ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ।

ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ।

ଢେଙ୍କାନାଳ : ୦୩ /୦୮ – BREAKING NEWS ODIA  (REPORT BY SANJAYA KUMAR SAHOO) ଢେଙ୍କାନାଳ ସଦର ବ୍ଲକ ସ୍ଥିତ ସଦେଇବରେଣୀ କଳାକୃତି ଗ୍ରାମର ସଭାଗୃହରେ ଜିଲ୍ଲାସ୍ତରୀୟ କୃଷି ବିଭାଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ବୈଠକର ଅଧ୍ୟକ୍ଷତା କରି କହିଛନ୍ତି ଯେ, ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି କୃଷକ ମାନେ କୃଷି କାର୍ଯ୍ୟ କଲେ ଅଧିକ ଲାଭବାନ ହେବେ । ଏହି ଦିଗରେ କୃଷକ ମାନଙ୍କୁ ସଚେତନ ଓ ଶିକ୍ଷିତ କରିବା ଦାୟିତ୍ଵ କୃଷି ବିଭାଗର । ସେମାନେ ଏଥିପ୍ରତି ଯତ୍ନବାନ ହେବା ଉଚିତ । କୃଷି ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ମାନ ରହିଛି । ସେ ସବୁ ବିଷୟରେ ଚାଷୀ ମାନଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ଆବଶ୍ୟକ । ଏହାସହିତ ଚାଷ କ୍ଷେତ୍ରରେ ମିଶନ ଶକ୍ତି ମହିଳା ମାନେ କିଭଳି ଅଧିକ ଅଂଶୀଦାରୀ ହୋଇପାରିବେ ସେ ଦିଗରେ କୃଷି ବିଭାଗ ଯତ୍ନବାନ ହେବା ଦରକାର । ବୈଠକରେ କୃଷି ବିଭାଗ ତରଫରୁ ବିଭଗର ସଫଳତା କାର୍ଯ୍ୟମାନ ପାୱାର ପଏଣ୍ଟ ମାଧ୍ୟମରେ ପୂର୍ବଶିତ କରାଯାଇଥିଲା। ଏହାସହିତ ଆଗାମୀ ଦିନ ମାନଙ୍କରେ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଜ୍ୟୋତିଦିପ୍ତ ପଟ୍ଟନାୟକ ଆଲୋଚନା କରିଥିଲେ ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର(ରାଜସ୍ବ), କୃଷି ବିଭାଗର ଅଧିକାରୀ ଗଣ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *