ଅସହାୟ ବିଧବା ମହିଳା ଆବାସ ଯୋଜନାରୁ ବଞ୍ଚିତ ।
ଅସହାୟ ବିଧବା ମହିଳା ଆବାସ ଯୋଜନାରୁ ବଞ୍ଚିତ ।
ପରଜଙ୍ଗ :27.07.23(BREAKING NEWS ODIA)report by nirmal gadanayak ପରଜଙ୍ଗ ବ୍ଲକ ୨୯ ପଞ୍ଚାୟତ ,କଙ୍କଡ଼ାହାଡ଼ ୨୧ ପଞ୍ଚାୟତ ଓ କାମାକ୍ଷାନଗର ବ୍ଲକର ୬ ପଞ୍ଚାୟତକୁ ନେଇ ୨୦୦୯ ମସିହାରେ ନୂତନ ଭାବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଗଠିତ ହୋଇଛି । ଏହି ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ନିରୀହ ଗରିବ ଶ୍ରେଣୀର ପରିବାର ଆବାସ ଯୋଜନାରୁ ବାରମ୍ବାର ବଞ୍ଚିତ ହେବାକୁ ପଡୁଛି ।ଏଥିରୁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡୁଥିବା ବେଳେ ଧନୀଶାଳୀ ପରିବାରକୁ ଆବାସ ମିଳୁଛି ।କଥାରେ ଅଛି କାହାର ପୁଷ ମାସ ତ କାହାର ସର୍ବନାଶ ,ଠିକ୍ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ପଞ୍ଚାୟତ ମାଣିକମରା ଗ୍ରାମରେ ।ଗ୍ରାମର ସବିତା ପାତ୍ର ଜଣେ ଅସହାୟ ଗରିବ ଶ୍ରେଣୀର ବିଧବା ମହିଳା ।ନିଜର ସ୍ଵାମୀ ନରୋତ୍ତମ ପାତ୍ରଙ୍କୁ ଆଜକୁ ୯ ବର୍ଷରୁ ଉର୍ଦ୍ଧ୍ବ ହେବ ହରାଇବସି ଘରଟି ସବିତାଙ୍କ ପାଇଁ ମୁଣ୍ଡ ଉପରେ ଲଳିତା ବିଡା ପାଲଟି ଯାଇଛି ।ପାଖରେ ୨୬ ବର୍ଷର ପୁଅ ,ନିଜ ଭାଗ୍ୟକୁ ଆଦରି ପେଟ ପୋଷିବା ପାଇଁ ନିଜ ଗାଁ ସ୍କୁଲରେ ମା ପୁଅ ମିଶି ରୋଷେଇ କାର୍ଯ୍ଯ କରୁଛନ୍ତି ।ଏଥିରୁ ଯାହା ଅର୍ଥ ମିଳେ ନିଜ ପେଟ ପାଇଁ ଦୁଃଖ କଷ୍ଟେ ଚଳିବାକୁ ପଡୁଛି ।ଆଉ ଭଙ୍ଗା ଦଦରା ଚାଳ ଛପର ଘର ମରାମତି କରିବା ଏମାନଙ୍କ ପକ୍ଷେ କାଠିକର ପାଠ ।ଅଞ୍ଚଳରେ କିଛି ଦିନ ବର୍ଷା ଜାରି ରହିଥିବାରୁ ଏହାର ପ୍ରଭାବରେ କାନ୍ଥ ତଳେ ପଡ଼ିବା ଦୃଶ୍ୟ ଜ୍ୱଳନ୍ତ ପ୍ରମାଣିତ କରିଛି ।ପୂର୍ବରୁ ଏହି ପରିବାର ନାମରେ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଆଜି କେମିତି ଏଥିରୁ ବାଦ୍ ପଡିଛନ୍ତି ତାହା ଗ୍ରାମବାସୀଙ୍କୁ ଚକିତ କରିଦେଇଛି ।ତୁରନ୍ତ ଏହି ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଆବାସ ଗୃହ ଯୋଗାଇ ଦେବାକୁ ସାବିତ୍ରୀ ପ୍ରଶାସନଙ୍କୁ ଆକୁଳ ନିବେଦନ କରିଛନ୍ତି ।