ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ

 

REPORT  BY BIJAY KUMAR PANDA(BBSR)

ନୂଆଦିଲ୍ଲୀ/ ଭୁବନେଶ୍ୱର:12.10.23(B.N.O.): ଦେଶରେ ଗଠନ ହୋଇଥିବା ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ୨ଜଣ ବିଜେଡି ସାଂସଦ ସ୍ଥାନ ପାଇଛନ୍ତି । ବିଜେପିର ଲୋକସଭା ସାଂସଦ ରାଜେଶ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟି(୨୦୨୩-୨୪) ରେ ସଦସ୍ୟ ରୂପେ ବିଜେଡିର ଦୁଇଜଣ ସାଂସଦ ସ୍ଥାନ ପାଇଛନ୍ତି । କମିଟିରେ ସ୍ଥାନ ପାଇଥିବା ବିଜେଡିର ଦୁଇ ଜଣ ହେଲେ ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଏବଂ ଲୋକସଭା ସାଂସଦ ଶର୍ମିଷ୍ଠା କୁମାରୀ ସେଠୀ । ଏହି କମିଟିରେ ସମୁଦାୟ ୩୦ ଜଣ ସଦସ୍ୟ ରହିଥିବାବେଳେ ଲୋକସଭାରୁ ୨୦ ଓ ରାଜ୍ୟସଭାରୁ ୧୦ ଜଣ କମିଟିର ସଦସ୍ୟ ରହିଛନ୍ତି । ଏହି କମିଟିର କାର୍ଯ୍ୟକାଳ କମିଟିର ପ୍ରଥମ ବୈଠକରୁ ବର୍ଷେ ପର୍ଯ୍ୟନ୍ତ ରହିବ ବୋଲି ଲୋକସଭା ସଚିବାଳୟରୁ ପ୍ରକାଶିତ ବୁଲେଟିନରେ ଉଲ୍ଲେଖ ରହିଛି । ତେବେ ସାଂସଦ ଶ୍ରୀ ମଙ୍ଗରାଜ ରାଜ୍ୟସରକାରଙ୍କ ଉପଦେଷ୍ଟା ଭାବେ ଗୁରୁଦାୟିତ୍ୱ ତୁଲାଇବା ସହ ରାଜ୍ୟରେ ସାମ୍ବାଦିକଙ୍କ କଲ୍ୟାଣ ନିମନ୍ତେ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । କେବଳ ସାମ୍ବାଦିକ କାହିଁକି ଖବରକାଗଜ ବିକ୍ରେତାମାନଙ୍କ କଲ୍ୟାଣ ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରି ଗଣମାଧ୍ୟମ ଜଗତରେ ଉନ୍ନତିର ଏକ ସାରଥୀ ପାଲଟି ଯାଇଛନ୍ତି । ଏଥି ସହିତ ତାଙ୍କ କାର୍ଯ୍ୟଦକ୍ଷତାରେ ମୁଖ୍ୟମନ୍ତ୍ରୀ ମନ୍ତ୍ର ସନ୍ତୁଷ୍ଟ ପ୍ରକାଶ କରିବା ସହ ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ନନୋନୀତ କରିଥିଲେ । ତେବେ ସେ ରାଜ୍ୟସଭାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସର୍ବଦା ଚର୍ଚ୍ଚାରେ ରହିଛନ୍ତି । ପୁନଶ୍ଚ ଶ୍ରୀ ମଙ୍ଗରାଜ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପରାମର୍ଶଦାତା କମିଟି ସଦସ୍ୟ, ସାମୁଦ୍ରିକ ଦ୍ରବ୍ୟ ରତ୍ପାନୀ ଉନ୍ନୟନ କର୍ତ୍ତୃପକ୍ଷ ସଦସ୍ୟ, ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗର ସଂସଦୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ । ତେବେ ପଛୁଆ ବର୍ଗ ଦାୟିତ୍ୱରେ ରହିବା ପରେ ରାଜ୍ୟର ବହୁ ପଛୁଆବର୍ଗ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *