ଯାଜପୁରର ସୁବ୍ରତ ଦାସଙ୍କ ସାତୋପନ୍ଥ ପର୍ବତ ଆରୋହଣ

ଯାଜପୁରର ସୁବ୍ରତ ଦାସଙ୍କ ସାତୋପନ୍ଥ ପର୍ବତ ଆରୋହଣ

-ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ଯୁବବର୍ଗଙ୍କୁ ପର୍ବତାରୋହଣ ପ୍ରଶିକ୍ଷଣ ପ୍ରଦାନ-
ଭୁବନେଶ୍ୱର/କଳିଙ୍ଗନଗର: ଯାଜପୁରର ପର୍ବତାରୋହୀ ସତ୍ୟବ୍ରତ ଦାସ ମଙ୍ଗଳବାର ଦିନ ଉତରାଖଣ୍ଡର ସାତୋପନ୍ଥ ପର୍ବତ ଶିଖରରେ ପହଂଚି ଏହି ପର୍ବତାରୋହଣ ଅଭିଯାନ ଶେଷ କରିବା ସହ ଏକ ବିରଳ ସଫଳତା ହାସଲ କରିଛନ୍ତି । ଇଣ୍ଡିଆନ୍ ମାଉଂଟେନିୟରିଂ ଫାଉଣ୍ଡେସନ୍ ପକ୍ଷରୁ ଏକ ଆଠ ଜଣିଆ ପର୍ବତାରୋହୀଦଳକୁ ନେଇ ଆୟୋଜନ କରାଯାଇଥିବା ଏହି ପର୍ବତାରୋହଣ ଅଭିଯାନରେ ଶିଖରରେ ପହଂଚିଥିବା ପାଂଚ ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ୍ ଅନ୍ତର୍ଗତ
କୁମ୍ଭୀରଗାଡ଼ିଆ ଗ୍ରାମର ସତ୍ୟବ୍ରତ ଦାସ ଅନ୍ୟତମ । ସମୁଦ୍ର ପତନଠାରୁ ୭୦୭୫ ମିଟର୍‌ ଉଚ୍ଚରେ ଥିବା ସାତୋପନ୍ଥ ପର୍ବତାରୋହଣ ଅଭିଯାନ ଏହାର ଅସମତଳ ରାସ୍ତା ସହ ପାହାଡ଼ରତୀକ୍ଷ୍‌ଣ କୋଣ ଓ ଅତ୍ୟନ୍ତ ପ୍ରତିକୁଳ ପାଣିପାଗ ଦୃଷ୍ଟିରୁ ଏକ କଷ୍ଟସାଧ୍ୟ କାର୍ଯ୍ୟ ଭାବେ ବିଚାର କରାଯାଏ । ଏହି ଅଭିଯାନ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୩୦ ତାରିଖରେ ସମାପ୍ତ ହୋଇଥିଲା । ସତ୍ୟବ୍ରତ ଦାସ କହିଛନ୍ତି ଯେ, “ବେଳେ ବେଳେ ତାପମାତ୍ରା -୩୦ଂ ସେଲ୍‌ସିଅସ୍‌ରେ ପହଂଚିଯାଉଥିଲା ଓ ତାହା ସହ୍ୟ କରିହେଉନଥିଲା । ଆମେ ଆଗକୁ ବଢ଼ିବା ଲାଗି ଅନେକ  ସମୟରେ ଜଟିଳ ପଦ୍ଧତି ବ୍ୟବହାର କରୁଥିଲୁ । ସ୍ଥିତି ଅତ୍ୟନ୍ତ କଷ୍ଟକର ଥିଲା, କିନ୍ତୁ ଆମେ ସଂକଳ୍ପବଦ୍ଧ ଥିଲୁ । ମୋର ବିଶ୍ୱାସ ରହିଛି ଯେ ଏବେ ମୁଁ ଏହାଠାରୁ ଆହୁରି ଉଚ୍ଚ ପର୍ବତ ଆରୋହଣ କରିପାରିବି । ଶୀର୍ଷରେ ପହଂଚି ଜାତୀୟ ପତାକା ଉଡ଼ାଇବା ଅତ୍ୟନ୍ତ ଆମୋଦଦାୟକ ଥିଲା ।’’ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହଯୋଗରେ ସତ୍ୟବ୍ରତ ଦାସ ଟାଟା ଷ୍ଟିଲ୍ ଆଡ୍‌ଭେଂ ର୍‌ ଫାଉଣ୍ଡେସନ୍ (ଟିଏସ୍‌ଏଏଫ୍‌)ଠାରେ ଉଭୟ ମୌଳିକ ଓ ଉନ୍ନତ ପର୍ବତାରୋହଣ ପାଠ୍ୟକ୍ରମ ସମାପ୍ତ କରିଛନ୍ତି । ଏହାସହିତ ସେ ଫାଉଣ୍ଡେସନ୍ ସହାୟତାରେ ପୂର୍ବରୁ ବହୁ ସଂଖ୍ୟକ ପର୍ବତାରୋହଣ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ଉଦ୍ୟମରେ କଳିଙ୍ଗନଗର ପାର୍ଶ୍ୱବର୍ତୀ ଅଂଚଳର ବହୁ ଯୁବବର୍ଗ ପର୍ବତାରୋହଣକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ୨୦୦୯ ପ୍ରାରମ୍ଭରେ ଫାଉଣ୍ଡେସନ୍ ପକ୍ଷରୁଯାଜପୁରର ଯୁବବର୍ଗଙ୍କୁ ପର୍ବତାରୋହଣ ସମ୍ପର୍କିତ କାର୍ଯ୍ୟକ୍ରମରେ ସାମିଲ ହେବା ଲାଗି କୁହାଯାଇଥିଲା । ତା’ ପରଠାରୁ ଟାଟା ଷ୍ଟିଲ୍ ଆଡଭେଂଚର୍ ଫାଉଣ୍ଡେସନ୍ ଜରିଆରେ
ଏହି ଅଂଚଳର ୧୦୦୦ରୁ ଅଧିକ ଯୁବବର୍ଗଙ୍କୁ ବିଭିନ୍ନ ପ୍ରକାର ପର୍ବତାରୋହଣ ପାଠ୍ୟକ୍ରମ ଉପରେ ପ୍ରଶିକ୍ଷଣ ଦିଆଯାଇଛି ।
ଏହି ଅଂଚଳର ସମଭାବାପନ୍ନ ଯୁବବର୍ଗଙ୍କ ସହ ସତ୍ୟବ୍ରତ ଓ ତାଙ୍କର କିଛି ବନ୍ଧୁ ମିଳିତ ଭାବେ କଳିଙ୍ଗନଗର ମାଉଂଟେନିୟରିଂ ଗ୍ରୁପ୍ ଗଠନ କରିଛନ୍ତି ଯାହା ନିୟମିତ ଭାବେ ଜିଲ୍ଲାର ନିକଟତମ ପାହାଡ଼ଗୁଡ଼ିକରେ ପର୍ବତାରୋହଣ ଅଭିଯାନ ଆୟୋଜନ କରୁଛି ଏବଂ
ସ୍ଥାନୀୟ ଯୁବବର୍ଗଙ୍କ ମଧ୍ୟରେ ପର୍ବତାରୋହଣକୁ ନେଇ ସଚେତନତା ସୃଷ୍ଟି କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *