ଟାଟା ଷ୍ଟିଲ ମାଇନିଂ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍ୱଦେଶୀ ରେଶମ କୀଟ ପ୍ରଜାତି 'ସୁକିନ୍ଦା ଇକୋରେସ୍' ସଂରକ୍ଷଣ ପାଇଁ ପଦକ୍ଷେପ

ଟାଟା ଷ୍ଟିଲ ମାଇନିଂ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍ୱଦେଶୀ ରେଶମ କୀଟ ପ୍ରଜାତି 'ସୁକିନ୍ଦା ଇକୋରେସ୍'

ସଂରକ୍ଷଣ ପାଇଁ ପଦକ୍ଷେପ

ଜୈବ ବିବିଧତା ସଂରକ୍ଷଣ ଉପରେ ଅନନ୍ୟ ପଦକ୍ଷେପ
ଭବିଷ୍ୟତ ଯୋଜନା ପାଇଁ ବିଶେଷଞ ଓ ଟସର ଚାଷୀଙ୍କ ଆଲୋଚନା
ସଂରକ୍ଷଣ ପାଇଁ ପାଇଲଟ୍ ପ୍ରୋଜେକ୍ଟ ପ୍ରସ୍ତାବ
ସୁକିନ୍ଦା, ଅଗଷ୍ଟ 6, 2022: ସ୍ଥାନୀୟ ଅଞ୍ଚଳର ଜୈବ ବିବିଧତାକୁ ସମୃଦ୍ଧ କରିବା ଲକ୍ଷରେ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସଏମଏଲ) ଏହାର କର୍ପୋରେଟ୍ ସାମାଜିକ ସେବା ୟୁନିଟ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସଏଫ) ସହ ମିଳିତଭାବେ ଟିସର କିଟ ପ୍ରଜାତୀ ସୁକିନ୍ଦା ଇକୋରେସ ସଂରକ୍ଷଣ ପାଇଁ ଆଗେଇ ଆସିଛନ୍ତି । ସ୍ଥାନୀୟ ଟସର ଚାଷୀଙ୍କ ଉପସ୍ଥିତିରେ ସୁକିନ୍ଦା କ୍ରୋମାଇଟ୍ ଖଣିଠାରେ ଆୟୋଜିତ ଏକ କର୍ମଶାଳାରେ ସେଣ୍ଟ୍ରାଲ୍ ସିଲ୍କ ବୋର୍ଡ (ସିଏସବି), ଟିଏସଏମଏଲ, ଟିଏସଏଫ ଏବଂ ଅନ୍ୟାନ୍ୟ ବିଶେଷଜ୍ଞମାନେ ଏହି ବିଷୟରେ ଆଲୋଚନା କରିଥିଲେ। ଏହି କର୍ମଶାଳାରେ ସୁକିନ୍ଦା ଇକୋରେସ ସଂରକ୍ଷଣ ପାଇଁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ରେଶମ କୀଟ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସିଏସବି, ଟିଏସଏସଏଲ ଏବଂ ଟିଏସଏଫ ପକ୍ଷରୁ ଏହାକୁ ନିରନ୍ତର ମନିଟରିଂ କରାଯିବ ଓ ଗୋଟିଏ ବର୍ଷ ପରେ ପ୍ରକଳ୍ପ ମୁଖ୍ୟ ସ୍ରୋତକୁ ନେବାକୁ ସମୀକ୍ଷା କରାଯିବ | ଏହି ପଦକ୍ଷେପ ପାଇଁ ଟିଏସଏସଏଲ ଓ ଟିଏସଏଫକୁ ପ୍ରଶଂସା କରି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା କେନ୍ଦ୍ରୀୟ ଟସର ଗବେଷଣା ଓ ତାଲିମକେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର କେ ସାଥିନାରାୟଣ କହିଛନ୍ତି, “ରେଶମ କୀଟ ସୁକିନ୍ଦା ଇକୋରେସର ସଂରକ୍ଷଣ ଜୈବ ବିବଧତା ସଂରକ୍ଷଣ ଦୃଷ୍ଟିରୁ ଅତ୍ୟନ୍ତ ଜରୁରୀ । ତା ଛଡା ଏହା ଟସର ଉତ୍ପାଦନ ବୃଦ୍ଧିରେ ମଧ୍ୟ ସହାୟକ ହେବ। ” ଜୈବ ବିବିଧତା ପାଇଁ ଟାଟା ଷ୍ଟିଲ୍ ମାଇନିଂର ପ୍ରତିବଦ୍ଧତା ବିଷୟରେ ଏହାର ପରିଚାଳନା ନିର୍ଦ୍ଦେଶକ ପଙ୍କଜ କୁମାର ସତୀଜା କହିଛନ୍ତି ଯେ ଏହି ଅଞ୍ଚଳର ଜୈବ ବିବିଧତାର ସମୃଦ୍ଧି ପାଇଁ ସୁକିନ୍ଦା ଇକୋରେସର ସଂରକ୍ଷଣ ପାଇଁ ଆମେ କେନ୍ଦ୍ରୀୟ ରେଶମ ବୋର୍ଡକୁ ସମସ୍ତ ସହାୟତା ପ୍ରଦାନ କରିବୁ ଏବଂ ସ୍ଥାନୀୟ ଟସର ଚାଷୀଙ୍କୁ ମଧ୍ୟ ସାହାଯ୍ୟ କରିବୁ। ସ୍ଛାନୀୟ ଲୋକଙ୍କ ମଧ୍ୟରେ ଜୈବ ବିବିଧତା ଉପରେ ସଚେତନତା ସୃଷ୍ଟି କରିବାକୁ ଆମେ ଗ୍ରହଣ କରୁଥିବା ଏହିପରି ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ। ଆଜିର କର୍ମଶାଳାରେ ସୁଶାନ୍ତ କୁମାର ମିଶ୍ର, ସିନିୟର ଜେନେରାଲ ମ୍ୟାନେଜର, ଟିଏସଏମଏଲ, ମିହିର ଗଜେନ୍ଦ୍ର ମହାପାତ୍ର, ସେରିକଲଚର ବିଭାଗର ସହକାରୀ ନିର୍ଦ୍ଦେଶକ, ଢେଙ୍କାନାଳ, ଡ। ପ୍ରସାନ୍ତ କୁମାର କର, ବୈଜ୍ଞାନିକ ଡି, ସେଣ୍ଟ୍ରାଲ୍ ସିଲ୍କ ବୋର୍ଡ (ସିଏସବି), ଡ କର୍ମବୀର ଜେନା, ବୈଜ୍ଞାନିକ ଡି , ସିଟିଆର ଓ ଟିଆଇ, ଡା ଡି ଆଇ ଜି ପ୍ରଭୁ, ବୈଜ୍ଞାନିକ ସି, (ସିଏସବି) ପ୍ରମୁଖ ଉପସ୍ଥିତ ଥିଲେ। 2007 ପରଠାରୁ, ସୁକିନ୍ଦା ଟସର ଉତ୍ପାଦକ କୋଅପରେଟିଭ୍ ସୋସାଇଟି ସୁକିନ୍ଦା ଇକୋରେସ୍ ପାଳନ କରୁଥିଲା । ଏହାପରେ ଧିରେ ଧିରେ ଏହି ପ୍ରଜାତି ଲୋପ ପାଇବାକୁ ଲାଗିଲା | ଅଧିକ ଅମଳ ପାଇଁ ଦବା ଟିଭି ନାମକ ଅନ୍ୟ ଏକ ପ୍ରଜାତିର ଆଦର ବଢିବାରେ ଲାଗିଲା। ଉନ୍ନତ ସୁକିନ୍ଦା ଇକୋରେସ୍ ପ୍ରଜାତିର ପ୍ରାକୃତିକ ବାସସ୍ଥାନ ହେଉଛି ସୁକିନ୍ଦା ଅଞ୍ଚଳ ଯେଉଁଠାରେ ଜଙ୍ଗଲ ପ୍ରକାର ହେଉଛି ଟ୍ରପିକାଲ୍ ଆର୍ଦ୍ର ବୃକ୍ଷଲତା ଏବଂ ମୃତ୍ତିକାର ପ୍ରକାର ଲାଲ ରଙ୍ଗର | ଓଡିଶାରେ ଉପଲବ୍ଧ ଆଠଟି ପ୍ରଜାତିର ରେଶମ କୀଟ ମଧ୍ୟରୁ ଏହି ଅଞ୍ଚଳର ଅନେକ କୃଷକ ଜୀବିକା ନିର୍ବାହ ପାଇଁ ସୁକିନ୍ଦା ଇକୋରେସର ‘ଟସର’ ଚାଷ ଉପରେ ନିର୍ଭର କରନ୍ତି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *