ଅନନ୍ତ ସାର୍ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ଅନନ୍ତ ସାର୍ ଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
କଙ୍କଡ଼ାହାଡ଼/୨୧-୦୮-୨୪(ବିଏନ୍ଓ): ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ତୋରଡ଼ାନାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସାହୁ ୩୫ ବର୍ଷକାଳ ଉକ୍ତ ବିଦ୍ୟାଳୟରେ ନିରନ୍ତର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ।ଏଥି ପାଇଁ ବିଦ୍ୟାଳୟ ପରିସରରେ ଆଡମ୍ବର ସହକାରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ,ପରିଚାଳନା କମିଟି, ପଞ୍ଚାୟତ ଜନପ୍ରତିନିଧି , ଅବିଭାବକ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବିଦାୟୀ ଶ୍ରୀ ସାହୁଙ୍କୁ ପୁଷ୍ପଗୁଛ , ଉପଢୌକନ ,ମାନପତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା, ନାମ ସଙ୍କୀର୍ତ୍ତନ ସାଙ୍ଗକୁ ଏକ ଶୋଭାଯାତ୍ରାରେ ରାମ ମନ୍ଦିର କୁ ଯାଇ
ପୂଜା ସାରି ଶ୍ରୀ ସାହୁଙ୍କୁ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନରହରି ବେହେରାଙ୍କ ସଭାପତିତ୍ବରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ରେ ତୋରଡ଼ାନାଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ , ମହାବିରୋଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀକାନ୍ତ ଚରଣ ସାହୁ , ଗଡପଳାଶୁଣି ବାପୁଜୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କାହୁଁ ଚରଣ ସାହୁ , ଝିଲି ପଞ୍ଚାୟତ ସରପଞ୍ଚ ରୋଜାଲିନ ସାହୁ,ସମିତି ସଭ୍ୟା ସସ୍ମିତା ବେହେରା ,ବିଦ୍ୟାଳୟର ପରିଚାଳନା କମିଟି ସଭାପତି କିରଣ ସାହୁ , ତୋରଡ଼ାନାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାମାକ୍ଷା ସିଂହ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ ।ଶିକ୍ଷକ ବାବାଜୀ ଚରଣ ତ୍ରିପାଠୀ ଅତିଥି ପରିଚୟ ଦେଇ ମଞ୍ଚ ସଞ୍ଚାଳନ କରିଥିଲେ, ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ଦ୍ବାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲ, ପୁରାତନ ଛାତ୍ର ଛାତ୍ରୀ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ସାହୁଙ୍କୁ ଉପହାର ପ୍ରଦାନ କରିଥିଲେ, ଛାତ୍ର ମାନଙ୍କ ମଧ୍ୟରେ ପୃଥିରାଜ ସାହୁ ,ସତ୍ୟବ୍ରତ ସାହୁ, ଜ୍ଞାନେନ୍ଦ୍ର ଦାସ ,ସୁଶାନ୍ତ ସାହୁ ,ସଞ୍ଜୟ କୁମାର ସେନାପତି ,ଯୁଗଳ ରଣା , ପବିତ୍ର ରଣା ,ନିରଞ୍ଜନ ସେନାପତି, ନିବାରଣ ସାହୁ, ଅକ୍ଷୟ ସାହୁ ସମେତ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଅବିଭାବକ ,ଅଞ୍ଚଳର ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀଙ୍କ ସହଯୋଗରେ ଅବ

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *