ଲୌହମାନବୀ ସରଳା ଦେବୀଙ୍କ ସୃଷ୍ଟି ଓ ଜୀବନାଦର୍ଶ ସମ୍ପର୍କରେ ରାଜ୍ଯସ୍ତରୀୟ ଆଲୋଚନାଚକ୍ର

ଲୌହମାନବୀ ସରଳା ଦେବୀଙ୍କ ସୃଷ୍ଟି ଓ ଜୀବନାଦର୍ଶ ସମ୍ପର୍କରେ ରାଜ୍ଯସ୍ତରୀୟ ଆଲୋଚନାଚକ୍ର

ରାଉରକେଲା:12.02.24 (B.N.O.) ରାଉରକେଲା ଭଜ

NEWS BY SAMARENDRA ROUT

କୃଷ୍ଣ ସାରସ୍ଵତ ସ୍ମୃତି ସଂସଦ- ରାଉରକେଲା, ସରଳା ଦେବୀ-ଭାଗୀରଥି ମହାପାତ୍ର ଟ୍ରଷ୍ଟ- କଟକ ଓ ଓଡିଆ ବିଭାଗ, ରାଉରକେଲା ମହାବିଦ୍ୟାଳୟ-ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ‘ଲୌହମାନବୀ ସରଳା ଦେବୀଙ୍କ ସୃଷ୍ଟି  ଓ ଜୀବନାଦର୍ଶ’ ସମ୍ପର୍କରେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବ ଓ ଟ୍ରଷ୍ଟର ରାଉରକେଲା ସମ୍ପାଦିକା ସସ୍ମିତା ପ୍ରଧାନଙ୍କ ଆବାହକତ୍ଵ ତଥା ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଉଦ୍ଘାଟକ ଭାବେ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ, ମୁଖ୍ୟଅତିଥି ଭାବେ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ଡ. ବିଜୟଲକ୍ଷ୍ମୀ ଦାଶ, ସମ୍ମାନିତ ଅତିଥି ଭାବେ ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ଲକ୍ଷ୍ମୀ ପ୍ରକାଶ ମହାପାତ୍ର, ଅନ୍ୟତମ ଅତିଥି ଭାବେ କଲେଜର ପ‌୍ରଶାସନିକ ଅଧିକାରୀ ଡ. ରବୀନ୍ଦ୍ର କୁମାର ଜେନା, ସମ୍ମାନିତ ବକ୍ତା ଭାବେ ଓଡ଼ିଆ ବିଭାଗର ମୁଖ୍ୟା ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ପ୍ରାଧ୍ୟାପିକା ଡ. ଦାଶ ତାଙ୍କ ବକ୍ତବ୍ୟରେ ଲୌହମାନବୀଙ୍କ ସମ୍ପର୍କରେ ଆଲୋଚନା କରି କହିଲେ ଯେ ବିଂଶଶତକର ନାରୀ ଜାଗରଣକୁ ତ୍ବରାନ୍ବିତ କରାଇ ଯେଉଁ ଅଳ୍ପ କେତେକ ଭାରତୀୟ ମହିଳା ଦେଶକୁ ସ୍ବାଧୀନତାର ସିଂହାସନରେ ଅଭିଷିକ୍ତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ତ୍ୟାଗପୂତ ତଥା କ୍ରାନ୍ତଦର୍ଶୀ ହୋଇ ସମାଜର ମଙ୍ଗ ଧରିଥିଲେ, ସେମାନଙ୍କ ମଧ୍ୟରେ ସରଳା ଦେବୀ ପ୍ରାତଃ ସ୍ମରଣୀୟ । ସେ ଉନ୍ନତ ସାହିତ୍ୟ ସୃଷ୍ଟିରେ ନିଜର ଅମଳିନ ସ୍ବାକ୍ଷର ଛାଡ଼ିଯାଇଛନ୍ତି। ଏହା ସହ ତାଙ୍କ ବିଦ୍ରୋହୀ ବ୍ୟକ୍ତିତ୍ବ, ସାଙ୍ଗଠନିକ କୌଶଳ, ବିଧାୟିକା ରୂପେ ରାଜନୈତିକ ପଦକ୍ଷେପ, ସମାଜ ସୁଧାରକ ଭାବେ ନାରୀ ମୁକ୍ତି ଓ ସମୟୋପଯୋଗୀ ଚିନ୍ତା-ଚେତନା ପ୍ରଭୃତି ସମ୍ପର୍କରେ ଆଲୋଚନା କରିଥିଲେ ।

ସମ୍ମାନିତ ଅତିଥି ଶ୍ରୀ ମହାପାତ୍ର ତାଙ୍କ ସହ ବିତାଇଥିବା ମୁହୂର୍ତ୍ତ ଓ ପାରିବାରିକ ଜୀବନ ତଥା ଦୃଢ ନିଷ୍ପତ୍ତି ଏବଂ ତାଙ୍କର ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ଶ୍ରୀମତୀ ମଥାନ ସରଳାଙ୍କ ଚେତନାକୁ ଗାନ୍ଧୀଙ୍କ ନାରୀ ଜାଗରଣ ନୀତି କିପରି ପରିପୃଷ୍ଟ କରିଥିଲା ଓ ସାହିତ୍ୟ ସର୍ଜନା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଡ. ଜେନା, ଓଡ଼ିଆ ବିଭାଗର ଛାତ୍ର-ଛାତ୍ରୀ ଅନୀତା ଜଗଦ୍ଦେବ, ସୌମ୍ୟ ରଞ୍ଜନ ମହାନ୍ତି, ଅପର୍ଣ୍ଣା ପାହାରୀ ପ୍ରମୁଖ ସରଳାଦେବୀଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଉଦ୍ଘାଟିକା ପ୍ରଫେସର ପ୍ରଧାନ ଏଭଳି କାର୍ଯ୍ୟକ୍ରମ ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି କରିବା ସହ ଏହା ଅତ୍ୟନ୍ତ ଉପାଦେୟ ବୋଲି ମତପ୍ରକାଶ କରିଥିଲେ। ସଭାପତିତ୍ବ ଅଭିଭାଷଣରେ ଶିକ୍ଷାବିତ୍ ଶ୍ରୀ ପତି ସରଳାଦେବୀଙ୍କ ଜୀବନ ଆଦର୍ଶ ସହ ଅନୁଷ୍ଠାନର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ। ଟ୍ରଷ୍ଟି ଶ୍ରୀମତୀ ପ୍ରଧାନ ଓ କାର୍ଯ୍ୟକ୍ରମର ମୁଖ୍ୟ ଆବାହକ କୁଞ୍ଜବିହାରୀ ରାଉତ ଅତିଥିଙ୍କ ପରିଚୟ ସହ ସରଳାଦେବୀଙ୍କ ସମ୍ପର୍କରେ ଏକ କବିତା ପାଠ କରିଥିଲେ। ଏହି ଅବସରରେ ସୁଶ୍ରୀ ଶୈଳବାଳା ଷଡ଼ଙ୍ଗୀ ‘ସାରସ୍ଵତ ସମ୍ମାନ’ ଓ କାର୍ତ୍ତିକ ରାଉତ ‘ସମାଜସେବୀ ସମ୍ମାନ’ରେ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଥିଲେ। ଶେଷରେ ଓଡ଼ିଆ ବିଭାଗର ପ୍ରାଧ୍ୟାପକ ବନବିହାରୀ କିଷାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବିଶିଷ୍ଟ ବ୍ଯକ୍ତି ଜଗନ୍ନାଥ ରାଉତ, ପ୍ରବୀର କୁମାର ଦୁବେ, ବିଜୟିନୀ ଜେନା, ବିଶ୍ବଜିତ ରାଉତ, ଆକାଶ ନାୟକ, ବସୁମତୀ ମହାନ୍ତି, ବନଜା ବିଶ୍ବାଳ, ମନୋରଞ୍ଜନ ଦାଶ, ଦେବବ୍ରତ ପଟ୍ଟନାୟକ, ସୁବାସ ଗୁପ୍ତା, ଇନ୍ଦ୍ରାବଳୀ ମିସ୍ତ୍ରୀ, ଅନନ୍ତ ପଟ୍ଟନାୟକ ତଥା ପ୍ରଭାତ ବଳ, ଭାଗ୍ଯଶ୍ରୀ ମହାନ୍ତି, ଅନାମିକା କୁଲ୍ଲୁ, ଶୁଚିସ୍ମିତା ପ୍ରଧାନ, ସ୍ବାତି ସ୍ମିତା ସାହୁ, ରଶ୍ମୀରଂଜନ ରାଉତ ପ୍ରମୁଖ ମହାବିଦ୍ୟାଳୟର ବହୁ ଅଧ୍ୟାପକ-ଅଧ୍ୟାପିକା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଛାତ୍ରୀ ସୁଶ୍ରୀରେଖା ବେହେରା ଓ ସୋନାଲି ମହାନନ୍ଦ ସ୍ବାଗତ ସଂଗୀତ ଗାନ କରିଥିଲାବେଳେ ପୂଜାରାଣୀ ମହାପାତ୍ର, ଲିପ୍ସା ବଳିଆରସିଂହ, ରୂପଶ୍ରୀ ଖୁଣ୍ଟିଆ, କ୍ରାନ୍ତି ଓରାମ, ଅର୍ଚ୍ଚନା ମହାପାତ୍ର, ସଂଘମିତ୍ରା ପାତ୍ର, ସୁମନ ମୁଣ୍ଡାରୀ,ବିନିତା ବଡାଇକ, ସନ୍ଧ୍ୟା ସାଗର, ରୂପେଶ ଗୋପ, ପ୍ରକାଶ ମେହେର, ଗୋବିନ୍ଦ ମାହାତୋ, ଭାରତୀ ବେହେରା, ସନ୍ଧ୍ୟାରାଣୀ ବେହେରା, ଗୋପାଳ କୃଷ୍ଣ ଦାଶ, ପ୍ରକାଶ ଚନ୍ଦ୍ର ଓଝା, ତପସ୍ୱିନୀ କୁମ୍ଭାର, ଅଭିଷେକ ପରିଡ଼ା, ନରେଶ ମୁଣ୍ଡା, ସଚିନ ଗୁଡିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *