ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ

NEW BY BABULI (NAYAGARHA)

ନୟାଗଡ଼:21.10.23(B.N.O): ଯେତିକି ଡିପୋଜିଟ କରିବ ତାହାର ମୂଳ ଧନ ସହ ୫ ଗୁଣ, ୧୦ ଗୁଣ ଫେରିପାଇବ । ଏପରି ମାୟାରେ ବାୟା ହୋଇ ନୟାଗଡ଼ର ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କଠାରୁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍ କରି ଦେଇଥିଲେ । ମାତ୍ର ତାହା ପରେ ଆପ୍ ଡିଲିଟ ହୋଇ ଯାଇଥିବା ବେଳେ ବନ୍ଦ ହୋଇଗଲା ଫୋନ୍ ନମ୍ବର । ଏହାପରେ କାନମୁଣ୍ଡ ଆଉଁଷି ଥାନାର ଦ୍ୱାରସ୍ଥ ହେଲେ ବହୁ ସଂଖ୍ୟାରେ ଜମାକରୀ । ଏହାପରେ ପୁଲିସ୍ ତଦନ୍ତ କରି ଏହି ସ୍କାମର ମାଷ୍ଟରମାଇଣ୍ଡ ଦୁଇ ଭାଇଙ୍କୁ ଗିରଫ କରିଛି । ପ୍ରାୟ କିଛି ମାସରେ ଇଚଗ ଟର୍ମିନାଲସ ନାମକ ସଂସ୍ଥା ଆକର୍ଷଣୀୟ ଅଫର ଦେଖାଇ ନୟାଗଡ଼ରେ ତାର ଚେର ଲମ୍ବାଇ ଚାଲିଥିଲା । ୫ ହଜାର ଡିପୋଜିଟ୍ କଲେ ମାସକୁ ମିଳିବ ୫୫ ହଜାର ଏବଂ ୧୫ ହଜାର ଡିପୋଜିଟ କଲେ ଲକ୍ଷାଧିକ ଟଙ୍କା ମିଳିବ ବୋଲି ଲୋଭ ଦେଖାଉଥିଲା । ଗତ ଗାନ୍ଧି ଜୟନ୍ତୀ ଅବସରରେ ସଂସ୍ଥା ତରଫରୁ ବମ୍ପର ଅଫର ଦିଆଯାଇଥିଲା । ଏହି ଅଫର ଅନୁଯାୟୀ, ୫ ହଜାର ଦେଲେ, ୨୪ ଘଣ୍ଟାରେ ୬ ହଜାର ଫେରି ପାଇବେ । ଏଥିସହ ଦିନକୁ ହଜାରେ ଟଙ୍କା ଲେଖାଏ ପାଇବେ ବୋଲି କୁହାଗଲା । ଏପରି ଅଫର୍ ପାଇ ଗାନ୍ଧି ଜୟନ୍ତୀରେ ବହୁ ସଂଖ୍ୟାରେ ଲୋକେ ମୋଟା ଅଙ୍କର ଅର୍ଥ ଜମା କରିଥିଲେ । କିନ୍ତୁ ତା’ ପରଦିନକୁ ଉକ୍ତ ଆପ୍ ଡିଲିଟ ହୋଇ ଯାଇଥିବା ବେଳେ ଫୋନ୍ ନମ୍ବର ସୁଇଚ୍ ଅଫ୍ ହୋଇ ଯାଇଥିଲା । ବହୁ ରାଜନେତା, ଓକିଲ ଓ ପୁଲିସ କର୍ମଚାରୀ ବି ଏହି ଆପ୍ ଦ୍ୱାରା ଠକାମୀର ଶିକାର ହୋଇଥିବା ଜଣାଯାଇଛି । ଏନେଇ ଗତ ୩ ଦିନ ହେବ ବହୁ ଅଭିଯୋଗ ହେବା ପରେ ପୁଲିସ୍ ତଦନ୍ତ କରି ଏହି ସ୍କାମର ମାଷ୍ଟରମାଇଣ୍ଡ ଦୁଇ ଭାଇଙ୍କୁ ବାନ୍ଧିଛି । ସେମାନେ ହେଲେ ନୟାଗଡ଼ ଗାୟତ୍ରୀ କଲୋନୀର ଅରୁଣ ଦାଶ ଓ ଅମୂଲ୍ୟ ଦାଶ ବୋଲି ପୁଲିସ ସୂଚନା ଦେଇଛି । ଅମୂଲ୍ୟ ନୟାଗଡ଼ର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ଭାବେ କାମ କରୁଥିବା ଜଣାଯାଇଛି । ଏହି ଘଟଣାରେ ନୟାଗଡ଼ ଟାଉନ ଥାନା ଅଧିକାରୀ କହିଛନ୍ତି, ଯେତେବେଳେ ଗ୍ରାହକମାନେ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଲେ ଥାନାକୁ ଆସିଥିଲେ । ଆମେ ଏହାର ତଦନ୍ତ କରୁଛୁ । ଏହା ଏକ ଠକ ଆପ୍ ବୋଲି ଜଣାଯାଇଛି । ଏହା ନୟାଗଡ଼ ସମେତ ବାହାର ଅଞ୍ଚଳକୁ ବି ବ୍ୟାପିଛି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛୁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *