୨୬ ଦିନ ହେଲା ମିଳୁନି ପାନୀୟ ଜଳ ।
୨୬ ଦିନ ହେଲା ମିଳୁନି ପାନୀୟ ଜଳ ।
କାମାକ୍ଷାନଗର: ୩୦/୦୭/୨୦୨୪(ବି.ଏନ୍.ଓ):- ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ଦଶୀପୁର ଗ୍ରାମରେ ବର୍ଷାଦିନରେ ମଧ୍ୟ ପାନୀୟ ଜଳ ଟିକିଏ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକମାନେ ।ବିଲବାଡି, ନାଳ ପୋଖରୀରେ ପାଣି ଭର୍ତି ହୋଇଥିଲେ ମଧ୍ୟ, ଦୀର୍ଘ ୨୬ ଦିନ ହେଲା ପାଇପ ଯୋଗେ ପିଇବା ପାଣି ଯୋଗାଣ ବନ୍ଦ ରହିଥିବାର ଅଭିଯୋଗ ହୋଇଛି । ବର୍ଷାଦିନେ ବିଭିନ୍ନ ରୋଗର ସଂକ୍ରମଣ ଭୟ ରହୁଥିବାରୁ ଲୋକମାନେ ବାହାର ପାଣି ପିଇବା ଉଚିତ୍ ମନେକରୁନାହାନ୍ତି । ଏହାକୁ ନେଇ ଗ୍ରାମର ବିଭୁତି ଭୂଷଣ ଦେହୁରୀ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୋନ୍ ଯୋଗେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଯନ୍ତ୍ରୀ ରଶ୍ମୀରଂଜନ ଦାସ ବିଭୁତିଙ୍କ ମୋବାଇଲନମ୍ବରକୁ ବ୍ଲକ କରି ଦେଇଥିବାର ଅଭିଯୋଗ ହୋଇଛି । ତେବେ କେଉଁ କାରଣରୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ି ନାହିଁ ।