ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ନବାଗତ ଉତ୍ସବ ପାଳିତ ।
ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ନବାଗତ ଉତ୍ସବ ପାଳିତ ।
ପରଜଙ୍ଗ :07.08.23 BREAKING NEWS ODIA (report by nirmal gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଓ କନ୍ଦରସିଂହା ମଧ୍ୟଭାଗରେ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ଗଢି ଉଠିଥିବା ଅଞ୍ଚଳର ସରକାରୀ ଶିଳ୍ପ ତାଲିମ ଶିକ୍ଷା କେନ୍ଦ୍ରଟି ଦ୍ଵିତୀୟ ବର୍ଷ ରେ ବର୍ଷରେ ପଦାର୍ପଣ କରିସାରିଛି । ଯାହାକି ଚଳିତ ବର୍ଷ ପ୍ରଥମ ବର୍ଷ ପାଇଁ ନାମ ଲେଖାଇଥିବା ନବାଗତ ଛାତ୍ରଛାତ୍ରୀଙ୍କ ପ୍ରବେଶପଥ ଉତ୍ସଵ ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି ।ଆୟୋଜିତ ଉତ୍ସବର ମୁଖ୍ୟ ଅତିଥି ପରଜଙ୍ଗ ତହସିଲଦାର ସିରୀୟଲ ଶୁଭ୍ର ପଟେଲ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂଜିନିୟର ଚନ୍ଦ୍ରଶେଖର ତ୍ରିପାଠୀ , ତାଲିମ ପ୍ରଦାନ ଅଧିକାରୀ ସଞ୍ଜୀବ ତ୍ରିପାଠୀ ,ଆସିଷ୍ଟାଣ୍ଟ ତାଲିମ ଅଧିକାରୀ ସୂର୍ଯ୍ୟକାନ୍ତ ନାହାକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ।କର୍ମ କଲେ ଫଳ ମିଳିଥାଏ ।ତେଣୁ ବିଭିନ୍ନ ବିଭାଗରେ ଛାତ୍ର ଛାତ୍ରୀ ତାଲିମ ନେଇ ନିଜର ଜ୍ଞାନଆହରଣ ହାସଲ କରିବା ଓ ନିଜର ଭବିଷ୍ୟତ ନିଜେ ଗଢ଼ିବା ପାଇଁ ମୁଖ୍ୟ ଅତିଥି ଶ୍ରୀ ପଟେଲ ପ୍ରଥମ କରି ପ୍ରବେଶ କରିଥିବା ନବାଗତ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ ସେହିପରି ସରକାରୀ ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ମାନଙ୍କରେ ପାଠ ପଢିବା ସହିତ ଯାନ୍ତ୍ରିକ ଉପକାରିତା ଉପରେ ଅଧିକ ଗୁରୁତ୍ବ ଦେବାକୁ ନବାଗତଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଇଂଜିନିୟର ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଥିଲେ। ପରିଶେଷରେ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନାଚ ଗୀତ ପରିବେଷଣ ହୋଇଥିଲା ।ଅନୁଷ୍ଠାନର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।ପରିଶେଷରେ ଆସିଷ୍ଟାଣ୍ଟ ତାଲିମ ଅଧିକାରୀ ସୂର୍ଯ୍ୟକାନ୍ତ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ ।