ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞ
ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞ
ନିମାପଡା୧୪-୦୪-୨୦୨୫(ବି.ଏନ .ଓ ) : ( ବସନ୍ତ ଦାସ) ହନୁମାନ ଜ ୟନ୍ତୀ ଉପଲକ୍ଷେ ବିଭିନ୍ନ ମହାବୀର ମନ୍ଦିରରେ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିବା ବେଳେ ,ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଚାରି ଛକ ପୁରୁଣା ଫାଣ୍ଡି ଛକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା ।ମହାବୀର ସଙ୍କୀର୍ତ୍ତନ ମଣ୍ଡଳୀ ଦ୍ୱାରା ଆୟୋଜିତ ଏହି ବିଶ୍ଵଶାନ୍ତି ମହାଯଜ୍ଞ ୧୩ ତାରିଖ ଠାରୁ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ହୋଇଛି ।ପ୍ରଫେସର ଅରୁଣ କୁମାର୍ ସ୍ୱାଇଁ , ତଅଁଳ କୁମାର୍ ସାହୁ ଵେନୁ ପଟ୍ଟନାୟକ ଅଜୟ ସାହୁ ପାଗଲ ବେହେରା ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।ସନ୍ଧ୍ୟାରେ ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ ।ପ୍ରାୟ ୧୮ବର୍ଷ ରୁ ଊର୍ଦ୍ଧ୍ବ ଏହି ଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି। ଜନ ସମାଗମ କୁ ଆଖି ଆଗରେ ରଖି ଚାରି ଛକ ଥାନା ଅଧିକାରୀ ମମତା ବିଶ୍ଵାଳ ଉକ୍ତ ସ୍ଥାନ ଉପରେ ନଜର ରଖିଥିଲେ ।କର୍ତ୍ତା ଭାବେ ପ୍ରଫେସର ଅରୁଣ କୁମାର ସ୍ୱାଇଁ ଓ କର୍ତ୍ତୀ ଭାବେ ଅନ୍ନପୂର୍ଣ୍ଣା ବିଦ୍ୟାପୀଠ ର ପ୍ରଧାନ ଶିକ୍ଷୟତ୍ରୀ ମନୋସ୍ୱିନୀ ଲେଙ୍କା ଯଜ୍ଞ ରେ ବସିଥିଲେ