ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଉତ୍ତରାଞ୍ଚଳ ଶାଖା କେନ୍ଦୁଝର ପକ୍ଷରୁ ତେଲକୋଇ ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ବୈଠକ ଅନୁଷ୍ଠିତ ।
ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଉତ୍ତରାଞ୍ଚଳ ଶାଖା କେନ୍ଦୁଝର ପକ୍ଷରୁ ତେଲକୋଇ ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ବୈଠକ ଅନୁଷ୍ଠିତ ।
ତେଲକୋଇ :01.09.23 BREAKING NEWS ODIA (Report by sushil kumar mohanty ) ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ଉତ୍ତରାଞ୍ଚଳ ଶାଖା କେନ୍ଦୁଝର ପକ୍ଷରୁ ଆଜି ତେଲକୋଇ ପଞ୍ଚାୟତ କାର୍ଯ୍ୟାଳୟ ପରିଷରରେ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଟିପିଏନଓଡିଏଲ ର ବିଜନେସ ଆସୋସିଏଟ କର୍ମଚାରୀ ଙ୍କ ବିଭିନ୍ନ ମୌଳିକ ସମସ୍ୟା ଓ ଦାବି ଉପରେ ଆଲୋଚନା ହୋଇଥିଲା।ବାଶଂପାଳ ଓ ତେଲକୋଇ ବ୍ଲକ ର ବିଦ୍ୟୁତ କର୍ମଚାରୀ ଯୋଗଦେଇଥିବା ବେଳେ ଜୋନାଲ ସେକ୍ରେଟାରୀ ହରିଶ୍ଚନ୍ଦ୍ର ଦାସ,ଆସିଷ୍ଟାଣ୍ଡ ଜୋନାଲ ସେକ୍ରେଟାରୀ ପ୍ରଦୀପ କୁମାର ଦାସ, ଟିପିଏନଓଡିଲ କେନ୍ଦୁଝର ଡିଭିଜନାଲ ସେକ୍ରେଟାରୀ ଅମରେଶ ଘୋଷ, ଡିଭିଜନାଲ ବିଜନେସ ଆସୋସିଏଟ ସେକ୍ରେଟାରୀ ଅନିଲ ଚନ୍ଦ୍ର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।କର୍ମଚାରୀ ଙ୍କ ଦାବି ମଧ୍ୟରେ ରହିଛି ଦୈନିକ ଆଠ ଘଣ୍ଟା କାର୍ଯ୍ୟ ର୍ନିଘଣ୍ଟ,ଯେ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ନହେଇଛି ଜି ଭି ଇଲେକ୍ଟ୍ରିକାଲ କୁ ବାଦଦେଇ ଟିପିଏନଓଡିଏଲ ଅଧିନରେ କର୍ମଚାରୀ ଙ୍କୁ ରଖାଯାଉ।ମାସକୁ ପେଟ୍ରୋଲ ଖର୍ଚ୍ଚ ମାସକୁ ୧୬୬ ଟଙ୍କା ବଦଳରେ ୨୫୦୦ ଟଙ୍କା,ପରିଚୟ ପତ୍ର ପ୍ରଦାନ,୫ରୁ ୭ତାରିଖ ଭିତରେ ଦରମା ପ୍ରଦାନ, ଦୈବୀ ଦୁର୍ଘଟଣା ପାଇଁ ସହାୟତା ରାଶି, ଇପିଏଫଓ ଜମା ଇତ୍ୟାଦି ଦାବି ରହିଛି।ଆଗକୁ ଏହି ସବୁଦାବି ପୁରଣ ନହେଲେ ସଙ୍ଘ ଆନ୍ଦୋଳନ କୁ ଉହ୍ଲେଇବ ବୋଲି ଚେତାବନୀ ଦେଇଛି।