ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନାl

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା l

(ଢେଙ୍କାନାଳରୁ ରୁକସାନା ବେଗମଙ୍କ ରିପୋର୍ଟ)

ଢେଙ୍କାନାଳ:୦୮-୦୮-୨୦୨୪(ବି.ଏନ୍.ଓ) ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଠାରେ ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ବିଦାୟ କାଳୀନ ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଲିଲି ନାୟକ, କଳ୍ପନା ସାହୁ, ପୂଜା ସାମନ୍ତରାୟ ଓ ଶିକ୍ଷକ ପୁରୁଷୋତ୍ତମ ସାହୁ ଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲ l ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଦାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସ୍ମୃତି ଚାରଣ କରିଥିଲେ l ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟରେ କାଟିଥିବା ଅନୁଭୁତି ବିଷୟରେ ମତ ପ୍ରକାଶ କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଛାତ୍ର, ଛାତ୍ରୀଙ୍କ ଉତ୍ତୋରତ୍ତର ମଙ୍ଗଳ କାମନା କରିଥିଲେ l କାର୍ଯ୍ୟକ୍ରମ ରେ ବରିଷ୍ଠ ଶିକ୍ଷକ ଦୁର୍ଗା ପ୍ରସାଦ ତ୍ରିପାଠୀ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ବିଷୟାବତୀ ମହାନ୍ତି, ସ୍ମିତାଞ୍ଜଳି ସାମଲ, କୈକେୟୀ ଦେହୁରୀ ସହଯୋଗ କରିଥିଲେ l ଏହି ସଭାରେ ବରିଷ୍ଠ ଶିକ୍ଷକ କୃଷ୍ଣଚନ୍ଦ୍ର ପରିଡା, ତପନ କୁମାର ଶତପଥି, ଅଶେଷ କୁମାର ମାର୍ଥା ଶିକ୍ଷୟିତ୍ରୀ ଅମିତା ଘଡେଇ, ଭାରତୀ ପରିଡା ଓ ଶିକ୍ଷା କର୍ମଚାରୀ ଈଶ୍ୱର ଚନ୍ଦ୍ର ତ୍ରିପାଠୀ, ନାରାୟଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *