ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ସାମିଲ ହେଲେ ହଜାର ହଜାର କର୍ମୀ।

REPORT BY BHOJRAJ DANDASENA

ବଲାଙ୍ଗୀର:16.10.23 ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ବେଳପଡା ବ୍ଲକ ଠାରେ ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଙ୍କ ୭୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ମେଘା ରକ୍ତଦାନ ଶିବିର ସହିତ ଅଜି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ରେ ପାଟଣାଗଡ଼ ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ଓ ବଲାଙ୍ଗୀର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ସରୋଜ କୁମାର ମେହେର ଉପସ୍ଥିତ ଥିବା ବେଳେ ବିଧାୟକ ଙ୍କ ପ୍ରତିନିଧି କୁମୁଦ ମହାକୁଡ଼,ବେଳପଡା ବ୍ଲକ ଅଧକ୍ଷା ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର,ବ୍ଲକ ସଭାପତି ଲକ୍ଷଣ ମେହେର,ସରପଞ୍ଚ ପ୍ରଦୀପ କୁମାର ବେହେରା ଏବଂ ସମସ୍ତ ଗ୍ରାମ ପଞ୍ଚାୟତ ର ସରପଞ୍ଚ ସହିତ ସମସ୍ତ ବିଜେଡି କର୍ମୀମାନେ ଯୋଗଦାନ କରିଥିଲେ। ତା ସହିତ ମହିଳା କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ।ମହାନ ଜନନାୟକ ବିଜୁବାବୁଙ୍କ ପ୍ରତିଛବି ରେ ପୂଜାର୍ଚ୍ଚନା କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।ଏହି ପଦଯାତ୍ରା ବେଳପଡା ବିଜୁ ଜନତା ଦଳ କାର୍ଯ୍ୟଳୟ ଠାରୁ ବାହାରି ମେହେର ଧରମ ଶାଳା ପର୍ଯ୍ୟନ୍ତ ଯାଇଥିଲା। ଏହି ପଦଯାତ୍ରା ରେ ବେଳପଡା ବ୍ଲକ ର ଅନେକ ଅନେକ ଗ୍ରାମରୁ ହଜାର ହଜାର ସମର୍ଥକ ମାନେ ସାମିଲ ହୋଇଥିଲେ।ଏହି ଅବସରରେ ବିଧାୟକ ସରୋଜ କୁମାର ମେହେର ତାଙ୍କର ବହୁ ମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇତିହାସ ବଖାଣି ବା ସହ ସମସ୍ତ ପ୍ରକାର ଲୋକାଭିମୁଖୀ କାର୍ଯ୍ୟ ଗୁଡିକ ଗ୍ରାମଞ୍ଚଳରେ ପହଞ୍ଚି ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ।କରିବା ପାଇଁ କହିଲେ।ଓ ପରେ ସମସ୍ତ ଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟ କୁ ଶେଷ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *