ମହାବିଦ୍ୟାଳୟରେ ସ୍ୱଚ୍ଛତା ପାଇଁ ଶ୍ରମ ଦାନ

ଚୌଦ୍ୱାର:04.10.23(B.N.O.): କେନ୍ଦ୍ର ସରକାରଙ୍କ ଆହ୍ୱାନ କ୍ରମେ ପବିତ୍ର ଗାନ୍ଧୀଜୟନ୍ତୀ ପୂର୍ବରୁ ଶ୍ରମ ଦାନ ପୂର୍ବକ ୧ଘଣ୍ଟା ସ୍ୱଚ୍ଛତା କାର୍ଯ୍ୟକ୍ରମ ଦେଶ ବାପି ଅନୁଷ୍ଠିତ ହୋଇଯାଇଛି । ଗାନ୍ଧିଜୀଙ୍କ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଉ ପାଦେ ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ପରିସରରେ ଯୁକ୍ତ ୩ ଏନ୍‌ଏସଏସ ଆନୁକୁଲ୍ୟରେ ଏକ ଘଣ୍ଟା ଧରି ସଫେଇ କରାଯାଇଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଉମେଶ ଚନ୍ଦ୍ର ଦେବତାଙ୍କ ପୌରହିତ୍ୟରେ ତଥା ଯୁକ୍ତ ୩ଏନ୍ ଏସ ଏସ ପୋଗ୍ରମ୍ ଅଧିକାରୀ ଡକ୍ଟର ପ୍ରଭାବତୀ ପଢ଼ିଆରିଙ୍କ ପରିଚାଳନାରେ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା । ଏଥିରେ ଯୁକ୍ତ ୩ ଛାତ୍ର ଛାତ୍ରୀଙ୍କ ସମେତ ଏନ୍‌ଏସଏସ ଓ ସମର ଶିକ୍ଷାର୍ଥୀ ବାହିନୀର ଆଗ୍ରହୀ ଛାତ୍ରଛାତ୍ରୀ ସହଯୋଗ କରି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *