ଆଇପିଏଲ : ଚେନ୍ନାଇକୁ ୧୩ ରନରେ ହରାଇଲା ବାଙ୍ଗାଲୋର

ପୁଣେ,4th May,(Bnews):: ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ଚେନ୍ନାଇକୁ ୧୩ ରନରେ ପରାସ୍ତ କରିଛି ବାଙ୍ଗାଲୋର । ବାଙ୍ଗାଲୋର ଦ୍ବାରା ରଖାଯାଇଥିବା ୧୭୪ ରନର ବିଜୟ ଲକ୍ଷ୍ୟ ଜବାବରେ ଚେନ୍ନାଇ ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୬୦ ରନ ହିଁ କରିପାରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ୫୬ ରନ, ମୋଇନ ଅଲ୍ଲି ୩୪ ରନ ଓ ଋତୁରାଜ ଗାଇକ୍ବାଡ ୨୮ ରନ କରିଥିଲେ । ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ମହିପାଲ ଲାମରୋରଙ୍କ ୪୨ରନ, ବିରାଟ କୋହଲିଙ୍କ ୩୦ରନ, ଫାଫ ଡୁପ୍ଲେସିସଙ୍କ ୩୮ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୧୭୩ ରନ କରିଥିଲା । ରଜତ ପଟିଦାର ୨୧ରନ ଓ ଦିନେଶ କାର୍ତ୍ତିକ ୨୬ରନର ଯୋଗଦାନ ଦେଇଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଚେନ୍ନାଇ ପକ୍ଷରୁ ମହିସ ତିକ୍ଷଣା ୩ଟି ଓ ମୋଇନ ଅଲ୍ଲି ୨ଟି ଓ୍ବିକେଟ ନେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *