ଆଠଗଡ଼ ଥାନାରୁ ଆସାମୀ ଚମ୍ପଟ ।

ଆଠଗଡ଼ ଥାନାରୁ ଆସାମୀ ଚମ୍ପଟ ।

ଆଠଗଡ଼:09.09.23(BREAKING NEWS ODIA): ଠଗଡ଼ ଥାନାରୁ ଆସାମୀ ଫେରାର । ଗତ ଅଗଷ୍ଟ ୯ ତାରିଖରେ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତ ଅମୃତ ମଣୋହି ପାଟଣାରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଏବଂ ବୋମା ମାଡ଼ ଘଟଣା ରେ ଅନ୍ୟତମ ଅଭିଯୁକ୍ତ ପୁଲିସ ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ହୋଇଥିବା ଏହି ବୋମାମାଡ଼ ଘଟଣା ରେ ଉଭୟ ପକ୍ଷଙ୍କ ତରଫରୁ ଦୁଇଟି ଏତଲା ଦାଏର ହୋଇଥିଲା । ଶାନ୍ତିଲତା ଜେନାଙ୍କ ଏତଲା ଆଧାରରେ ଆଠଗଡ଼ ଥାନା କେସ୍ ନମ୍ବର ୧୬୮/୨୩ ଏବଂ୧୬୯/୨୩ ଏବଂ ଗୁଣନିଧି ଜେନାଙ୍କ ଏତଲା ଆଧାରରେ ପୁଲିସ ପୂର୍ବରୁ ଉଭୟ ପକ୍ଷର ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଲା । ଗତକାଲି ଅନ୍ୟତମ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା । ଆଜି ତାକୁ କୋର୍ଟ ଚାଲାଣ କରିବାକୁ ଥିବା ବେଳେ ଭୋର୍ ସାଢ଼େ ପାଞ୍ଚଟା ସମୟରେ ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ ଶୌଚ ହେବା ପାଇଁ କହି ଥାନା ହାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ତେବେ ଆଠଗଡ଼ ପୁଲିସ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଆଠଗଡର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *