ନେତାଜୀ ଯୁବ ପରିଷଦର ଓ ପୁରାତନ ଛାତ୍ର ସଂଗଠନ ତରଫରୁ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ
ନେତାଜୀ ଯୁବ ପରିଷଦର ଓ ପୁରାତନ ଛାତ୍ର ସଂଗଠନ ତରଫରୁ ବୋର୍ଡ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ
ତିହିଡ଼ି ୦୩-୧୨-୨୦୨୫(ବି.ଏନ .ଓ ) : ନେତାଜୀ ଯୁବ ପରିଷଦ ଓ ପୁରାତନ ଛାତ୍ର ସଂଗଠନ ଗୁଆମାଳ ଆନୁକୂଲ୍ୟରେ ବୀଣାପାଣି ଉଚ୍ଚବିଦ୍ୟାଳୟ ଗୁଆମାଳ ପରିସରରେ ଆଗାମୀ ଦଶମ ଶ୍ରେଣୀ ପରୀକ୍ଷ ଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ୟାରିୟର କାଉନସେଲିଙ୍ଗ ବୋର୍ଡ ପରୀପରୀକ୍ଷା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରିଥିେଲ । ଏହି କାର୍ଯ୍ୟକ୍ରମରେ ସଭାପତି ତଥା ପ୍ରଧାନଶିକ୍ଷକ ସରୋଜ କୁମାର ଦାସ, ମନ୍ତ୍ର ଉଚ୍ଚାରଣ ସଂସ୍କୃତ ଶିକ୍ଷକ ସମରେନ୍ଦ୍ର ଉଦ୍ଗାତା,ସମ୍ମାନ ଅତିଥି କଳ୍ପନା ମହାନ୍ତି, ମୁଖ୍ୟ ବକ୍ତା ଦେବଦତ୍ତ ବିଶ୍ଵାଳ (ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ) ଖପରପଦା ଉଚ୍ଚ ବିଦ୍ୟାଳୟର,
ନେତାଜୀ ଯୁବ ପରିଷଦ ସଭାପତି ନିରାକାର ବେହେରା , ସଂଯୋଜକ ଶ୍ରୀଧର ପାଣିଗ୍ରାହୀ ପୁରାତନ ଛାତ୍ର ସଂଗଠନ ମୁଖ୍ୟ ସୁଧାଂଶୁ ଶେଖର ତ୍ରୀପାଠୀ ପ୍ରମୁଖ ମିଳିତ ଉଦ୍ୟମରେ କାର୍ଯ୍ୟକ୍ରମ କରାଯାଇ ଛାତ୍ର ଛାତ୍ରୀ ମାନଙ୍କୁ ଖାତା ,କଲମ,ଓ ମିଷ୍ଠାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ନେତାଜୀ ଯୁବ ପରିଷଦର କର୍ମ କତ୍ତା ବିଷ୍ଣୁପ୍ରସାଦ ବେହେରା, ପ୍ରତାପ କୁମାର ସାହୁ,ଅଭିଷେକ ଜେନା, ମୃତ୍ୟୁଞୟ ବେହେରା, ଅଭିଜିତ ଜେନା,କାହ୍ନୁଚରଣ ଜେନା, ଦୀପକ କୁମାର ଜେନା, ପ୍ରକାଶ ଜେନା,ମାନସ କୁମାର ଜେନା, ନିର୍ମଳ ଜେନା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଜଗନ୍ନାଥ ବଡ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

