ଆକ୍ସିସ୍ ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟିତ |

ଆକ୍ସିସ୍ ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟିତ |
ଢେଙ୍କାନାଲ, ୨୯/୬: ଢେଙ୍କାନାଳ ନୁଆଶାସନ ଛକ ଠାରେ ଆକ୍ସିସ୍ ବ୍ୟାଙ୍କର ଦ୍ବିତୀୟ ଶାଖା ଉଦ୍‌ଘାଟିତ ହୋଇଯାଅଛି । ଏହାକୁ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥ୍‌ ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାସ ଓ ମଣ୍ଡଳ ଅଧିକାରୀ ସୁଧ କୁମାର ନାୟକ ଏବଂ ଅଂଚଳର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ବ୍ୟାଙ୍କରେ ସମସ୍ତ ବ୍ୟାଙ୍କିଙ୍ଗ୍‌ ସେବା ସହିତ ସମସ୍ତ ପ୍ରକାରର ରଣର ସୁବିଧା ଉପଲବ୍ଧ ଅଛି । ଏଥୁସହିତ ବ୍ୟାଙ୍କ ଲକରର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ଅଛି । ଏହି ଶୁଭ ମୁହୂର୍ତରେ ଆକ୍ସିସ୍ ବ୍ୟାଙ୍କର ଓଡିଶା ମୁଖ୍ୟ ବିପ୍ଳବି ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲାର ଆକ୍ସିସ୍ ବ୍ୟାଙ୍କ କୃଷ୍ଣର ହେଡ୍‌ ବିଭୁଦତ ମିଶ୍ର, ବ୍ୟାଙ୍କର ଶାଖା ପରିଚାଳକ ମାନସ ରଞ୍ଜନ ବେହେରା ଏବଂ କ୍ଲଷ୍ଟର ଆକ୍ୟୁଜେସନ୍ ହେଉ ଅଂଶୁମାନ ଷଡଙ୍ଗୀ, ସହକାରୀ ମୁଖ୍ୟ ସୁମନ୍ତ ଆଚାର୍ଯ୍ୟ ଏବଂ ସାଲାରୀ ବ୍ୟାପାର ମୁଖ୍ୟ ରବି ଶଙ୍କର ନାୟକ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଏହି ଅବସରରେ ବ୍ୟାଙ୍କର ଓଡିଶା ମୁଖ୍ୟ ଶ୍ରୀ ପଟ୍ଟନାୟକ ଏବଂ ଜିଲ୍ଲାପାଳ ମହୋଦୟ ବ୍ୟାଙ୍କର ଉତ୍ତମ ସେବା ଏବଂ ସୁବିଧା ବିଷୟ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମଟି ବ୍ୟାଙ୍କର ସମସ୍ତ କର୍ମଚାରୀ। ରଶ୍ମି ରଞ୍ଜନ ବସ୍ତିଆ, କ୍ଷୀରୋଦ କୁମାର ନାୟକ, ଅଜିତ୍ ସିଂ, ଦିବ୍ୟ ଢଞ୍ଜନ ମହାନ୍ତି, ହିମାଂଶୁ ଶେଖର ମଳିକ ଓ କାଜଲ୍ ବେଗମ୍‌ଙ୍କ ଦ୍ଵାର ସୁଚାର ରୂପେ ପରିଚାଳନା ହୋଇଥିଲା । ଶେଷରେ ଜିଲ୍ଲା କ୍ଲଷ୍ଟର ହେତୁ ବିଭୁତି ମିଶ୍ର ଯୋଗଦେଇଥିବା ଅଂଚଳବାସୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *