କଟକ ସର୍ବୋଦୟ ମଣ୍ଡଳର ସଭାପତି ବିଶ୍ୱଜିତ ସୂର୍ଯ୍ୟବଂଶୀଙ୍କ ମାତୃବିୟୋଗ ।

କଟକ ସର୍ବୋଦୟ ମଣ୍ଡଳର ସଭାପତି ବିଶ୍ୱଜିତ ସୂର୍ଯ୍ୟବଂଶୀଙ୍କ ମାତୃବିୟୋଗ ।
କଟକ:08.08.23 BREAKING NEWS ODIA (report by bijay kumar panda) ଟକ ସର୍ବୋଦୟ ମଣ୍ଡଳର ସଭାପତି ବିଶ୍ୱଜିତ ସୂର୍ଯ୍ୟବଂଶୀଙ୍କ ମାତୃବିୟୋଗ ହୋଇ ଯାଇଛି । ଆଜି ମଧ୍ୟାହ୍ନରେ ତାଙ୍କର ପରଲୋକଗତ ଖବର ପାଇ ବହୁ ଗାନ୍ଧିବାଦୀ ଚିନ୍ତକ, ମୁରବୀ, ଲୋକପ୍ରତିନିଧି ତାଙ୍କ ମଣିସାହୁଛକସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସୂଚନା ଅନୁଯାୟୀ ଶ୍ରୀ ସୂର୍ଯ୍ୟବଂଶୀଙ୍କ ମାତା ଉଷାରାଣୀ ସାହୁ(୮୨) ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେ ସ୍ୱର୍ଗତ ବ୍ରଜକିଶୋର ସାହୁଙ୍କ ଧର୍ମପତ୍ନୀ ଥିଲେ । ତାଙ୍କ ଅନ୍ତିମ ଶଯ୍ୟାନିକଟରେ ପୁତ୍ର ଶ୍ରୀ ସୂର୍ଯ୍ୟବଂଶୀ, ପୁତ୍ରବଧୁ, ଝିଅ ଜ୍ୟୋତ୍ସ୍ନାରାଣୀ ସାହୁ, ରବୀନ୍ଦ୍ର ସାହୁ, ଗେଣ୍ଡୁ ସାହୁ, ଆଲୋକ ସାହୁ, ନାତି-ନାତୁଣୀଙ୍କ ସମେତ ଭଣଜା, ଭାଣିଜୀ ଓ ବନ୍ଧୁପରିଜନ ଉପସ୍ଥିତ ଥିଲେ । ଏହି ଅବସରରେ ବରିଷ୍ଠ ପ୍ରଯୋଜକ ଚଣ୍ଡି ପରିଜା, ଜଷ୍ଟିସ ମନୋରଞ୍ଜନ ମହାନ୍ତି, ସର୍ବୋଦୟ ମଣ୍ଡଳ କାର୍ଯ୍ୟାଳୟ ସମ୍ପାଦକ, ଲୋକସେବକ ତଥା ସାମ୍ବାଦିକ ଜ୍ଞାନରଞ୍ଜନ ସାମନ୍ତରାୟ, ଡ. ଦ୍ୱିପାୟନ ପଟ୍ଟନାୟକ, ଡ. ବିଶ୍ୱଜିତ ରାୟ, ଡକ୍ଟର ବିଭୁଦତ୍ତ ଖଣ୍ଡାୟତରାୟ, ପ୍ରିୟବ୍ରତ ପଟ୍ଟନାୟକ, ବିଜୟ କୁମାର ପଣ୍ଡା, ଭରତ ଚନ୍ଦ୍ର ମିଶ୍ର, ଗୌରବ ଜୈନ, ପ୍ରମୋଦ ସାହୁ, ଅକ୍ଷୟ ସ୍ୱାଇଁ, ପ୍ରତାପ ସାହୁ, ନଗର ବିଜେଡି ସଭାପତି ମଧୁସୂଦନ ସାହୁ, ସ୍ଥାନୀୟ କର୍ପୋରେଟର ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ଥାନୀୟ କାଳିଆବୁଦାସ୍ଥିତ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା; ଏକମାତ୍ର ପୁତ୍ର ଶ୍ରୀ ସୂର୍ଯ୍ୟବଂଶୀ ମୁଖାଗ୍ନି ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *