ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବଣ୍ଟନ ଶିବିର

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବଣ୍ଟନ ଶିବିର 

ପରଜଙ୍ଗ :18.09.23(B.N.O)Report by Sanjaya kumar sahoo ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଣିପଞ୍ଚାୟତ ସଭା ଗୃହରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ଆନୁକୂଲ୍ୟରେ ଶନିବାର ପରଜଙ୍ଗ ବ୍ଲକ ଓ କଙ୍କଡ଼ାହାଡ଼ ବ୍ଲକକୁ ନେଇ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜିଲ୍ଲା ଡିଭିଜନାଲ ଲେବର କମିଶନର ଅଧିକାରିଣୀ ମୋନାଲିସା ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଓ ଦାୟିତ୍ଵ ନିର୍ବାହ କରୁଥିବା ଜିଲ୍ଲା ଲେବର ଅଧିକାରୀ ସଂଗ୍ରାମ କେଶରୀ ଦଳାଇଙ୍କ ଅତିଥି ପରିଚୟ ଓ ମଞ୍ଚ ସଞ୍ଚାଳନରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଏହି ଶିବିରର ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ତଥା ପରଜଙ୍ଗ ବିଧାୟକ ଡ,ନୃସିଂହ ଚରଣ ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ସମାଜସେବୀ , ବିଜୁ ଜନତା ଦଳର ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ଯୋଗ ଦେଇଥିଲେ ।ସେହିପରି ଶ୍ରମିକ ନେତା ବାସୁଦେବ ସାହୁ ,କୃଷ୍ଣଚନ୍ଦ୍ର ସାହୁ ,ଦିଲ୍ଲୀପ ବର୍ମ୍ମା,ସଞ୍ଜୟ କୁମାର ସାହୁ ( କାଳିଆ ) ଓ ଅନ୍ୟ ନେତା ମାନଙ୍କ ସହଯୋଗରେ ଶିବିର ପରିଚାଳିତ ହୋଇଥିଲା ।ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ କିପରି ପ୍ରତ୍ୟେକ ଶ୍ରମିକ ମାନଙ୍କ ପାଖରେ ପହଞ୍ଚାଇ ସେମାନେ ଏଥିରୁ ଲାଭବାନ ନେଇ ପାରିବେ ବୋଲି ଶ୍ରମିକ ମାନଙ୍କୁ ବିଧାୟକ ଡଃ ସାହୁ ଜନହିତକରବାଣୀ ପ୍ରଦାନ କରିଥିଲେ ସେହିପରି ଏହି ଯୋଜନାରେ ପ୍ରତ୍ୟେକ ଶ୍ରମିକ ପଞ୍ଜୀକୃତ ହୋଇ ବିଭିନ୍ନ ଯୋଜନାରୁ ଲାଭବାନ ନେଇପାରିବେ ବୋଲି କମିସନର ଶ୍ରୀମତୀ ନାୟକ ଶ୍ରମିକ ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ ।ଆଜିର ଏହି ଶିବିରରେ ୨ଟି ଯାକ ବ୍ଲକର ଶ୍ରମିକ ମାନେ ଉପସ୍ଥିତ ରହି ଅତିଥିଙ୍କ ଠାରୁ ସହାୟତାରାଶି ଗ୍ରହଣ କରିଥିଲେ ।ଉଭୟ ବ୍ଲକ ପାଇଁ ୨କୋଟି ୪୪ ଲକ୍ଷ ୨୫ ହଜାର ଟଙ୍କା ୩୪୬ ଜଣ ହିତାଧିକାରୀଙ୍କୁ ମଞ୍ଜୁର କରାଯାଇଛି ଏଥିରେ ୨୧୮ ଜଣଙ୍କୁ ବିବାହ କାଳୀନ ସହାୟତା , ୭୦ ଜଣଙ୍କୁ ମୃତ୍ୟୁ କାଳୀନ ,୫୭ ଜଣଙ୍କୁ ଅନ୍ତେଷ୍ଟ୍ରିକ୍ରୀୟା ବାବଦ , ଜଣଙ୍କୁ ଶିକ୍ଷାବୃତ୍ତି ସହାୟତା ଓ ୨୧୦ ଜଣଙ୍କୁ ନୂତନ ପଞ୍ଜୀକୃତ କାର୍ଡ ବଣ୍ଟନ କରାଯାଇଥିଲା ।ପରିଶେଷରେ ଆସିଷ୍ଟାଣ୍ଟ ଲେବର ଅଧିକାରୀ ହଳଧର ବରାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲାର ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *