ଦେଶରେ ବଢୁଛନ୍ତି ଆମିଷ ପ୍ରେମୀ

ଦେଶରେ ବଢୁଛନ୍ତି ଆମିଷ ପ୍ରେମୀ!                                                               

News by Bijay kumar panda

ନୂଆଦିଲ୍ଲୀ/ଭୁବନେଶ୍ୱର ୧୫-୦୯-୨୦୨୪(ବିଏନଓ ) :ପଣଙ୍କ ମନରେ କେବେ ପ୍ରଶ୍ନ ଆସିଛି କି ଆମ ଦେଶରେ କେତେ ଲୋକ ସମ୍ପୂର୍ଣ୍ଣ ନିରାମିଷ ଭୋଜନ କରନ୍ତି ? ଅନେକ ଲୋକଙ୍କୁ ଆମିଷ ଖାଦ୍ୟ ଭଲ ଲାଗେ । ହୁଏତ ଆପଣ ମଧ୍ୟ ଆମିଷ ଖାଦ୍ୟକୁ ପସନ୍ଦ କରୁଥିବେ । କିନ୍ତୁ ଆପଣ ଜାଣିଛନ୍ତି କି କେତେ ଲୋକ ଆମିଷକୁ ପସନ୍ଦ କରନ୍ତି ଏବଂ କେତେ ଲୋକ କରନ୍ତିନି ? ଆଜି ଆସନ୍ତୁ ଜାଣିବା.. ଅଧିକାଂଶ ଭାରତୀୟ ଅଣ୍ଡା, ଚିକେନ, ମାଂସ ଆଦି ଖାଇଥାନ୍ତି । ଏଥିରୁ ଅଧା ଲୋକ ସପ୍ତାହକୁ ଅତି କମରେ ଥରେ ଆମିଷ ଭୋଜନ କରନ୍ତି । ରାଷ୍ଟ୍ରୀୟ ପରିବାର ଏବଂ ସ୍ବାସ୍ଥ୍ୟ ସର୍ବେକ୍ଷଣ-V (୨୦୧୯-୨୧)ର ଆକଳନ ଅନୁସାରେ ଦେଶର ୨୯.୪ ପ୍ରତିଶତ ମହିଳା ଏବଂ ୧୬.୬ ପ୍ରତିଶତ ପୁରୁଷ କହିଛନ୍ତି କି ସେମାନେ କେବେ ବି ମାଛ, ଚିକେନ ବା ମାଂସ ସେବନ କରିନାହାଁନ୍ତି । ସେହିଭଳି ୪୫.୧ ପ୍ରତିଶତ ମହିଳା ଏବଂ ୫୭.୩ ପ୍ରତିଶତ ପୁରୁଷ କହିଛନ୍ତି କି ସେମାନେ ସପ୍ତାହରେ ଅତି କମରେ ଥରେ ମାଛ, ଚିକେନ ବା ମାଂସ ସେବନ କରନ୍ତି ।ତଥ୍ୟ ଅନୁସାରେ ଭାରତରେ ଆମିଷ ସେବନ କରୁଥିବା ଲୋକଙ୍କ ସଂଖ୍ୟା ବଢୁଛି । ଦେଶରେ ୫ ବର୍ଷରେ ନିରାମିଷ ସେବନ କରୁଥିବା ମହିଳାଙ୍କ ସଂଖ୍ୟା ୧.୬୭ ପ୍ରତିଶତ ହ୍ରାସ ପାଇଛି । ସେହିଭଳି ପୁରୁଷଙ୍କ ସଂଖ୍ୟାରେ ଏହି ହାର ୨୩ ପ୍ରତିଶତ ରହିଛି । ଅର୍ଥାତ୍ ଧିରେ ଧିରେ ଆମିଷ ପ୍ରିୟଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦେଶରେ ମାଛ ବା ମାଂସ ଖାଉଥିବା ମହିଳାଙ୍କ ସଂଖ୍ୟାରେ ୫.୩୭ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ପୁରୁଷଙ୍କ ସଂଖ୍ୟାରେ ୧୭.୧୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *