ଅତ୍ୟାଧୁନିକ କଟକ ନେତାଜୀ ବସ ଟର୍ମିନାଲ ଉଦ୍‌ଘାଟିତ

report by malaya parija

କଟକ:16.09.23(B.N.O.):Report by malaya parija  ସ୍ଥାନୀୟ ଖାନନଗର ଠାରେ ନବ ନିର୍ମିତ କଟକ ନେତାଜୀ ବସ ଟର୍ମିନାଲ (ସିଏନବିଟି) ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଏନବିଟିକୁ ଉଦ୍‌ଘାଟନ କରିବା ସହ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରି କଟକର ରୂପରେଖ ଖୁବ ଶିଘ୍ର ବଦଳିବ ବୋଲି କହିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ସିଏନବିଟି ସମେତ କଟକର ୧୩ଟି ପ୍ରକଳ୍ପର ଉଦ୍‌ଘାଟନ କରିବା ସହ ଶିଳାନ୍ୟାସ ମଧ୍ୟ କରିଥିଲେ । ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୫୪୦.୬୦ କୋଟି ଟଙ୍କା ବ୍ୟୟ ଅଟ୍ଟକଳ ରହିଛି । ଉଦ୍‌ଘାଟିତ ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟ୍ଟକଳ ୩୪୧କୋଟି ଟଙ୍କା ରହିଥିବା ଶିଳାନ୍ୟାସ ପ୍ରକଳ୍ପ ମଧ୍ୟରେ ୨ଶହ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ରହିଛି । ୨୦୨୧ ମସିହା ଜାନୁଆରୀ ୨୩ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ସିଏନବିଟି ଆଜି ଉଦ୍ଘାଟିତ ହୋଇଯାଇଛି । ୫ଟି ଯୋଜନାରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିବାବେଳେ ଓଡ଼ିଶାର ସ୍ୱାଭିମାନକୁ ଅଧିକ ବର୍ଦ୍ଧିତ କରିଛି ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ ।
ତେବେ ଏହି ୧୩ଟି ପ୍ରକଳ୍ପ ମଧ୍ୟରେ ଖାନନଗରସ୍ଥିତ ସିଏନବିଟି ୯୦.୨ କୋଟି ଟଙ୍କା ଖର୍ଚ୍ଚ ହୋଇ ବିଶ୍ୱସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ ହୋଇଛି । ସେହିଭଳି ଆର୍ôଥକ ଦୁର୍ବଳ ବର୍ଗ ଓ ସ୍ୱଳ୍ପ ରୋଜଗାରକ୍ଷମ ଲୋକଙ୍କ ପାଇଁ ନରଣପୁର ଠାରେ ୮୮.୩୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁଲଭ ଗୃହ ପ୍ରକଳ୍ପ, ୯.୭୨ କୋଟି ବ୍ୟୟରେ ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମିତ ସିଲଭରସିଟି ବୋଟ୍ କ୍ଲବ୍‌, ପର୍ଯ୍ୟଟନ ବିଭାଗ ଦ୍ୱାରା ୫.୨୩ କୋଟି ବ୍ୟୟରେ ନିର୍ମିତ ତାଳଦଣ୍ଡା କେନାଲ ପାଶ୍ୱର୍ରେ ଫୁଡକୋର୍ଟ ଓ ୱାଟର ସ୍ପୋର୍ଟସ୍ ଜୋନ୍ ଏବଂ କେନାଲ ଫ୍ରଣ୍ଟ ଡେଭଲପମେଣ୍ଟ, ୩.୨୨ କୋଟି ବ୍ୟୟରେ ସିଏମସି ପକ୍ଷରୁ ନିର୍ମିତ ଅର୍ବାନ ହାଟ, ପୂର୍ତ୍ତ ବିଭାଗ ଦ୍ୱାରା ୦.୫୪ କୋଟି ଟଙ୍କା ବ୍ୟୟରେ ରାଣୀହାଟ କ୍ଲକ ଟାୱାର, ୨୩.୩୫ କୋଟି ବ୍ୟୟରେ ପୂର୍ତ୍ତ ବିଭାଗ ଦ୍ୱାରା ତାଳଦଣ୍ଡା ଉପରେ ଏକାଧିକ ନିର୍ମିତ ପୋଲ, ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୬୬.୬୫ କୋଟି ବ୍ୟୟରେ ନିର୍ମିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ମହାନଦୀ କ୍ୟାମ୍ପସର ଏକାଡେମିକ ବ୍ଲକ ଓ ହଷ୍ଟେଲ-୧ ଏବଂ ୨ ରହିଥିଲା ବେଳେ ୩୦.୦୦ କୋଟି ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ନୂତନ ପାଠାଗାର ଏବଂ ୨୩.୮୫ କୋଟି ଟଙ୍କା ବ୍ୟୟରେ ଡିଏଭି ଏସସିବି ମେଡିକାଲ ପବ୍ଲିକ ସ୍କୁଲ ଆଦି ଉଦଘାଟନ ହେବା ସହ ୧୨୩.୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ କେନ୍ଦ୍ର, ଗେଷ୍ଟ ହାଉସ୍‌, କ୍ରିକେଟ୍ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଥିଲା ବେଳେ ସିଏମସି ପକ୍ଷରୁ ୪୫.୧୯ କୋଟି ଟଙ୍କା ବ୍ୟୟରେ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ଓ ସର୍ବସାଧାରଣଙ୍କ ନିମନ୍ତେ ଏକାଧିକ ପ୍ରକଳ୍ପ ଯଥା ଫୁଟପାଥ୍‌, ପାର୍କ, ସଂଗ୍ରହାଳୟ, ଭେଣ୍ଡିଂଜୋନ, ପାନୀୟ ଜଳ ପ୍ରକଳ୍ପ, ଶୈାଚାଳୟ ଓ ବସ୍ ଷ୍ଟପ୍‌ର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହପୂର୍ତ୍ତ ବିଭାଗ ପକ୍ଷରୁ ୮.୯୫ କୋଟି ଟଙ୍କା ବିନିମୟରେ ଜାତୀୟ ରାଜପଥରୁ ପୂର୍ବ ପଟ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ୪ ଲେନ୍ ବିଶିଷ୍ଟ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଆଜିର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ । ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ସ୍ୱାଗତ ଭାଷଣ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, କଟକ ମେୟର ସୁବାସ ସିଂହ ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ କଟକ ପ୍ରତି ଆନ୍ତରିକତା ଯୋଗୁଁ ଏ ସବୁ ସମ୍ଭବ ହୋଇ ପାରିଛି ବୋଲି ମତପ୍ରକାଶ କରିଥିଲେ । ଏଥି ସହିତ କାର୍ଯ୍ୟକ୍ରମରେ ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ ଓ ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ପ୍ରମୁଖ ଉପସ୍ଥିତଥିଲେ । କାର୍ଯ୍ୟକ୍ରମରେ ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଡିସିପି ପିନାକ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *