ବୋଲି କହିଛି ସଂଘ । ମାତ୍ର ଏହି ଆଲୋଚନା ବିଫଳ ହୋଇଥିବା ଜଣାଯାଇଛି । ଅନ୍ୟପଟେ ଲକ୍ଷ୍ମୀ ଯୋଜନାରେ ବହୁ ଲୋକଙ୍କ ଗମନାଗମନ ସୁଗମ ହେବ ବୋଲି କହିଛନ୍ତି ପରିବହନ କମିଶନର ଅମିତାଭ ଠାକୁର । ଅନ୍ୟପଟେ କୌଣସି ଡ୍ରାଇଭର ବା ବସ ମାଲିକଙ୍କ କୌଣସି ଅସୁବିଧା ହେବନି ବୋଲି ମଧ୍ୟ ସେ କହିଛନ୍ତି । ସେହିଭଳି ଆଗକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଆଲୋଚନା କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ଏନେଇ ଜୟପୁର ଘରୋଇ ବସ୍ ମାଲିକ ସଂଘର ସଂପାଦକ ନରେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *