ବାରାଣସୀରେ ସର୍ବୋଦୟ କେନ୍ଦ୍ରକୁ ସରକାରୀ ହଡ଼ପ ବିରୁଦ୍ଧରେ ଗଣ ସତ୍ୟାଗ୍ରହ।

ବାରାଣସୀରେ ସର୍ବୋଦୟ କେନ୍ଦ୍ରକୁ ସରକାରୀ ହଡ଼ପ ବିରୁଦ୍ଧରେ ଗଣ ସତ୍ୟାଗ୍ରହ।

କଟକ (୨୮/୭) BREAKING NEWS ODIA :report by bijay kumar panda ତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ଥିବା ବାରାଣସୀ ଠାରେ ବିନୋବା ଭାବେ ଓ ଜୟପ୍ରକାଶ ନାରାୟଣଙ୍କ ଦ୍ଵାରା ପ୍ରତିଷ୍ଠିତ ସର୍ବସେବା ସଂଘର ଜାତୀୟ ସର୍ବୋଦୟ ସାଧନା କେନ୍ଦ୍ରକୁ ରେଳ ବିଭାଗ ବେଆଇନ ଦଖଲ କରିଛି । ରେଳ ବିଭାଗ ଠାରୁ ଷାଠିଏ ଦଶକରେ ଖରିଦ କରାହୋଇଥିବା ଚଉଦ ଏକର ପରିମିତ ଏହି କେନ୍ଦ୍ରରେ ସର୍ବୋଦୟ ପ୍ରକାଶନ, ଶାନ୍ତିସେନା କାର୍ଯ୍ୟାଳୟ, ବାଲବାଡି, ପ୍ରାକୃତିକ ଚିକିତ୍ସା କେନ୍ଦ୍ର, ମ୍ୟୁଜିୟମ, ଲାଇବ୍ରେରୀ, ଖଦୀ ଭଣ୍ଡାର ଓ କର୍ମୀ ନିବାସ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହି କେନ୍ଦ୍ରର ଭିତ୍ତିପ୍ରସ୍ତର ତତ୍କାଳୀନ ରେଳମନ୍ତ୍ରୀ ବାବୁ ଜଗଜ୍ଜୀବନ ରାମ ଶୁଭ ଦେଇଥିବା ଦେଇଥିବା ବେଳେ ଲାଲ ବାହାଦୁର ଶାସ୍ତ୍ରୀ ପ୍ରଧାନମନ୍ତ୍ରୀ ଭାବରେ ଏହାର ଲୋକାର୍ପଣ କରିଥିଲେ। ଗଙ୍ଗା ଓ ବାରୁଣା ନଦୀର କୂଳରେ ଅବସ୍ଥିତ ଏହି ସମ୍ପତ୍ତିକୁ ଜଣେ ରେଳମନ୍ତ୍ରୀ ସର୍ବୋଦୟକୁ ଦେଇଥିବା ବେଳେ ବର୍ତ୍ତମାନର ରେଳମନ୍ତ୍ରୀ ତାହାକୁ ଏକ କର୍ପୋରେଟ ସଂସ୍ଥାକୁ ଟେକିଦେବା ପାଇଁ ଜାଲିଆତି କରି ଏହି ସମ୍ପତ୍ତିକୁ ହଡ଼ପ କରିଛନ୍ତି। କୋର୍ଟରେ ଏହି କେଶ ବିଚାରାଧିନ ଥିବା ଅବସ୍ଥାରେ ଉତ୍ତର ପ୍ରଦେଶ ଓ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସର୍ବୋଦୟ ପ୍ରକାଶନର ପାଞ୍ଚ ଲକ୍ଷ ପୁସ୍ତକ ଓ ଲାଇବ୍ରେରି ବହିସବୁ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଫିଙ୍ଗି ଦେଇଛନ୍ତି।

ଉତ୍ତର ପ୍ରଦେଶ ଓ କେନ୍ଦ୍ର ସରକାରଙ୍କ ଏହି ଅମାନବୀୟ କାର୍ଯ୍ୟ ବିରୁଦ୍ଧରେ ପୁରୀଘାଟ ସ୍ଥିତ ଗାନ୍ଧୀ ପୀଠ ଠାରେ ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଉତ୍କଳ ସର୍ବୋଦୟ ମଣ୍ଡଳ, ଲୋକ ସ୍ୱରାଜ ଓଡିଶା, ମହାତ୍ମା ବିଚାର ମଞ୍ଚ, ରାଷ୍ଟ୍ରୀୟ ଯୁବା ସଙ୍ଗଠନ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଗଣ ସତ୍ୟାଗ୍ରହରେ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି, ରାମଚନ୍ଦ୍ର ଶୁକ୍ଳ, ଚିତ୍ତରଞ୍ଜନ ମହାନ୍ତି, କିଶୋର ଜେନା, ଜୟନ୍ତ କୁମାର ଦାସ, ଯୁଗଳ କିଶୋର ନାୟକ, ଖଗେଶ୍ୱର ସେଠୀ, ଡଃ ବିଶ୍ଵଜିତ, ମିହିର ପ୍ରତାପ ଦାସ, ଡଃ ଅଜୟ ପତି, ଜ୍ଞାନରଞ୍ଜନ ସାମନ୍ତରାୟ, ରବି ନାରାୟଣ ମଲ୍ଲିକ, ଶେଖ ଅବଦୁଲ୍ଲା, ଅମରେନ୍ଦୁ ମହାନ୍ତି, ବିଭୁପ୍ରସନ୍ନ ମହାପାତ୍ର, ସବ୍ୟସାଚୀ ମହାନ୍ତି, ଦୀପାୟନ ପଟ୍ଟନାୟକ, କ୍ଷୀରୋଦ କୁମାର ସାହୁ, ନମିତା ମଞ୍ଜରୀ ସାହୁ, ପ୍ରସନ୍ନ କୁମାର ମହାପାତ୍ର, ପ୍ରତାପ ମହାପାତ୍ର, କାଶୀନାଥ ସ୍ଵାଇଁ, ମହମ୍ମଦ ସନାଉଲ୍ଲା, ସୟଦ ଅଲତାଫ, ପ୍ରିୟବ୍ରତ ପଟ୍ଟନାୟକ, ମାନସ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ବାରାଣସୀର ସେହି ବେଆଇନ ଘଟଣାକୁ ନେଇ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା ତଥା ଆଗାମୀ ଦିନରେ ଏହି ଘଟଣା ବିରୋଧରେ କଟକରେ ଏକ ପଦଯାତ୍ରା ଆୟୋଜନ କରାଯିବ । ସର୍ବଶେଷରେ ସର୍ବଶ୍ରୀ ବିଶ୍ଵଜିତ ସୁର୍ଯ୍ୟବଂଶୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *