ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଥରେ ଅସୁସ୍ଥ:କଟକ ଏସସିବି ମେଡିକାଲରେ ଭର୍ତ୍ତି। 

 ପଦ୍ମଶ୍ରୀ କମଳା ପୂଜାରୀ ପୁଣି ଥରେ ଅସୁସ୍ଥ:କଟକ ଏସସିବି ମେଡିକାଲରେ ଭର୍ତ୍ତି। 

NEWS BIJAY KUMAR PANDA

କଟକ :୧୮/୦୭/୨୪(ବିଏନ୍ଓ) ଦ୍ମଶ୍ରୀ କମଳା ପୂଜାରୀ ପୁଣି ଥରେ ଅସୁସ୍ଥ ହୋଇ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ କମଳାଙ୍କୁ କଟକ ଅଣାଯାଇ ଏସସିବିର ମେଡିସିନ ବିଭାଗରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି । ଚାରି ଜଣ ଡାକ୍ତରଙ୍କୁ ନେଇ ଗଠିତ ଟିମ୍‍ କମଳାଙ୍କ ଚିକିତ୍ସା କରୁଛନ୍ତି । ପୂର୍ବରୁ ମଧ୍ୟ କମଳା ପୂଜାରୀ ଏସସିବି ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । କୋରାପୁଟ ଜିଲାର କମଳା ପୂଜାରୀ ଲୋପ ପାଇଯାଉଥିବା ଶହେରୁ ଉଦ୍ଧ୍ୱର୍ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି ସେଗୁଡିକର ସଂରକ୍ଷଣ କରିପାରିଛନ୍ତି । ଏଥିପାଇଁ ତାଙ୍କୁ ୨୦୨୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *