ବିଜେଡିରୁ ୨ ବିଧାୟକ ନିଲମ୍ବିତ

ବିଜେଡିରୁ ୨ ବିଧାୟକ ନିଲମ୍ବିତ! 

ଭୁବନେଶ୍ୱର ୧୫-୦୧-୨୦୨୬ (ବି.ଏନ .ଓ ) :  ବିଜେଡିରୁ ବିଦାହେଲେ ଦୁଇ ବିଧାୟକ । ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ସଭାପତି ନବୀନ ପଟ୍ଟନାୟକ । ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବିଦା ହେଲେ ଦୁଇ ବିଧାୟକ । ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବନ କଲେ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ନିଲମ୍ବନ କଲେ ନବୀନ । ଗତକଲି ସନାତନ କେନ୍ଦୁଝରର ଏକ ସଭାରେ କହିଥିଲେ ଯେ, ନବୀନ କେନ୍ଦୁଝର ପାଇଁ କିଛି କରି ନାହାନ୍ତି । କେନ୍ଦୁଝରର ନେତା ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ପାଇଁ ବିକାଶ କରିବେ । ଯାହାକୁ ନେଇ ସନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ନବୀନ । କିନ୍ତୁ ଅରବିନ୍ଦଙ୍କୁ ନିଲମ୍ବନ କରିବା ପଛରେ କୌଣସି ପ୍ରମୁଖ କାରଣ ସାମ୍ନାକୁ ଆସିନାହିଁ । କିନ୍ତୁ ବିଜେଡି ଭିତିରି ମହଲରୁ ମିଳିଥିବା ଖବର ଅନୁସାରେ ଅରବିନ୍ଦଙ୍କ ନିଲମ୍ବନ ପଛରେ ଅଧା ଡଜନରୁ ଅଧିକ କାରଣ ରହିଛି । ସେଥିରୁ ପ୍ରମୁଖ କାରଣ ଅନୁସାରେ, କିଛିଦିନ ତଳେ ନିଜ ନିର୍ବାଚନ ମଣ୍ଡଳୀରେ ଏକ ବୈଠକ କରିଥିଲେ ଅରବିନ୍ଦ । ଯେଉଁଥିରେ ଦଳ ମୁଖିଆଙ୍କ ନାମ ଓ ଫଟୋ ନଥିଲା । ବିଧାନସଭା ଭିତରେ ନିଜ ଦଳର ବିଧାୟକଙ୍କ ବିରୋଧରେ ପ୍ରଶ୍ନ କରିଥିଲେ ଅରବିନ୍ଦ । ସେ ଆସନ୍ତା କିଛିଦିନ ଭିତରେ ଏକ ଗୁପ୍ତ ବୈଠକ ପାଇଁ ଦିଲ୍ଲୀ ଯିବା ପାଇଁ ଯୋଜନା କରୁଥିଲେ । ଶେଷ ଓ ଗୁରୁତ୍ୱପୂର୍ଣ୍ଣ କାରଣ ଅନୁସାରେ ଅରବିନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଭେଟିଥିବା ନେଇ ଚର୍ଚ୍ଚା ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *