ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଅସାନୀ ପାଇଁ ପ୍ରସ୍ତୁତି

ଜରୁରୀକାଳୀନ ସ୍ଥିତି ବିଷୟରେ ଜଣାଇବା ଲାଗି ଉପଭୋକ୍ତା ପରାମର୍ଶବଳୀ ଜାରି
ଗ୍ରାହକମାନେ ୨୪ ଘଂଟିଆ କଲ୍ ସେଂଟର୍ ନମ୍ବର ୧୯୧୨/ ୧୮୦୦୩୪୫୬୭୯୭ରେ ଯୋଗଯୋଗ କରିପାରିବେ
ଯେକୌଣସି ପ୍ରକାର କ୍ଷତିକୁ ରୋକିବା ଲାଗି ସରକାରୀ ଏଜେନ୍ସିଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛି
ଭୁବନେଶ୍ୱର/ ବ୍ରହ୍ମପୁର,11th May,(Bnews): ବଙ୍ଗୋପ ସଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା “ଅସାନୀ’କୁ ଦୃଷ୍ଟିରେ ରଖି ସ୍ଥିତିର ମୁକାବିଲା କରିବା ଲାଗି ଟିପିଏସ୍‌ଓଡିଏଲ୍‌ର ଏକ ସମ୍ପୂର୍ଣ୍ଣ ବ୍ୟବସାୟ ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମ୍‌ପି) ପ୍ରସ୍ତୁତ ରହିଛି ।
ବିସିଡିଏମ୍‌ପିର ସାମିଲ ରହିଛି ତୀବ୍ରତା ଆଧାରରେ ବିପର୍ଯ୍ୟୟର ବର୍ଗୀକରଣ ସହିତ ଏକ କାର୍ଯ୍ୟାନୁଷ୍ଠାନ ଯୋଜନା । ଆଲର୍ଟ ଗ୍ରହଣ କରିବା, ସେଗୁଡ଼ିକୁ ତଦାରଖ କରିବା, ପ୍ରାକ୍ ବିପର୍ଯ୍ୟୟ ଆଲର୍ଟ ପଠାଇବା ଲାଗି ଏକ ବିପର୍ଯ୍ୟୟ ପରିଚାଳନା ଢ଼ାଂଚା ଓ ବିସିଡିଏମ୍‌ପିକୁ କାର୍ଯ୍ୟକାରୀ କରିବା ଏବଂ ପ୍ରତ୍ୟାହାର କରିବା ଲାଗି ଏକ ବ୍ୟବସ୍ଥିତ ବ୍ୟବସ୍ଥା ରହିଛି । ଏହି ଯୋଜନାର ପ୍ରତିକ୍ରିୟା ଯାଂଚ କରିବା ଲାଗି ଏକ ମକ୍‌ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି । ଯେକୌଣସି ପ୍ରକାର ଆପାତକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ଟିପିଏସ୍‌ଓଡିଏଲ୍ ସର୍ବଦା ପ୍ରସ୍ତୁତ ମୁଦ୍ରାରେ ରହିଥାଏ ଏବଂ ବିଦ୍ୟୁତ ଯୋଗାଣକୁ ନେଇ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବାକୁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ସମୟର ଆହ୍ୱାନକୁ ଭଲ ଭାବେ ବୁଝିପାରି ଟିପିଏସ୍‌ଓଡିଏଲ୍ ପକ୍ଷରୁ ସମସ୍ତ ଜରୁୂରୀକାଳୀନ ସେବା ପାଇଁ ୨୪ ଘଂଟା ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଟିପିଏସ୍‌ଓଡିଏଲ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଲାଇସେନ୍ସପ୍ରାପ୍ତ ଅଂଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଉତ୍‌ର୍ଗୀକୃତ ଦ୍ରୁତ ପ୍ରଶମନ ଟିମ୍ ମୂତୟନ କରାଯାଇଛି । ଯେ କୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଯେକେହି ଆମର ୨୪ ଘଂଟିଆ କଲ୍ ସେଂଟରର ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୬୭୯୭ରେ କଲ୍ କରିପାରିବେ ।
ସୁରକ୍ଷା ବ୍ୟବସ୍ଥା ଭାବେ, ଏହି କାର୍ଯ୍ୟଗୁଡ଼ିକୁ ନକରିବାକୁ ପ୍ରଭାବିତ ଅଂଚଳର ପ୍ରତିଟି ଲୋକଙ୍କୁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ଅନୁରୋଧ କରାଯାଇଛି:
 ଘଡ଼ଘଡ଼ି ମାରିବା ସମୟରେ କୌଣସି ତାର କିମ୍ବା ଭିତର ପାଇପ୍‌କୁ ସ୍ପର୍ଶ କରନ୍ତୁ ନାହିଁ କାରଣ ଟେଲିଫୋନ ତାର / ଧାତବ ପାଇପରେ ବିଦ୍ୟୁତ ପ୍ରଭାବିତ ହୋଇପାରେ ।
ବର୍ଷା ପଡ଼ୁଥିବା, ଘଡ଼ଘଡ଼ି ମାରୁଥିବା ଓ ଜୋରରେ ପବନ ବୋହୁଥିବା ସମୟରେ କୌଣସି ଗଛ/ ଅସ୍ଥାୟୀ ଢ଼ାଂଚା ତଳେ ରୁହନ୍ତୁ ନାହିଁ ।
ଚା ଓଦା ହାତରେ କିମ୍ବା ଗ୍ଲୋଭ୍‌ସ, ସୁରକ୍ଷା ଜୋତା ବ୍ୟବହାର ବିନା କିମ୍ବା ଇନସୁଲେଟେଡ୍ ପ୍ଲାଟଫର୍ମରେ କୌଣସି ବିଦ୍ୟୁତ ସ୍ଥାପନାକୁ ସ୍ପର୍ଶ କରନ୍ତୁ ନାହିଁ ।
ଚା ବୃଷ୍ଟିପାତ ପରେ ବନ୍ୟା ଭଳି ବୋହୁଥିବା ନାଳ ପାଖରେ ପିଲାମାନଙ୍କୁ ଦେଖିବାକୁ ଦିଅନ୍ତୁ ନାହିଁ ।
ଟିପିଏସ୍‌ଓଡିଏଲ୍‌ର ସିିଇଓ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ଯେ, “ବାତ୍ୟା ଅସାନୀକୁ ନେଇ ଆଇଏମ୍‌ଡିର ଆକଳନକୁ ଦୃଷ୍ଟିରେ ରଖି, ଏଭଳି କଠିନ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଟିପିଏସ୍‌ଓଡିଏଲ୍ ପକ୍ଷରୁ ସମସ୍ତ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆମର ଗ୍ରାହକମାନେ ଯେଭଳି ସର୍ବନିମ୍ନ ବିଦ୍ୟୁତ ସମସ୍ୟା ସାମ୍ନା କରିବେ ତାହା ନିଶ୍ଚିତ କରିବା ଲାଗି ଆମେ ସବୁ ସମ୍ଭବ ପଦକ୍ଷେପ ଗ୍ରହଣ କରିବୁ । ଯେକୌଣସି ପ୍ରକାର କ୍ଷତିକୁ ରୋକିବା ଲାଗି ଆମେ ସରକାରୀ ଏଜେନ୍ସି ଓ ବିପର୍ଯ୍ୟୟ ପରିଚାଳନା ଟିମ୍ ସହିତ ଯୋଗଯୋଗରେ ରହିଛୁ । ବାତ୍ୟା ସମୟରେ ଯେକୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବା ଲାଗି ଆବଶ୍ୟକ ସୁରକ୍ଷା ପଦକ୍ଷେପଗୁଡ଼ିକୁ ପାଳନ କରିବା ଲାଗି ଆମେ ଓଡ଼ିଶାର ଜନସାଧାରଣଙ୍କୁ ନିବେଦନ କରୁଛୁ ।’’
କଂପାନି ପକ୍ଷରୁ ପ୍ରାଥମିକ ସମେତ ବିତରଣ ସବଷ୍ଟେସନର ଉପକରଣଗୁଡ଼ିକର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣକୁ ନିଶ୍ଚିତ କରାଯାଇଛି । ଉତ୍ସର୍ଗୀକୃତ ଟିମ୍ ରହିଥିବା ବେଳେ ଆମେ ଅତ୍ୟାବଶ୍ୟକ ସ୍ପେୟାରପାର୍ଟସ୍‌, ଟୁଲ୍‌ସ ଓ ଉପକରଣ ଯଥା ଟ୍ରାନ୍ସଫରମର, ସ୍ୱିଚ୍‌ଗିୟର ଆଦିର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରଖାଯାଇଛି, ଯାହା ବିଦ୍ୟୁତ ବିଭ୍ରାଟକୁ ସ୍ୱାଭାବିକ କରିବାରେ ଲାଗୁଥିବା ସମସୟକୁ ହ୍ରାସ କରିବ । ସମସ୍ତ ପ୍ରକାର ଜରୁରୀକାଳୀନ ସେବା ପାଇଁ ବିଦ୍ୟୁତ ଯୋଗାଣ କରିବାକୁ ସ୍ୱତନ୍ତ୍ର ଟିମ୍ କାର୍ଯ୍ୟରେ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *