ଦେଶର ଅଗ୍ରଣୀ କାର ନିର୍ମାତା କମ୍ପାନୀ ସ୍କୋଡା, ଡାର ନୂଆ ମଡେଲ “ଷ୍କୋଡ଼ା କୁଶକ”
ଦେଶର ଅଗ୍ରଣୀ କାର ନିର୍ମାତା କମ୍ପାନୀ ସ୍କୋଡା, ଡାର ନୂଆ ମଡେଲ “ଷ୍କୋଡ଼ା କୁଶକ”
କଟକ, ତା୧୦।୧୨ :(B.N.O.)ଦେଶର ଅଗ୍ରଣୀ କାର ନିର୍ମାତା କମ୍ପାନୀ ସ୍କୋଡା, ଡାର ନୂଆ ମଡେଲ “ଷ୍କୋଡ଼ା କୁଶକ” ଭାରତରେ ଏକ ନୂଆ ରୂପରେ ଅନୁପ୍ରବେଶ କରିଛି।ଏହି ଏସ ୟୁ ଭି (SUV) ମଡେଲ କାର୍ ଟି ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ନିର୍ମିତ କରାଯାଇଛି। ୫ଜଣ ବସିପରୁଥିବା ଏହି କାର ରେ ଡ୍ରାଇଭର ଓ ପସେଞ୍ଜରଙ୍କ ପାଇଁ ୬ଟି ଏୟାର ବ୍ୟାଗ୍ ର ସୁବିଧା ସହିତ ଆଣ୍ଟୀ ବ୍ରେକ୍, ଆଣ୍ଟି ଡୋର ଲକ୍, ଓଭର ସ୍ପିଡ ଇଣ୍ଡିକେସନ ଇତ୍ୟାଦି ଅନେକ ସୁବିଧା ଦିଆଯାଇଛି।୧୫୦୦ ସିସି କ୍ଷମତା ଓ ୧୫୦ ବି ଏଚ୍ ପି ସହିତ ୧୮କିମି ମାଇଲେଜ୍ ଦେଉଥିବା ଏହି ୧.୫ ଟି ଏସ ଆଇ(TSI) ପେଟ୍ରୋଲ ଇଞ୍ଜିନ କାର ଟି ଦେଖିବାକୁ ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ ମଧ୍ୟ ଲାଗୁଛି। ୫୦ଲି. ଫୁଏଲ ଟ୍ୟାଙ୍କ ଓ ଗ୍ଲୋସି ବ୍ଲାକ ରଙ୍ଗ ସହିତ ଅନେକ ଅତ୍ୟାଧୁନିକ ସୁବିଧା ଦେଉଥିବା ଏହି ଅଟୋମେଟିକ୍ ମଡେଲର ମୂଲ୍ୟ ୧୧ଲକ୍ଷ୍ୟ ରୁ ଆରମ୍ଭ ହୋଇ ୧୯ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ମାର୍କେଟରେ ଉପଲବ୍ଧ ହେଉଛି।