ନିଶାମୁକ୍ତ ସମାଜ ଗଠନ ଲାଗି ଅଣ୍ଟା ଭିଡ଼ିଲେ ମହିଳା ଓ ସରପଞ୍ଚ

ନିଶାମୁକ୍ତ ସମାଜ ଗଠନ ଲାଗି ଅଣ୍ଟା ଭିଡ଼ିଲେ ମହିଳା ଓ ସରପଞ୍ଚ

ବିଷ୍ଣୁନନ୍ଦ ବେହେରାଙ୍କ ରିପୋର୍ଟ

ଘଟଗାଁ,୦୮-୦୧-୨୦୨୬(ବି.ଏନ .ଓ ) : (ବିଷ୍ଣୁନନ୍ଦ ବେହେରା ) ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଘଟଗାଁ ବ୍ଲକ ସାତ ନମ୍ବର ଜୋନ ଅଧୀନରେ ଯାଉଥିବା ପଞ୍ଚାୟତ ଗୁଡ଼ିକର ସରପଞ୍ଚ ଓ ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀ ମା ମାନେ ଏକତ୍ରିତ ହୋଇ ଆରମ୍ଭ କରିଛନ୍ତି ନିଶା ମୁକ୍ତ ଅଭିଯାନ। ଘଟଗାଁ ବ୍ଲକ ନୁଦୁରପଡା ମାଆ ତାରିଣୀ ଛକ ନିକଟରେ ୮ ଗୋଟି ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ପୂର୍ବତନ ବିଧାୟକ ପ୍ରାଥୀ ବୃନ୍ଦାବନ ନାଏକ, ବ୍ଲକ ଭାଇସ ଚିୟାରମେନ ଯଦୁମଣି ନାଏକ ଏବଂ ନୁଦୁରପଡା ,ବସନ୍ତପୁର ,ବଳଭଦ୍ରପୁର , ବଡ଼ପିଛୁଳା ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସମେତ ସମସ୍ତ ଗୋଷ୍ଠୀର ସମ୍ପାଦକ, ସଭାପତି ଆଖପାଖ ଅଞ୍ଚଳରୁ ଆସିଥିବା ବୁଦ୍ଧିଜୀବୀଙ୍କ ଉପସ୍ଥିତରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି। ନିଶା ସେବନ କରି ଅନେକ ଯୁବପିଢ଼ି ପଥଭ୍ରଷ୍ଟ ହେଉଥିବା ବେଳେ ଚୋରି ଡକାୟତ ଭଳି ସଙ୍ଗିନୀ ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଉଛି। ଅନ୍ୟ ପକ୍ଷରେ ଏହି ପଞ୍ଚାୟତ ଗୁଡିକ ଆଖ ପାଖରେ ଥିବା ଦୁଇ ମଦ ଦୋକାନୀ ଗ୍ରୋସରୀ ସାମଗ୍ରୀ ଭଳି ଗାଁ ଗାଁରେ ଯୋଗାଇ ଦେଉଛନ୍ତି। ହାତ ପାହାନ୍ତରେ ମଦ ପାଇ ଗାଁର ପୁରୁଷ ମାନେ ପ୍ରଚୁର ପିଇ ମାତାଲ ହେଉଛନ୍ତି। ଯାହାଦ୍ୱାରା ପରିବାର ମଧ୍ୟରେ କଳହ ସୃଷ୍ଟି ହେବାସହ ଅଳ୍ପ ବୟସରେ ଅନେକ ନାରୀ ବିଧବା ହେଉଛନ୍ତି।କିଛି କିଛି ଛୁଆ ଅନାଥ ହୋଇ ଅର୍ଦ୍ଧ ଶିକ୍ଷିତ ରହୁଛନ୍ତି। ଏସବୁ ଲକ୍ଷ୍ୟ କରି ସୁସ୍ଥ ସମାଜ ଗଠନ କରିବା ଲକ୍ଷରେ ଅଣ୍ଟା ଭିଡି ଆଗେଇ ଆସିଛନ୍ତି ମହିଳା। ମହିଳା ମାନଙ୍କୁ ସହ ସହମତ ହୋଇ ସଭା କୁ ପରିଚାଳନା କରିଥିଲେ ସୁନାଟାଙ୍ଗିରୀ ସରପଞ୍ଚ ଦେବେନ୍ଦ୍ର ନାଥ ନାଏକ ତଥା ବସନ୍ତପୁର ସରପଞ୍ଚ ପ୍ରହଲ୍ଲାଦ ଚନ୍ଦ୍ର ଫୁଦକାର, ସଭାକୁ ସମର୍ଥନ କରିଥିଲେ। ପଣ୍ଡାପଡା ସରପଞ୍ଚ ପ୍ରିୟ ରଞ୍ଜନ ନାଏକ,ରୁଟିଶିଳା ସରପଞ୍ଚ ଗତିକୃଷ୍ଣ ନାଏକ,ବଡ଼ପିଛୁଳା ସରପଞ୍ଚ ସୁରମା ନାଏକ, ବଳଭଦ୍ରପୁର ସରପଞ୍ଚ ନନ୍ଦିନୀ ନାଏକ,ପୁରୁମୁଣ୍ଡା ସରପଞ୍ଚ ସନ୍ତୋଷିନୀ ନାୟକ ,ପଟିଲୋ ସରପଞ୍ଚ ଲିପି ନାୟକ, ବିନିଦା ସରପଞ୍ଚ କୁଇଲି ଜୁଆଙ୍ଗ ଆଗକୁ ଏହି ସଂଗଠନ ଲୋକଙ୍କ ମୁହଁରେ ହସ ଫୁଟାଇ ପରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *