ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରୁପେ କ୍ରେଡିଟ୍ କାର୍ଡ ପାଇଁ ଏନ୍‌ପିସିଆଇ ସହ ସହଯୋଗିତା ସ୍ଥାପନ

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରୁପେ କ୍ରେଡିଟ୍ କାର୍ଡ ପାଇଁ ଏନ୍‌ପିସିଆଇ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ସ୍ୱଦେଶୀ ପେମେଂଟ୍ ନେଟ୍‌ୱର୍କ ରୁପେରେ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ନ୍ୟାସନାଲ୍‌ ପେମେଂଟ୍ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ସହ ସହଯୋଗିତା ସ୍ଥାପନ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଙ୍କର ଜେମ୍‌ଷ୍ଟୋନ୍‌ ସିରିଜ୍‌ରେ କୋରାଲ୍ ଭାରିଆଂଟ୍‌ରେ ଆଇସିଆଇସିଆଇ ବ୍ୟାଙ୍କ ରୁପେ କ୍ରେଡିଟ୍ କାର୍ଡ ଉପଲବ୍ଧ ହେବ ଏବଂ ତା’ ପରେ ତାହା ରୁବିକ୍ସ ଓ ସାଫିରୋ ଭାରିଆଂଟ୍‌ରେ ଶୀଘ୍ର ମିଳିବ । ଆଇସିଆଇସିଆଇ ବ୍ୟାଙ୍କ କୋରାଲ୍ ରୁପେ କ୍ରେଡିଟ୍ କାର୍ଡ ଭାବେ ନାମିତ ଏହି ସ୍ପର୍ଶବିହୀନ କାର୍ଡରେ ଦୈନିକ କିଣାକିଣି ଓ ରେସ୍ତୋରାଁରେ ଖର୍ଚ, ୟୁଟିଲିଟି ବିଲ୍ ପ୍ରଦାନ ବେଳେ ରିୱାର୍ଡ ପଏଂଟ୍ ହାସଲ, ଦେଶର ବିମାନବନ୍ଦର ଓ ରେଳବାଇ ଲାଉଂଜ୍‌ରେ ନିଃଶୁଳ୍କ ପ୍ରବେଶ, ଇନ୍ଧନ ସରଚାର୍ଜ ଛାଡ଼, ସିନେମା ଟିକଟ ଓ ଡାଇନିଂରେ ରିହାତି ଆଦି ବହୁ ପ୍ରକାରର ସୁବିଧା ସୁଯୋଗ ରହିଛି । ରୁପେ ନେଟୱର୍କର ସ୍ୱତନ୍ତ୍ର ଲାଭ ଯଥା କାର୍ଡଧାରୀଙ୍କୁ
ଦୁର୍ଘଟଣା ବୀମା ସୁବିଧା ଓ ସମର୍ପିତ ବ୍ୟକ୍ତିଗତ ସହାୟକ ସେବା ଭଳି ସ୍ୱତନ୍ତ୍ର ସୁବିଧା ଏହି କାର୍ଡରେ ମିଳିବ । ଏହି କାର୍ଡର ଶୁଭାରମ୍ଭ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର କ୍ରେଡିଟ୍ କାର୍ଡସ୍‌, ପେମେଂଟ୍ ସଲ୍ୟୁସନ୍ସ ଓ ମର୍ଚାଂଟ୍ ଇକୋସିଷ୍ଟମ୍‌ ମୁଖ୍ୟ ଶ୍ରୀଯୁକ୍ତ ସୁଦୀପ୍ତ ରାୟ କହିଛନ୍ତି ଯେ, “ନିଜର ଗ୍ରାହକମାନଙ୍କୁ ଅଭିନବ, ଶକ୍ତିଶାଳୀ ଓ ନିର୍ଦିଷ୍ଟ ମୂଲ୍ୟ ଉପସ୍ଥାପନ କରିବାରେ ଆଇସିଆଇସିଆଇ ବ୍ୟାଙ୍କ ସର୍ବଦା ଆଗରେ ରହିଛି । ଷ୍ଟେଟ ଅଫ୍ ଆର୍ଟ ପ୍ରଯୁକ୍ତିରେ ପ୍ରସ୍ତୁତ ଭାରତୀୟ କାର୍ଡ ପେମେଂଟ୍ ନେଟୱର୍କ ରୁପେ ନେଟ୍‌ୱର୍କରେ ଆଇସିଆଇସିଆଇ  ବ୍ୟାଙ୍କ କ୍ରେଡିଟ୍ କାର୍ଡର ଶୁଭାରମ୍ଭ ଲାଗି ଏନ୍‌ପିସିଆଇ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଏହି ସହଯୋଗିତାରେ ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍ କାର୍ଡର ଲାଭ ସହିତ ରୁପେର ସ୍ୱତନ୍ତ୍ର ଅଫରର ଯୁଗଳବନ୍ଦୀ ରହିଛି ଯାହା ଗ୍ରାହକଙ୍କୁ ଉନ୍ନତ ଲାଭ ପ୍ରଦାନ କରିବ । ଆଇସିଆଇସିଆଇ ବ୍ୟାଙ୍କ ରୁପେ ଡେବିଟ୍ କାର୍ଡ ଓ କ୍ରେଡିଟ୍‌ କାର୍ଡ ପରିବାରରେ ଆମେ ଆମର ଜେମଷ୍ଟୋନ ସମ୍ଭାରର ଅଧିକ କାର୍ଡ ଯୋଡ଼ିବୁ ।’’ ଏନ୍‌ପିସିଆଇର ସିଓଓ ମିସ୍ ପ୍ରବୀଣା ରାଏ କହିଛନ୍ତି ଯେ, “ସ୍ୱଦେଶୀ ନେଟ୍‌ୱର୍କ ରୁପେରେ କୋରାଲ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରିବା  ଲାଗି ଆଇସିଆଇସିଆଇ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଆମର ବିଶ୍ୱାସ ରହିଛି ଯେ ଆଇସିଆଇସିଆଇ ବ୍ୟାଙ୍କ ସହ ଆମର ସହଯୋଗିତା ଏକ ସୁବିଧାଜନକ, ରିୱାର୍ଡିଂ ଓ ଉଲ୍ଲାସପୂର୍ଣ୍ଣ ଅନୁଭୂତି କାର୍ଡର ବ୍ୟବହାରକାରୀଙ୍କୁ ପ୍ରଦାନ କରିବ । କିଛି ବର୍ଷ ଭିତରେ
ରୁପେ ନିଜକୁ ଏକ ଆଧୁନିକ, ସମସାମୟିକ ଓ ଯୁବସୁଲଭ ବ୍ରାଣ୍ଡ୍ ପ୍ରଭାବ ପ୍ରତିଷ୍ଠିତ କରିପାରିଛି ଯାହା ଉନ୍ନତ ପ୍ରଯୁକ୍ତି ଜରିଆରେ ଗ୍ରାହକଙ୍କୁ ଅଭିନବ ଓ ଗ୍ରାହକ କୈନ୍ଦ୍ରୀକ ସୁବିଧା ପ୍ରଦାନ କରୁଛି ।’’ ଏହି କାର୍ଡରେ ପ୍ରତି ୧୦୦ ଟଙ୍କା ବ୍ୟୟ ଉପରେ ୨ ରିୱାର୍ଡ ପଏଂଟ୍‌, ୟୁଟିଲିଟି ଓ ବୀମାରେ ପ୍ରତି ୧୦୦ ଟଙ୍କା ଖର୍ଚ ଉପରେ ୧ ରିୱାର୍ଡ ପଏଂଟ୍‌,ବର୍ଷକୁ କାର୍ଡରେ ୨ ଲକ୍ଷ ଟଙ୍କା ଖର୍ଚ କଲେ ୨୦୦୦ ବୋନସ୍ ରିୱାର୍ଡ ପଏଂଟ୍‌, ତା’ ପରେ ୧ ଲକ୍ଷ ଟଙ୍କା ଖର୍ଚ କଲେ ଅତିରିକ୍ତ ୧୦୦୦ ବୋନସ୍ ପଏଂଟ୍ ମିଳିବ । ସେହିପରି, ଦେଶ ଭିତରର ବିମାନବନ୍ଦର ଓ କେତେକ ନିର୍ଦିଷ୍ଟ ରେଳ ଲାଉଞ୍ଜରେ ମାଗଣା ପ୍ରବେଶ, ବୁକ୍ ମାଇଁ ସୋ’ରେ ସିନେମା ଟିକଟ ବୁକିଂରେ ସ୍ୱତନ୍ତ୍ର ରିହାତି ଓ ୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ଦୁର୍ଘଟଣା ବୀମା ସୁରକ୍ଷା ମଧ୍ୟ ମିଳିବ । ୨୪ ଘଂଟା ସହାୟକ  ହେବା, ଆଇସିଆଇସିଆଇ ବ୍ୟାଙ୍କ କଲିନାରି ଟ୍ରିଟ୍‌ସ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଡାଇନିଂ ଅଫର ଓ ଇନ୍ଧନ ସରଚାର୍ଜ ଛାଡ଼ ସୁବିଧା ବି ମିଳିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *