ହିନ୍ଦୋଳ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା ।

ହିନ୍ଦୋଳ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା 

  • ଛାତିରେ ବାଜିଛି ୬ଟି ଗୁଳି ।
  • ବିହାରୀ ଶିକାରୀଙ୍କ ଗୁଳିରେ ହତ୍ୟା ହୋଇଥିବା ସନ୍ଦେହ ।

ଢେଙ୍କାନାଳ୨୪-୦୫-୨୦୨୫(ବି.ଏନ .ଓ ) :(ଅକ୍ଷୟ କୁମାର ନନ୍ଦ)  ଢେଙ୍କାନାଳ ଜିଲ୍ଲା ବନଖଣ୍ଡ ହିନ୍ଦୋଳ ରେଞ୍ଜ ରେ ଘଟିଛି ଅଘଟଣ । ଶିକାରୀ ଗୁଳିରେ ଫରେଷ୍ଟର ମୃତ । ବିଳମ୍ବିତ ପ୍ରହରରେ ଛାତିରେ ବାଜିଲା ୬ ଗୁଳି ।ହିନ୍ଦୋଳ ରେଞ୍ଜ ରାଜମୋହନପୁର ଗାଁ ନିକଟରେ ଫରେଷ୍ଟର ପ୍ରହ୍ଲାଦ ପ୍ରଧାନ(ମାନସ)ଙ୍କୁ ଗୁଳି କରି ହତ୍ୟା କଲେ ଶିକାରୀ । ମାନସଙ୍କ ଘର କାମାକ୍ଷାନଗର ଥାନା ଜିରିଡାମାଳି ଗାଁରେ ହୋଇଥିବା ସୂଚନା। ହିନ୍ଦୋଳ ଫରେଷ୍ଟ ସେକ୍ସନରେ ଫରେଷ୍ଟର ଭାବେ କାର୍ଯ୍ୟ କରୁଥିଲେ ମାନସ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର। ରାତି ୧୧ଟା ୪ ମିନିଟ ସମୟରେ ରାଜମୋହନପୁର ଗାଁକୁ ଡ୍ୟୁଟିରେ ଯାଇଥିବା ବେଳେ ହତ୍ୟା କରାଯାଇଥିବା ସୂଚନା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *