ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଗ୍ରାମୀଣ ଓ ଅର୍ଦ୍ଧ ସହରାଚଂଳର ବ୍ୟାଙ୍କ ସେବା ପହଂଚିନଥିବା କିମ୍ବା ଅଳ୍ପ ଭାବେ ପହଂଚିଥିବା ସ୍ଥାନ ଉପରେ ଗୁରୁତ୍ୱ ଦେଉଥିବା ଏକ ଡିଜିଟାଲ୍‌ ପ୍ରଥମ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଫିନକେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ବ୍ୟାଙ୍କ ନୂଆ ଇକ୍ୱିଟି ସେୟାର ଜାରି କରିବ ଏବଂ ପ୍ରମୋଟର ଏବଂ ନିବେଶକମାନଙ୍କ ୧୭,୦୦୦,୦୦୦ ଇକ୍ୱିଟି ସେୟାରର ଅଫର ଫର ସେଲ୍ ଜରିଆରେ ଇନିସିଆଲ ପବ୍ଲିକ୍ ଅଫରରେ ୬୨୫ କୋଟି ଟଙ୍କା ପର୍ଯ୍ୟନ୍ତ ହାସଲ କରିବାକୁ ଯୋଜନା ରଖିଛି ।
ଏହି ପ୍ରସ୍ତାବିତ ପାଣ୍ଠିକୁ ବ୍ୟାଙ୍କ ପକ୍ଷରୁ ଟାୟାର-୧ ପୁଂଜି ହାର ପାଇଁ ରହିଥିବା ଆବଶ୍ୟକତାକୁ ପୂରଣ କରିବା ଏବଂ ନିୟମିତ ବ୍ୟବଧାନରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଧାର୍ଯ୍ୟ କରୁଥିବା ପୁଂଜି ସ୍ୱଚ୍ଛଳତା ହାରର ନିୟାମକ ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ୟବହାର କରିବ । ବ୍ୟାଙ୍କର ସମ୍ପତି ବିଶେଷ କରି ବ୍ୟାଙ୍କର ଋଣ/ ଅଗ୍ରୀମ ଓ ନିବେଶ ପୋର୍ଟଫୋଲିଓରେ ବୃଦ୍ଧି ହେବା ଆଶା କରାଯାଉଥିବାରୁ ଏହି ଆବଶ୍ୟକତା ବଢ଼ିବ । ଏହି ଅଫରରେ ଫିନକେୟର ବିଜନେସ ସର୍ଭିସେସ୍ ଲିମିଟେହ୍ ୧୪,୯୩୪,୭୭୯
ଇକ୍ୱିଟି ସେୟାର ପର୍ଯ୍ୟନ୍ତ, ୱାଗନର ଲିମିଟେଡ୍‌ର ୪୭୧,୭୫୪ ଇକ୍ୱିଟି ସେୟାର ପର୍ଯ୍ୟନ୍ତ, ଟ୍ରୁ ନର୍ଥ ଫଣ୍ଡ ଭି ଏଲଏଲପିର ୪୪୪,୧୪୦ ଇକ୍ୱିଟି ସେୟାର, ଇଣ୍ଡିଅମ ଆଇଭି (ମରିସସ୍‌) ହୋଲଡିଂ ଲିମିଟେଡ୍‌ର ୪୩୦, ୮୪୨ ଇକ୍ୱିଟି ସେୟାର, ଓମେଗା ଟିସି ହୋଲ୍‌ଡିଂ ପିଟିଇର ୨୨୩,୯୫୫ ଇକ୍ୱିଟି ସେୟାର, ଲିପଫ୍ରଗ ରୁରାଲ ଇନକ୍ଲୁଜନ ଇଣ୍ଡିଆ ଲିମିଟେଡ୍‌ର ୧୩୦,୭୮୭ ଇକ୍ୱିଟି ସେୟାର, କୋଟାକ୍ ମହିନ୍ଦ୍ରା ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍‌ର ୧୨୬,୧୫୧ ଇକ୍ୱିଟି ସେୟାର, ଏଡେଲୱିସ୍‌ ଟୋକିଓ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନିର ୧୧୬,୯୮୧ ଇକ୍ୱିଟି ସେୟାର, ଭାରତୀ ଆକ୍ସା ଲାଇଫ ଇନ୍‌ସ୍ୟୁରାନ୍ସ କଂପାନିର ୪୫,୭୧୦ ଇକ୍ୱିଟି ସେୟାର, ସିଲଭର ଲିଫ ଓକ୍ ମରିସସ୍ ଲିମିଟେଡ୍‌ର ୩୫,୦୯୨ ଇକ୍ୱିଟି ସେୟାର, ଟାଟା କ୍ୟାପିଟାଲ୍ ଫାଇନାନ୍ସିଆଲ୍ ସର୍ଭିସେସ୍ ଲିମିଟେଡ୍‌ର ୨୦,୭୫୨ଇକ୍ୱିଟି ସେୟାର ଓ ଏଡେଲୱିସ୍ ଜେନେରାଲ୍ ଇନସ୍ୟୁରାନ୍ସ କଂପାନି ଲିମିଟେଡ୍ ୧୯,୨୩୭ ଇକ୍ୱିଟି ସେୟାର ସାମିଲ ରହିଛି । ଏହି ଅଫରର ବୁକ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ଏସବିଆଇ କ୍ୟାପିଟାଲ୍ ମାର୍କେଟସ୍ ଲିମିଟେଡ୍ ଓ ଆମ୍ବିଟ୍ ପ୍ରାଇଭେଟ୍‌ ଲିମିଟେଡ୍ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *