ଟିପିସିଓଡିଏଲ୍ ଓ ଏନିଲାଇନ୍ ସହଯୋଗିତାରେ ସଠିକ୍ ସ୍ପଟ୍ ବିଲିଂ ପାଇଁ ଏଆଇ-ଭିତିକ ଓସିଆର୍ ପ୍ରଯୁକ୍ତିର ମୂତୟନ

ଟିପିସିଓଡିଏଲ୍ ଓ ଏନିଲାଇନ୍ ସହଯୋଗିତାରେ ସଠିକ୍ ସ୍ପଟ୍ ବିଲିଂ ପାଇଁ ଏଆଇ-ଭିତିକ ଓସିଆର୍ ପ୍ରଯୁକ୍ତିର ମୂତୟନ

 ଭାରତର ପ୍ରଥମ ୟୁଟିଲିଟି ପ୍ରଦାନକାରୀ ଭାବେ ଓସିଆର୍ ଜରିଆରେ ସ୍ପଟ୍ ବିଲିଂ ବିକଳ୍ପ ଚୟନ
 ମିଟର ରିଡିଂ ଓ ବିଲିଂରେ ୧୦୦% ସଠିକତା ହାସଲ ଲକ୍ଷ୍ୟ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଅଣ- ବୈଷୟିକ କ୍ଷତି ହ୍ରାସ ଏବଂ କ୍ଷେତ୍ର ସ୍ଥଳରେ କାର୍ଯ୍ୟ କରୁଥିବା କର୍ମଚାରୀ ଓ ଗ୍ରାହକଙ୍କୁ ସ୍ପଟ୍ ବିଲିଂ ପ୍ରକ୍ରିୟାରେ ସହାୟତା ପ୍ରଦାନ କରିବା ଲାଗି ମୋବାଇଲ୍‌ ତଥ୍ୟ ସଂଗ୍ରହ ଓ ଆର୍ଟିଫିସିଆଲ ଇଟେଂଲିଜେନ୍‌ସ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କଂପାନି ଏନିଲାଇନ୍ ସହ ସହଯୋଗିତା ସ୍ଥାପନ କରାଯାଇଥିବା ବିଷୟରେ ଆଜି ଘୋଷଣା କରାଯାଇଛି । ଟିପିସିଓଡିଏଲ୍ ପକ୍ଷରୁ ମିଟର ରିଡିଂ ପାଇଁ ଅପ୍ଟିକାଲ୍ କ୍ୟାରେକ୍ଟରରେକଗ୍ନିସନ୍ (ଓସିଆର୍‌)କୁ ପ୍ରଥମ ଥର ବ୍ୟବହାର କରାଯାଇଛି  ଯାହା ଶିଳ୍ପର
ନବସୃଜନକୁ ଦର୍ଶାଉଛି । ଦୁଇ କଂପାନି ମଧ୍ୟରେ ସ୍ଥାପନ ହୋଇଥିବା ସହଯୋଗିତା ଯୋଗୁଁ ଏହା ସମ୍ଭବ ହୋଇପାରିଛି ।
କ୍ଷେତ୍ର ସ୍ଥଳରେ ମିଟର ରିଡିଂ ତଥ୍ୟ ସଂଗ୍ରହ କରିବା ଲାଗି କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ମୋବାଇଲ୍ ଡିଭାଇସ୍‌ରେ ଏହି ନୂଆ ସ୍କାନିଂ ସମାଧାନକୁ ସାମିଲ କରାଯାଇଛି ଯେଉଁଥିରେ ମୋବାଇଲ୍ ଡାଟା ସଂଗ୍ରହ ଓ ଏଆଇର ଶକ୍ତି ଥିବା ଆଂଟି-ସ୍ପୁଫିଙ୍ଗ୍ ଦକ୍ଷତାର ସମିଶ୍ରଣ ରହିଛି । ନିଜ ମୋବାଇଲ୍ ଡିଭାଇସ୍‌ରେ ୟୁଟିଲିଟି ମିଟରକୁ ସ୍କାନ୍ କରିବା ଦ୍ୱାରା କ୍ଷେତ୍ରସ୍ଥଳରେ କାର୍ଯ୍ୟ କରୁଥିବା
କର୍ମଚାରୀମାନେ ତତ୍କାଳ ମିଟର ରିଡିଂ ସଂଗ୍ରହ କରିପାରିବେ । ଦାଖଲ କରାଯାଇଥିବା ଡାଟା ଓ ଛବିର ଅସଲିପଣ ଓ ସଠିକତାକୁ ଚିହ୍ନଟ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ତାହାକୁ ପୁନର୍ବାର ଯାଂଚ କରାଯିବ । ଗ୍ରାହକଙ୍କୁ ସ୍ପଟ୍‌ ବିଲିଂ ଦେବା ବେଳେ ସେହି ମିଟର ମୂଲ୍ୟକୁ ବ୍ୟବହାର କରାଯିବ ଯାହା ଦ୍ୱାରା ଏକ ଦ୍ରୁତ ଓ ଅଧିକ ସଠିକ ବିଲିଂ ପ୍ରକ୍ର୍ରିୟାକୁ ନିଶ୍ଚିତ କରିବା ସମ୍ଭବପର ହୋଇପାରିବ ।
ଟିପିସିଓଡିଏଲ୍‌ର ପରିଚାଳନା କ୍ଷେତ୍ର ୨୯,୦୦୦ ବର୍ଗ କିମିରୁ ଅଧିକ ଅଂଚଳରେ ବ୍ୟାପିଛି ଓ ଏହାର ଗ୍ରାହକ ସଂଖ୍ୟା ୨୭.୫ ଲକ୍ଷ ରହିଛି । ଉପସ୍ଥିତ ଭୌଗୋଳିକ ସ୍ଥିତି ସହିତ ଜଡ଼ିତ ଥିବା ନିର୍ଦିଷ୍ଟ ପ୍ରକାରର ଆହ୍ୱାନ ଅନୁସାରେ ଗ୍ରାହକମାନଙ୍କ ସୁବିଧା ଲାଗି ସ୍ପଟ୍ ବିଲିଂ ସହ ନବସୃଜନକୁ ଆଗକୁ ବଢ଼ାଇଥିବାରୁ ଟିପିସିଓଡିଏଲ୍ ଗର୍ବିତ ମନେ କରୁଛି । ସ୍ପଟ ବିଲିଂ ସହ ଯୋଡ଼ି ହୋଇଥିବା ନୂଆ ଓସିଆର୍ ଭିତିକ ସମାଧାନ ଗ୍ରାହକମାନଙ୍କ ଲାଗି ଅଧିକ ସ୍ୱଚ୍ଛତା ନିଶ୍ଚିତ କରିବ ଏବଂ କର୍ମଚାରୀମାନଙ୍କ ଲାଗି ପରିଚାଳନା ଦକ୍ଷତାରେ ଉନ୍ନତି ଆଣିବ । ମାନବ ଅସଙ୍ଗତି ଯୋଗୁଁ ହେଉଥିବା ତ୍ରୁଟିଯୁକ୍ତ ରିଡିଂ ସମସ୍ୟାକୁ ଦୂର କରିବାରେ ଏହି ସମାଧାନ ସହାୟକ ହେବ ଓ ସେହି ଅନୁସାରେ, ଉଭୟ ମିଟର ରିଡିଂ ଓ ଗ୍ରାହକ ବିଲିଂରେ ଏହା ସଠିକତାକୁ ନିଶ୍ଚିତ କରିବ । ଡିସ୍‌କମ୍‌ର ଅଣ-ବୈଷୟିକ କ୍ଷତିକୁ କମ୍ କରିବାରେ ମଧ୍ୟ ଏହା ସହାୟକ ହୋଇପାରିବ । ଏହି ସହଯୋଗିତା ସମ୍ପର୍କରେ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନବାଗମ କହିଛନ୍ତି ଯେ, “ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଓ ଶ୍ରେଷ୍ଠ ଗ୍ରାହକ ଅନୁଭୂତି ପ୍ରଦାନ କରିବା ପାଇଁ ଉନ୍ନତ ପ୍ରଯୁକ୍ତିକୁ ଗ୍ରହଣ ଓ ସମନ୍ୱିତ କରିବା ଉପରେ ଆମର ଦୃଢ଼ ବିଶ୍ୱାସ ରହିଛି । ଏନିଲାଇନ ଜିଏନ୍‌ବିଏଚ୍ ସହଯୋଗିତାରେ ଆମର ଏହି ନୂଆ ଅଭିଯାନ ମିଟର ରିଡିଂ ଓ ବିଲିଂରେ ଉଚ୍ଚତର ସଠିକତା ଓ ସ୍ୱଚ୍ଛତା ପ୍ରଦାନ କରି ଗ୍ରାହକଙ୍କୁ ଶ୍ରେଷ୍ଠ ମୂଲ୍ୟ ଉପସ୍ଥାପନ କରିବ ।’’ ଏହି ସହଯୋଗିତା ସମ୍ପର୍କରେ ଏନିଲାଇନ୍‌ର ସିଇଓ ଓ ସହ ପ୍ରତିଷ୍ଠାତା ଲୁକାସ
କିନିଗାଡନର୍ କହିଛନ୍ତି ଯେ, “ବିଦ୍ୟୁତ ବଂଟନ ଶିଳ୍ପରେ ନବସୃଜନର ନେତୃତ୍ୱକୁ ଟିପିସିଓଡିଏଲ୍ ଜାରି ରଖିଥିବା ବେଳେ ସେମାନଙ୍କ ସହ ବୃଦ୍ଧି ପାଉଥିବା ସହଯୋଗିତାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ । ସେମାନଙ୍କ ବର୍ତମାନର କାର୍ଯ୍ୟ ପ୍ରକ୍ରିୟାରେ ଓସିଆର୍ ସମାଧାନକୁ ଗ୍ରହଣ କରାଯାଇଥିବାରୁ ସେମାନଙ୍କ ପରିଚାଳନା ପ୍ରକ୍ରିୟାରେ ଉନ୍ନତି ଓ ଗ୍ରାହକ ସନ୍ତୁଷ୍ଟିରେ ବୃଦ୍ଧି ଆମେ ଆଶା କରୁଛୁ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *