||ମିଛ ପ୍ରଚାର||
||ମିଛ ପ୍ରଚାର||
ସେଦିନ ହରିଆ ସକାଳ ପହରୁ ଉଠି ଶଗଡ ନେଇକି ବାହାରି ପଡିଲା ତା କାମ ରେ ସାଙ୍ଗରେ ଲଣ୍ଠନ ଟା ଆଉ ପାଣି, ପାନ ବଟୁଆ ଧରି ହରିଆ ଚାଲିଲା ତା କାମ ରେ,
ଗାଁ ର ଛକ ମୁଣ୍ଡରେ ଚା ଦୋକାନ ପାଖରେ ଶଗଡ ଗାଡି ରଖି ଚା ପିଉ ପିଉ ଦୋକାନୀ ପଚାରିଲା କଣ ହରିଆ କୁଆଡେ ଯାଉଛୁ ଏତେ ଜିନିଷ ପତ୍ର ବୋହି…
ହରିଆ ହସିକି ଏଇ ନଈ ସେପଟ ଗାଁ କୁ ହେଲେ ନଈ ଭିତରେ କଣ ଯାଇହେବ ଭାବୁଛି ବୁଲି ବୁଲି ସେ ମାଟି ରାସ୍ତା ବାଟେ ଯିବି…
ଦୋକାନୀ ଆରେ ପଳା ମ ନଈ ଭିତର କିଛି ହବନି କେତେ ପାଣି ଜେ ଯା ଯା ହରିଆ କିଛି ସମୟ କଣ ଭାବିଲା ପରେ କହିଲା ହଉ ଦେଖିବାଏତିକି କହି ସେ ଚାଲିଲା ସେ ଯିବାର କିଛି ସମୟ ହେଇଛି କି ନାହିଁ ୨ ଟା ଲୋକ ନଈ ଆଡୁ ଚିତ୍କାର କରି କରି ଆସିଲେ ହେ ନଈ ରେ ଶବ ଲାଗିଛି. ଏ କଥା ଦୋକାନୀ ସୁଣିକି ତା ମୁଣ୍ତ ଖରାପ୍ ମନେ ମନେ କହିଲା ଏ ହରିଆ ନୁହଁ ତ ମୁଁ ତ ତାକୁ ଜବରଦସ୍ତି କହିଥିଲି ନଈ ରେ ଯିବାକୁ ସେ ସତରେ କୁମ୍ଭୀର ହାବୁଡ଼ରେ ପଡି ମଲା ବୋଧେ.ଯାଉଛି ଗାଁ ଲୋକ ଙ୍କ ଆଗରେ ମିଛ ଅଭିନୟ କରିବି ନହେଲେ ସବୁ ଧରା ପଡ଼ିଯିବ ଦୋକାନୀ ଗାଁ ଭିତରକୁ ଦଉଡ଼ି ଯାଇ ଆରେ ଭାଇ ମାନେ କିଏ କୁଆଡେ ଅଛ ଦଉଡ଼ି ଆସ ହରିଆକୁ କୁମ୍ଭୀର ଖାଇଗଲା.ମୁଁ ମନା କରୁଛି ନଈ ବାଟେ ଜାନି ରାସ୍ତା ବାଟେ ଯା ସେ କଣ ମୋ କଥା ଶୁଣିଲା କହିଲା ତୁମେ କାହିଁ ମୋତେ କହୁଚ ମୁଁ କୋଉ ବାଟେ ଜିବି ମୁଁ ଜାଣିଚି ମୋତେ ସହଜ ବାଟ କୋଉଟା ହବ. ସେ ଶବ କୁ ଗାଁ ଲୋକ ଉଠେଇକି ଆଣିଲେ ହରିଆ ଘର ଆଗରେ ରଖିଦେଲେ ସେ କାଳରେ ସମସ୍ତେ ଧୋତି ଗାମୁଛା ପିନ୍ଧୁଥିଲେ କିଏ ବା ଜାଣିବ ଏ କିଏ. କାନ୍ଦ ବୋବାଳି ରେ ଗାଁ ଫାଟି ପଡୁ ଥାଏ ସାଇ ଭାଇ ଲୋକେ କୋକେଇ ବାନ୍ଧିବା ରେ ବ୍ୟସ୍ତ ଥାଆନ୍ତି ଠିକ୍ ସଂଧ୍ୟା ହେଇ ଆସୁଥାଏ ବଳଦ ମାନଙ୍କୁ କିଏ ହେ ର୍ ର୍ କରି ଆଣୁ ଥାଏ ଆରେ ଏ ତ ହରିଆ ଶଗଡ କିଛି ଛୁଆ ଆଉ ଲୋକ ହରିଆ ର ଭୁତ କହି ଦୌଡ଼ିବାକୁ ଲାଗିଲେ. ଗାଁ ର ମୁଖିଆ ଭାରୀ ସାହସୀ ସେ କହିଲେ କିଏ ତମେ ହରିଆ ହସି କି ଆରେ କକେଇ ଆପଣ କଣ ମୋତେ ଜାଣି ପାରୁନାହାନ୍ତି ମୁଁ ହରିଆ ଗାଁ ର ମୁଖିଆ ତାହାଲେ ଏଇଟା କାହା ଶବ ହରିଆ ଶଗଡ ଗାଡିରୁ ଓହ୍ଲେଇ ଦେଖିଲା କୋକେଇ ବନ୍ଧା ଚାଲିଛି କାନ୍ଦ ବୋବାଳି. ସବୁ କଥା ହରିଆ ଶୁଣିଲା ଗାଁ ଲୋକେ ସବୁ ରୁଣ୍ଡ ହେଲେ ସେ ଦୋକାନୀ କିନ୍ତୁ ଛୁ ମାରିଥିଲା. ହରିଆ କହିଲା ଦୋକାନୀ ମୋତେ ନଈ ରେ ଯିବାକୁ କହିଲା ହେଲେ ମୋ ମନ ମାନିଲାନି ମୁଁ ରାସ୍ତା ବାଟରେ ଗଲି ବୋଲି ତ ଏତେ ଡେରି ହେଲା. ଗାଁ ଲୋକେ ସବୁ ଠେଙ୍ଗା ବାଡ଼ି ଧରି ରାଗ ତମ ତମ ରେ ବାହାରିଲେ ଦୋକାନୀ ଘରକୁ ସେତିକି ବେଳେ ଗାଆଁର ଜଣେ ବୁଢ଼ା ମଣିଷ ଆସି ରାଗିକି ହେ ରୁହ ସବୁ ସେ ଦୋକାନୀ ଯଦି କହିଲା ତୁମେ ମାନେ ସତ କଣ ନ ଜାଣି ତାରି କଥା କୁ ବିଶ୍ୱାସ କରିଗଲ ସେ ଯେତିକି ଦୋଷି ତୁମେ ମାନେ ବି ସେତିକି ଦୋଷୀ. ସେ ଶବ କୁ ଗାଁ ର ମୁଖିଆ ନିର୍ଣ୍ଣୟ କଲେ କି ସବୁ ଗାଁ ଲୋକେ ମିଶି ଶବ ସତ୍କାର କରି ଶୁଦ୍ଧି ହେବେ ସେଇଆ ବି ହେଲା. ହରିଆ ଟା ଛୁଆ ପିଲା ସଂସାର ରେ ବେଶ୍ ହସ ଖୁସୀ ରେ ରହିଲା. ଏଥିରୁ ଆମେ ଗୋଟେ କଥା ଶିଖିଲେ କି କୌଣସି କଥା ର ସତ୍ୟତା ନ ଜାଣି ଶୁଣା କଥା ରେ ଯିଏ ବିଶ୍ୱାସ କରେ ତାଠୁ ବଡ ମୂର୍ଖ ସଂସାରରେ ନାହାନ୍ତି. ପ୍ରଥମେ କଥାର ସତ୍ୟତା କୁ ଜାଣନ୍ତୁ ତାପରେ ଅନ୍ୟକୁ ଦୋଷୀ କରନ୍ତୁ ମିଛ ପ୍ରଚାର କରିବା ଆଉ ତାକୁ ଶୁଣି ବିଶ୍ୱାସ କରିବା ଏ ଦୁଇଜଣ ଯାକ ଦୋଷୀ. ଏ ଦୁନିଆ ରେ ମିଛ ପ୍ରଚାର ଯୋଗୁ କିଛି ନିର୍ଦ୍ଧୋଷୀ ବି ଦୋଷୀ ପାଲଟି ଯାଆନ୍ତି ଆଉ ଯିଏ ପ୍ରକୃତ ଦୋଷୀ ସେ ସେଇ ମିଛ ପ୍ରଚାର ରେ ଲିପ୍ତ ରହି କେତେ ଲୋକ , ଧନ ଜୀବନ ନଷ୍ଟ କରିଥାଏ.
||ଚିନ୍ମୟୀ ପ୍ରିୟଦର୍ଶିନୀ|| ବାଙ୍ଗାଲୋର୍