ପ୍ରବାସୀ ଭାରତୀୟ ଦିବସ ସଫଳ ଆୟୋଜନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ
ପ୍ରବାସୀ ଭାରତୀୟ ଦିବସ ସଫଳ ଆୟୋଜନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର ୨୪-୧୨-୨୦୨୪ (ବି.ଏନ .ଓ ) : ଖାରବେଳନଗରରେ ପ୍ରବାସୀ ଭାରତୀୟ ଦିବସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତା କରିଥିଲେ। ପ୍ରବାସୀ ଭାରତୀୟ ଦିବସ ସଫଳ ଆୟୋଜନ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଧାୟିକା ସୋଫିଆ ଫିର୍ଦ୍ଦୋଶ ଓ ବିଧାୟକ ବାବୁ ସିଂଙ୍କ ସମେତ ଭୁବନେଶ୍ୱର ମେୟର, ବିଏମସି କମିଶନର, ନଗର ଉନ୍ନୟନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ। ଏହାସହିତ କଟକ, ପୁରୀ ଓ ଖୋର୍ଦ୍ଧା ଜିଲାପାଳ ଭିଡିଓ କନଫରେନସିଂରେ ସାମିଲ ହୋଇଥିବା ସୂଚନା ମିଳିଛି।