ଟିପିସିଓଡିଏଲ୍ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ

ଟିପିସିଓଡିଏଲ୍ ପକ୍ଷରୁ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ

ଭୁବନେଶ୍ୱର: ଟିପିସିଓଡିଏଲ୍‌-ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି) ହେଉଛି ଟିପି
ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ
ବିତରଣ କ୍ଷେତ୍ରରେ ନୂତନ ପ୍ରଥାକୁ ନେଇ ଦକ୍ଷତା ବିକାଶ ଓ ବୈଷୟିକ ତାଲିମ ପ୍ରଦାନ
କରିବାର ଏକ ଉଦ୍ୟମ । ଭୁବନେଶ୍ୱର ୧ ବିଦ୍ୟୁତ ସର୍କଲ୍‌ରେ କାର୍ଯ୍ୟ କରୁଥିବା ନିଜ
କର୍ମଚାରୀମାନଙ୍କ ପାଇଁ କଂପାନି ପକ୍ଷରୁ ନିକଟରେ ଭୁବନେଶ୍ୱରରେ ଏହାର ପ୍ରଥମ
ତାଲିମକେନ୍ଦ୍ର ଉଦଘାଟନ କରାଯାଇଛି । ନିଜର ସମସ୍ତ କମର୍ଚଚାରୀଙ୍କ ଜ୍ଞାନ ଓ ଦକ୍ଷତାରେ
ଉନ୍ନତି ଆଣିବା ପାଇଁ ନିଜ ଲାଇସେନ୍ସପ୍ରାପ୍ତ କାର୍ଯ୍ୟକ୍ଷେତ୍ର ଅଧୀନରେ ଥିବା ଅନ୍ୟ
ଚାରିଟି ବିଦ୍ୟୁତ ସର୍କଲରେ ଏଭଳି ଗୋଟିଏ ଲେଖାଏଁ କେନ୍ଦ୍ର ସ୍ଥାପନ କରିବାକୁ
ଟିପିସିଓଡିଏଲ୍ ଯୋଜନା ରଖିଛି ।
କଂପାନିର ଏହି ନିଜସ୍ୱ ଦକ୍ଷତା ବିକାଶ କେନ୍ଦ୍ର ଉଭୟ ଟିପିସିଓଡିଏଲ୍ ଓ ଏହାର ବ୍ୟବସାୟ
ସହଯୋଗୀଙ୍କ ଶ୍ରମଶକ୍ତି ଓ ବୈଷୟିକ କର୍ମଚାରୀମାନଙ୍କ ମଧ୍ୟରୁ ଯେଉଁମାନେ ବୈଷୟିକ
ପ୍ରଶିକ୍ଷଣ ଓ ବିକାଶ ସୁଯୋଗରୁ ବଂଚିତ ରହିଛନ୍ତି ସେମାନଙ୍କ ପାଇଁ ଏକ ଶ୍ରେଷ୍ଠ ମଂଚ
ସାବ୍ୟସ୍ତ ହେବ । ନିଜର ସାମଗ୍ରିକ ଦକ୍ଷତାକୁ ଶାଣିତ କରିବାଲାଗି ନୂଆ ପ୍ରକ୍ର୍ରିୟା ଓ
ପ୍ରଯୁକ୍ତିକୁ ଶିଖିବା ଓ ପ୍ରଥାକୁ ଜାଣିବାରେ ତାହା ଗ୍ରାମାଂଚଳର ଶ୍ରମଶକ୍ତିଙ୍କ ପାଇଁ
ସହାୟକ ହେବ । ଏହି ଦକ୍ଷତା ଉନ୍ନତରକରଣ ପ୍ରକ୍ର୍ରିୟା ଦ୍ୱାରା ଶ୍ରମଶକ୍ତି ଦୃଢ଼ ହେବ ଯାହା
ଗ୍ରାମୀଣ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରିପାରିବ ।
ସୈନିକ ସ୍କୁଲ ପିଏସ୍‌ଏସ୍‌ରେ ସ୍ଥାପନ କରାଯାଇଥିବା ଏହି ଏସ୍‌ଡିସି ହେଉଛି ଏହିଭଳି
ପ୍ରଥମ କେନ୍ଦ୍ର ଯାହା ଆଗାମୀ କେନ୍ଦ୍ରଗୁଡ଼ିକ ପାଇଁ ମାନଦଣ୍ଡ ଧାର୍ଯ୍ୟ କରିବ । ବିତରଣ
ବ୍ୟବସାୟର ସବୁ ପ୍ରକାର ବୈଷୟିକ ଓ ସୁରକ୍ଷା ସମ୍ପର୍କିତ ଦକ୍ଷତା ଓ ପ୍ରଥାର ଆବଶ୍ୟକତା ପୂରଣ
କରିବାଭଳି ଏହି କେନ୍ଦ୍ରକୁ ପ୍ରସ୍ତୁତ କରାଯାଇଛି । ଏହି କେନ୍ଦ୍ରରେ ଶ୍ରେଣୀଗୃହ
ତାଲିମ, ଉପକରଣ ଓ ଯନ୍ତ୍ରାଂଶ ପ୍ରଦର୍ଶନ କରିବାଲାଗି ବ୍ୟବସ୍ଥା ରହିଛି । ଏହି
ଏସ୍‌ଡିସିରେ କର୍ମଚାରୀମାନେ ବିତରଣ ନେଟ୍‌ୱର୍କ, ଉପକରଣ ଏବଂ ମିଟରକୁ ନେଇ
ପ୍ରତ୍ୟକ୍ଷ ପ୍ରଶିକ୍ଷଣ ପାଇପାରିବେ ।
କଂପାନିର ପ୍ରଶିକ୍ଷାର୍ଥୀ ଓ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଟିପିସିଓଡିଏଲ୍‌-
ଏସ୍‌ଡିସିକୁ ଟାଟା ପାୱାର କମ୍ପାନୀ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ଡକ୍ଟର
ପ୍ରବୀର ସିହ୍ନା ଓ ଟିପିସିଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ୍ ଉଦ୍‌ଘାଟନ
କରିଛନ୍ତି ।

ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଆମ ସଂସ୍ଥାର ସଂସ୍କୃତି ହେଉଛି ପ୍ରଯୁକ୍ତି
ଜରିଆରେ ଆଗକୁ ବଢ଼ିବା ଏବଂଏହି ସଂସ୍କୃତି ପାଇଁ କର୍ମଚାରୀଙ୍କ ଦକ୍ଷତାରେ
ଉନ୍ନତି ଅପରିହାର୍ଯର୍୍ୟ ହୋଇପଡ଼ିଛି । ଏହି ଅଭିଯାନ ପାଇଁ ମୁଁ
ଟିପିସିଓଡିଏଲ୍ ଟିମ୍‌କୁ ଧନ୍ୟବାଦ ଜଣାଉଛି । ଆବଶ୍ୟକ ଜ୍ଞାନ ସହ ସମସ୍ତ ସୁରକ୍ଷା
ପ୍ରଥାକୁ ଯୋଡ଼ିବା ଆମର କର୍ମଚାରୀମାନଙ୍କୁ ରାଜ୍ୟ ଭିତରେ ଦୃଢ଼ ବିଦ୍ୟୁତ
ଯୋଗାଣ ନିଶ୍ଚିତ କରିବାରେ ସହାୟକ ହେବ ।’’
ଶ୍ରୀଯୁକ୍ତ ଏମ୍ ସେନବାଗମ୍ କହିଛନ୍ତି ଯେ, “ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଉତମ
ଗ୍ରାହକ ସେବାକୁ ନିଶ୍ଚିତ କରିବାଲାଗି ଆମର ଦକ୍ଷତାଗୁଡ଼ିକରେ ନିୟମିତ
ବ୍ୟବଧାନରେ ଉନ୍ନତି ଆଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସବୁ ସମୟରେ ଆମର ସେବା
ପ୍ରତିଟି ଗ୍ରାହକଙ୍କୁ ଦୃଶ୍ୟମାନ ହେଉଛି । ସେମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବାଲାଗି
ଆମର ଶ୍ରମଶକ୍ତି ପାଖରେ ଶ୍ରେଷ୍ଠ ଶ୍ରେଣୀର ଦକ୍ଷତା ରହିବା ଆବଶ୍ୟକ । ନିଯୁକ୍ତି
ଭୂମିକାରେ ଉଚ୍ଚ ଦକ୍ଷତା ହାସଲ କରିବାଲାଗି ଆମ କର୍ମଚାରୀମାନଙ୍କ ଦକ୍ଷତାରେ ଉନ୍ନତି
ଆଣିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *