ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ ସହ ଏମ୍‌ଓୟୁ ସ୍ୱାକ୍ଷରିତ

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଭାରତୀୟ ଖାଦ୍ୟ ନିଗମ ସହ ଏମ୍‌ଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତର ତୃତୀୟ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ “ଅଲ୍‌ଟିମା ବେତନ ପ୍ୟାକେଜ୍‌”କୁ ନେଇ ଭାରତୀୟ ଖାଦ୍ୟ ନିଗମ (ଏଫ୍‌ସିଆଇ) ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରାଯାଇଛି ଯେଉଁଥିରେ ଏହାର ସମସ୍ତ କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ଓ ବୈଶିଷ୍ଟ୍ୟ ସହ ଶ୍ରେଷ୍ଠ ଶ୍ରେଣୀର ବେତନ ଖାତା ରହିଛି । ଏହି ଏମ୍‌ଓୟୁ ସହ ରାଷ୍ଟ୍ରାୟତ ଉଦ୍ୟୋଗ କ୍ଷେତ୍ରର କର୍ମଚାରୀଙ୍କୁ ସାମଗ୍ରିକ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବାର ପ୍ରତିବଦ୍ଧତାକୁ ବ୍ୟାଙ୍କ ଦୋହରାଇଛି । ଏଫ୍‌ସିଆଇ ମୁଖ୍ୟ କାର୍ଯ୍ୟାଳୟ, ନୂଆଦିଲ୍ଲୀରେ ଏକ ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ଆୟୋଜନ କରାଯାଇଥିଲା ଯେଉଁଥିରେ ଏଫ୍‌ସିଆଇ ତରଫରୁ ଜିଏମ୍‌, ମୁଖ୍ୟ କାର୍ଯ୍ୟାଳୟ ଶ୍ରୀ ଜି ଏନ୍ ରାତୁ ଓ ଆକ୍ସିସ୍ ବ୍ୟାଙ୍କ ତରଫରୁ ଆର୍ଥିକ ପ୍ରତିଷ୍ଠାନ ଗ୍ରୁପ୍‌ର ସଭାପତି ଶ୍ରୀ ଅନିଲ ଅଗ୍ରୱାଲ ଓ
ଜାତୀୟ ଖାତା ମୁଖ୍ୟ ଲେଫଟନେଂଟ୍ କର୍ଣ୍ଣେଲ ଏମ୍ କେ ଶର୍ମା ଉପସ୍ଥିତ ଥିଲେ । ଅଲ୍‌ଟିମା ବେତନ ପ୍ୟାକେଜ୍‌ରେ ବ୍ୟାଙ୍କ ପ୍ରଦାନ କରିବାକୁ ଥିବା ସୁବିଧା ସୁଯୋଗଗୁଡ଼ିକରେ ସାମିଲ ରହିଛି ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବ୍ୟକ୍ତିଗତ ଦୁର୍ଘଟଣା ବୀମା, ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶିକ୍ଷା ଅନୁଦାନ, ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ସୁରକ୍ଷା, ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଆଂଶିକ ଭିନ୍ନକ୍ଷମ
ସୁରକ୍ଷା, ୧ କୋଟି ଟଙ୍କାର ବିମାନ ଦୁର୍ଘଟଣା ସୁରକ୍ଷା, ପରିବାର ସଦସ୍ୟଙ୍କ ପାଇଁ ମାଗଣା ଅତିରିକ୍ତ ଡେବିଟ୍ କାର୍ଡ, ଗୃହ ଋଣରେ ୧୨ ଇଏମ୍‌ଆଇ ଛାଡ଼, ପରିବାର ସଦସ୍ୟଙ୍କ ପାଇଁ ୩ ଶୂନ ବାଲାନ୍ସ ଖାତା, ସାର୍ବଜନୀନ ଖାତା ନମ୍ବର ଯହା ଜରିଆରେ ଆକ୍ସିସ୍ ବ୍ୟାଙ୍କର ସବୁ ଶାଖାକୁ “ହୋମ୍ ବ୍ରାଂଚ୍‌” ଭାବେ ବ୍ୟବହାର କରିହେବ । ବିଭିନ୍ନ ଗ୍ରାହକ ବର୍ଗର ବିବିଧ ଆବଶ୍ୟକତାକୁ ପୂରଣ କରି ସେମାନଙ୍କ ଆର୍ଥିକ ଅଭିଳାଷ ଓ ମାଇଲଖୁଂଟକୁ ପୂରଣ କରିବାରେ ସହାୟକ ହେବା ପାଇଁ ଆକ୍ସିସ ବ୍ୟାଙ୍କ ନିରନ୍ତର କରୁଥିବା ଉଦ୍ୟମର ପ୍ରତିଫଳନ ହେଉଛି ଏହି ଏମ୍‌ଓୟୁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *