ହାଟରେ ବୁଲିଲା ବୁଲଡୋଜର

ହାଟରେ ବୁଲିଲା ବୁଲଡୋଜର…

  • ବାଲିପାଟଣା ତହସିଲ କାର୍ଯ୍ୟାଳୟ ସାମ୍ନାରୁ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ ଆଜି ପ୍ରଶାସନ ପକ୍ଷରୁ ହଟାଯାଇଛି।
  • ପୂର୍ବରୁ ଜାରି ହୋଇଥିବା Notice ପରେ ଆଜି ବାଲିପାଟଣା ହାଟ ଅଞ୍ଚଳରେ ବୁଲଡୋଜର ଚଳାଇ ଅବୈଧ ନିର୍ମାଣ ଭାଙ୍ଗାଯାଇଛି।

ବାଲିପାଟଣା ୩୦-୧୨-୨୦୨୫(ବି.ଏନ .ଓ ) ବିଜୟ କୁମାର ପଣ୍ଡା  ବାଲିପାଟଣା ତହସିଲ କାର୍ଯ୍ୟାଳୟ ସାମ୍ନାରୁ ଦୀର୍ଘଦିନ ଧରି ହୋଇଆସୁଥିବା ଜବରଦଖଲ ଆଜି ପ୍ରଶାସନ ପକ୍ଷରୁ ହଟାଯାଇଛି। ପୂର୍ବରୁ ଜାରି ହୋଇଥିବା ନୋଟିସ ପରେ ଆଜି ବାଲିପାଟଣା ହାଟ ଅଞ୍ଚଳରେ ବୁଲଡୋଜର ଚଳାଇ ଅବୈଧ ନିର୍ମାଣ ଭାଙ୍ଗାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ଫଳରେ ତହସିଲ ସାମ୍ନା ଅଞ୍ଚଳ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ହେବ ବୋଲି ପ୍ରଶାସନ କହିଛି।

ସୁରକ୍ଷା ବ୍ୟବସ୍ଥା କଡାକଡି…
ପ୍ରଶାସନିକ ସୂଚନା ଅନୁସାରେ, ପ୍ରାୟ ୩ ଦଶନ୍ଧି ରୁ ଅଧିକ ସମୟ ଧରି କିଛି ସ୍ଥାନୀୟ ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରି ସ୍ଥାୟୀ ଓ ଅସ୍ଥାୟୀ ନିର୍ମାଣ କରିଥିଲେ। ସେଠାରେ ସୁନା ଦୋକାନ, ଗ୍ରୋସରୀ, ମୋବାଇଲ, ଘଣ୍ଟା, ସାର ଓ ପାନ ଦୋକାନ ଖୋଲି ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିଲା। ତହସିଲ, ସବ୍ ରେଜିଷ୍ଟର କାର୍ଯ୍ୟ ଓ ହାଟ ଥିବାରୁ ଏଠାରେ ପ୍ରାୟ ସମୟରେ ଭିଡ଼ ଲାଗି ରହୁଥିଲା।

ଆଜିର ଅଭିଯାନ ସମୟରେ ବାଲିପାଟଣା ତହସିଲଦାର କଳ୍ପନା ଦାସ, ଅତିରିକ୍ତ ତହସିଲଦାର ସୌରଭ ବଡୁ, ଆଇଆଇସି ସୂର୍ଯ୍ୟାଂଶୁ ଶେଖର ପାଢ଼ୀଙ୍କ ସହ ତହସିଲ ଓ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। କୌଣସି ଅପ୍ରିୟ ଘଟଣା ଘଟିନଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି ରଖାଯାଇଥିଲା। ନୋଟିସ ପାଇବା ପରେ କିଛି ଦଖଲଦାର ନିଜେ ହାତରେ ଘର ଭାଙ୍ଗିବା ସହ ସାମଗ୍ରୀ ଖାଲି କରିଥିଲେ। ତହସିଲଦାର ସୂଚନା ଦେଇଛନ୍ତି ଯେ, ମୋଟ ୪୦ ଡିସିମିଲ ଅର୍ଥାତ ୧୦ ଗୁଣ୍ଠ ସରକାରୀ ଜମି ସମ୍ପୂର୍ଣ୍ଣ ଭାବେ ଖାଲି କରାଯିବ। ପ୍ରଶାସନର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ସ୍ୱାଗତ କରିଥିବା ବେଳେ ଆଗାମୀ ଦିନରେ ଅଞ୍ଚଳରେ ସୁସଂଗଠିତ ବିକାଶ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *